Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିମାନରେ ଆସିଲେ ବି ୧୪ ଦିନିଆ କ୍ବାରେଣ୍ଟାଇନ୍‌ ଜରୁରୀ
  • ||
  • ଆରଟିପିସିଆର ନେଗେଟିଭ୍‌ ରିପୋର୍ଟ ଦେଖାଇଲେ ରାଜ୍ୟକୁ ମିଳିବ ଏଣ୍ଟ୍ରି
  • ||
  • ପଶ୍ଚିମବଙ୍ଗ ସୀମାକୁ ଲାଗିଥିବା ସମସ୍ତ ସୀମା ସିଲ୍‌ ହେବ
  • ||
  • ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଗୁରୁତ୍ବପୂର୍ଣ୍ଣ ସୂଚନା
  • ||
  • ପଶ୍ଚିମବଙ୍ଗରୁ ଆସିଲେ ୧୪ ଦିନିଆ କ୍ବାରେଣ୍ଟାଇନ୍‌ ବାଧ୍ୟତାମୂଳକ
  • ||
  • ଭୁବନେଶ୍ବରରେ ରିଙ୍ଗ୍‌ ରୋଡ୍ ପାଇଁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ, ରାଜ୍ୟ ସରକାର ବହନ କରିବେ ୬୦୦ କୋଟି ଟଙ୍କା
  • ||
  • ଭୁବନେଶ୍ବର : BMCରେ ବଢିଲା ରାପିଡ୍ ରେସପନ୍ସ ଟିମ୍ ସଂଖ୍ୟା, ୬୭ଟି ୱାର୍ଡ ପାଇଁ ୩୯ଟିମ୍
  • ||
  • ଭୁବନେଶ୍ବର : ପ୍ରଧାନମନ୍ତ୍ରୀଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ, ଦେଶରେ ଅକ୍ସିଜେନ୍ ଆବଶ୍ୟକତାକୁ ପୂରଣ ପାଇଁ ସହଯୋଗ କରିବ ଓଡିଶା
  • ||
  • କେନ୍ଦୁଝର : ଶୌଚ ସାରି ଫେରିବା ବେଳେ ବଜ୍ରପାତ, ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ରାଉରକେଲା : ବ୍ରାହ୍ମଣୀ ବ୍ରିଜ୍‌ରୁ ନଦୀକୁ ଡେଇଁଲେ ମହିଳା, ଗୁରୁତର ଅବସ୍ଥାରେ ଉଦ୍ଧାର
  • ||

ଭୂତ ଖାଉଛି ଭତ୍ତା ଟଙ୍କା : ଭତ୍ତା ଟଙ୍କାକୁ ନେଇ ଦୁର୍ନୀତି ଅଭିଯୋଗ

4/11/2019 at 1:14 PM

ନବରଙ୍ଗପୁର ୪/୧୧: ଦୁର୍ନୀତିରେ ଉବୁଟୁବୁ ନବରଙ୍ଗପୁର ଜିଲ୍ଳା ଡାବୁଗାଁ ବ୍ଲକ ବୋରିଗାଁ ପଞ୍ଚାୟତ । ଭତ୍ତା ଟଙ୍କାକୁ ନେଇ ଏଠି ବଡ ଘେ।ଟାଲା । ଅସହାୟ ଗରିବଙ୍କୁ ତ ଲୁଟୁଛନ୍ତି, ମଲା ଲେ।କଙ୍କୁ ବି ଛାଡୁନାହାନ୍ତି ।ଜଣେ କି ୨ଜଣ ନୁହେଁ ୭ଜଣ ମୃତ ବ୍ୟକ୍ତିଙ୍କ ନାଁରେ ସରକାରୀ ତହବିଲରୁ ଉଠୁଛି ଟଙ୍କା । ଯାହାର ପ୍ରମାଣ ଲାଗିଛି ନ୍ୟୁଜ୍ ସେଭେନ୍ ହାତରେ । ବୋରିଗାଁ ପଂଚାୟତର ପାରିଆବେଡା ଗାଁର ଦେବ ଭତରା, ବୁଦୁଗୌଡ଼ ବି ବର୍ଷ ହେଲା ଆଖି ବୁଜିଲେଣି । ହେଲେ ଏହି ୨ଜଣଙ୍କ ନାଁରେ ୨୦୧୯ ଜୁନ୍ ମାସ ଯାଏ ଉଠା ଯାଇଛି ଭତ୍ତା ଟଙ୍କା । କେବଳ ଏ ଦୁଇ ଜଣ ନୁହନ୍ତି, ଆହୁରି ୪ଜଣଙ୍କ ନାଁରେ ନିୟମିତ ଉଠାଯାଇଛି ଟଙ୍କା ।

ମଲା ଲୋକ ନାଁରେ ବାର୍ଦ୍ଧକ୍ୟ ଭତା ହଡପର ଏହି ସାଂଘାତିକ ତଥ୍ୟ ସୋସିଆଲ ଅଡିଟ ରିପୋର୍ଟରେ ଦର୍ଶାଯାଇଛି । ମୃତକଙ୍କ ବାବଦରେ ସଠିକ୍ ରିପେ।ର୍ଟ ପଞ୍ଚାୟତରେ ଜମା କରିଛନ୍ତି ସ୍ଥାନୀୟ ଅଙ୍ଗନବାଡ଼ି କର୍ମୀ । ଏହା ସତ୍ତେ ସରକାରୀ ବାବୁ କିଭଳି ହିତାଧିକାରୀଙ୍କ ଟଙ୍କାକୁ ଆତ୍ମସାତ କରିବାକୁ ସାହସ କଲେ ତାକୁ ନେଇ ଉଠିଛି ପ୍ରଶ୍ନ । ଏପଟେ ଦୁର୍ନୀତିର ଖୁଲାସା ପରେ ଦାୟିତ୍ବରେ ଥିବା ପିଇଓ ପୁରା ଘଟଣାର ତଦନ୍ତ କରି ଡାବୁଗାଁ ବିଡିଓଙ୍କୁ ରିପେ।ର୍ଟ ପ୍ରଦାନ କରିଛନ୍ତି ।

ଭୂତ ଖାଉଛି ଭତା ଟଙ୍କା । ମୃତ୍ୟୁର ବର୍ଷକ ପରେ ବି ହିତାଧିକାରୀଙ୍କ ଟିପ ଚିହ୍ନରେ ନିୟମିତ ସରକାରୀ ତହବିଲରୁ ଉଠୁଛି ଟଙ୍କା ।  ଜଣେ କି ଦୁଇ ଜଣ ନୁହେଁ 

ମଲା ଲୋକ ନାଁରେ ଉଠୁଛି ଟଙ୍କା । ଚାଲ କରି ଟଙ୍କା ହଡପ । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଖଲିଆକାନୀ ପଞ୍ଚାୟତର ବିଧବା  ପରମା ନାଏକ ।୨୦୧୮ ଫେବୃଆରୀ  ୨୪ ତାରିଖରୁ ସ୍ବାମୀ ଘେନୁ ନାଏକଙ୍କ ମୃତ୍ୟୁ ହୋଇସାରିଲାଣି । ପର ଘରେ ମୁଲ ଲାଗି ପରମା  ପେଟ ପୋଷନ୍ତି । ପଞ୍ଚାୟତ ରେଜିଷ୍ଟାର ଅନୁସାରେ ଟିପ ଚିହ୍ନ ମାରି ଘେନୁ ନାଁରେ ଜାନୁୟାରୀ ପର୍ଯ୍ୟନ୍ତ ବାର୍ଦ୍ଧକ୍ୟ ଭତ୍ତା ଉଠାଣ ହୋଇଛି । ଅର୍ଥାତ ମୃତ୍ୟୁର ବର୍ଷକ ପରେ ବି ମଲା ଲୋକ ନାଁରେ ଉଠୁଥିଲା ଟଙ୍କା । ଖାଲି ପରମା ନୁହନ୍ତି , ସୁମନୀ ପାତ୍ରଙ୍କ ସ୍ବାମୀ ଲିଗଂରାଜ ପାତ୍ରଙ୍କ ୨୦୧୮ ଅଗଷ୍ଟ ୨୬ରେ ପରଲୋକ ହୋଇଥିଲା । ହେଲେ ତାଙ୍କ ନାଁରେ ବି ୨୦୧୯ ଜାନୁଆରୀ ଯାଏ ଭତ୍ତା ଟଙ୍କା ନିୟମିତ ଉଠାଣ ହୋଇ ଚାଲିଛି । ଆହୁରି ୧୪ଜଣ ମଲା ଲୋକ ନାଁରେ ଟଙ୍କା ଉଠାଣ ହେଉଥିବା ବେଳେ କିଏ ଏହି ଚଞ୍ଚକତା ଚଳାଇଛି ତାହା ସନ୍ଦେହ ଘରରେ ।

ମଲା ଲୋକ ନାଁରେ ବାର୍ଦ୍ଧକ୍ୟ ଭତା ହଡପର ଏହି ସାଂଘାତିକ ତଥ୍ୟ ପଞ୍ଚାୟତରେ ଆୟୋଜିତ ସାମାଜିକ ସମୀକ୍ଷା ବୈଠକରେ ଖୁଲାସା ହୋଇଛି । ୧୪ଜଣ ଲୋକଙ୍କ ନାଁରେ ନିୟମିତ ଟଙ୍କା ଉଠାଣ ପଞ୍ଚାୟତରେ ଚାଲିଥିବା ଦୁର୍ନୀତିର ଗୁମର ଖୋଲିଛି । ଅଭିଯୋଗ ପରେ ରେଜିଷ୍ଟାର ଯାଞ୍ଚ ପାଇଁ ନୋଟିସ୍ ଜାରି କରିଛନ୍ତି ଗୋଷ୍ଠୀ ଉନ୍ନୟନ ଅଧିକାରୀ । ବିଡିଓ ମଧ୍ୟ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । 

ସରକାରୀ ନିୟମ ଆନୁଯାୟୀ ବାର୍ଦ୍ଧକ୍ୟ ଭତା ହିତାଧିକାରୀ ନିଜ  ଟିପ ଚିହ୍ନ ବା ଦସ୍ତଖତ ପଞ୍ଚାୟତ ରେଜିଷ୍ଟାରରେ ଦେଲା ପରେ ଟଙ୍କା ପୈଠ କରାଯାଏ । ହିତାଧିକାରୀଙ୍କୁ ଚିହ୍ନଟ ପାଇଁ ୱାର୍ଡ ମେମ୍ବର ଙ୍କ ଉପସ୍ଥିତି ରେ ଟଙ୍କା ବଣ୍ଟନର ମଧ୍ୟ ନିୟମ ରହିଛି । ହେଲେ କିପରି ବର୍ଷ ବର୍ଷ ଧରି ଏଠାରେ ମୃତ ବ୍ୟକ୍ତି ନାଁ ରେ ଟଙ୍କା ଉଠାଣ କରାଯାଉଥିଲା । ଏହା ସବୁଠାରୁ ବଡ ପ୍ରଶ୍ନ । ଏହାର ଉଚ୍ଚସ୍ତରୀୟ ତଦନ୍ତ ହେଲେ ଏହାର ତାଲିକା ଆହୁରୀ ବଢିପାରେ । 

   Related Posts