ଦଲାଲଙ୍କୁ ଧରିବା ପରେ ଏବେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଉପରେ ହେବ ଆକ୍ସନ, ଦଲାଲଙ୍କ ଜରିଆରେ ହିଁ ଧରା ହେବେ ଆରଟିଓର ଅଭ୍ୟାସଗତ ଲାଞ୍ଚୁଆ ଅଧିକାରୀ ଓ କର୍ମଚାରୀ

Published By : Prameya-News7 Bureau | September 28, 2019 IST

ଭୁବନେଶ୍ବର୨୮|୯; ଦଲାଲଙ୍କୁ ଧରିବା ପରେ ଏବେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଉପରେ ହେବ ଆକ୍ସନ । ଦଲାଲଙ୍କ  ଜରିଆରେ ଧରା ହେବେ ଆରଟିଓର ଅଭ୍ୟାସଗତ ଲାଞ୍ଚୁଆ ଅଧିକାରୀ ଓ କର୍ମଚାରୀ ।

{"id":163860}

ସେହଭଳି ଆରଟିଓ କର୍ମଚାରୀମାନେ ଏଣିକ ହାତରେ ବିଭିନ୍ନ ରଙ୍ଗର ବ୍ୟାଣ୍ଡ୍‌ ପିନ୍ଧିବେ । ଦଲାଲଙ୍କ ଉତ୍ପାତରେ ସମ୍ପର୍କରେ ସାଧାରଣ ଲୋକେ ସିଧା ସଳଖ ଅଭିଯୋଗ କରିବାକୁ ହେଲ୍ପ ଲାଇନ୍‌ ନମ୍ବର ମଧ୍ୟ ଜାରି କରାଯାଇଛି ।

{"id":163862}

ଦଲାଲଙ୍କ ପରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଉପରେ ନଜର । ଦୁଇ ଦିନ ଧରି ବିଭିନ୍ନ ଆରଟିଓ ଅଫିସରେ ମାଳ ମାଳ ଦଲାଲ ବନ୍ଧା ହେବା ପରେ ସେମାନଙ୍କ ସହ ଆରଟିଓ ଅଧିକାରୀ ଓ କର୍ମଚାରୀଙ୍କ ମଧୂଚନ୍ଦ୍ରିକା ସାମ୍ନାକୁ ଆସିଛି ।

{"id":163863}

ଅବସ୍ଥା ଅସମ୍ଭାଳ ଦେଖି ଆକ୍ସନକୁ ଆସିଛନ୍ତି ସରକାର । ଧରାପଡ଼ିଥିବା ଦଲାଲଙ୍କ ମାଧ୍ୟମରେ ଅଭ୍ୟାସଗତ ଲାଞ୍ଚୁଆ ଆରଟିଓ ଅଧିକାରୀ ଓ କର୍ମଚାରୀଙ୍କ ଉପରେ ଆକ୍ସନ ନିଆଯିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ।

{"id":163864}

ବର୍ଷ ବର୍ଷ ଧରି ଗୋଟିଏ ଗୋଟିଏ ଯାଗାରେ ଆଡ୍ଡା ଜମାଇ ଧୁମ୍‌ ମାଲ୍‌ କମାଇବାକୁ ସୁଯୋଗ ପାଉଥିବା ଅସାଧୁ ଅଧିକାରୀ ଓ କର୍ମଚାରୀଙ୍କୁ ଅକ୍ଟୋବର ସୁଦ୍ଧା ବଦଳି କରାଯିବ । ବର୍ତ୍ତମାନ ରାଜ୍ୟରେ ୪୦ ପ୍ରତିଶତ ଆରଟିଓ ଇନ୍‌ଚାର୍ଜ ଦାୟିତ୍ବରେ ଅଛନ୍ତି ।

{"id":163865}

ତେବେ ମଦ୍ୟପଙ୍କୁ ନେଇ ନୂଆ ମୋଟର ଯାନ ଆଇନରେ ଥିବା ନିୟମକୁ କୋହଳ କରାଯିବ ନାହିଁ ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ ।

{"id":163866}

ଆରଟିଓକୁ ଦଲାଲ୍‌ ମୁକ୍ତ କରିବାକୁ ପୂରା ଦମ୍‌ ଲଗାଇଛନ୍ତି ସରକାର । ତେବେ ଲୋକେ କେମିତି ଚିହ୍ନିବେ ଆରଟିଓ କର୍ମଚାରୀ କିଏ ଆଉ ଦଲାଲ୍‌ କିଏ ? ସେ ସମସ୍ୟା ସାମ୍ନାକୁ ଆସିବା ପରେ ଏବେ ସରକାର ଆରଟିଓ କର୍ମଚାରୀଙ୍କ ହାତରେ ବିଭିନ୍ନ ରଙ୍ଗର ବ୍ୟାଣ୍ଡ ପିନ୍ଧାଇବାକୁ ନିଷ୍ପତ୍ତି ନେଇଛନ୍ତି ।

{"id":163867}

ଆରଟିଓରେ ସର୍ଭିସ୍‌ ପ୍ରୋଭାଇଡର କର୍ମଚାରୀମାନେ ଗ୍ରୀନ୍‌ ବ୍ୟାଣ୍ଡ ପିନ୍ଧିବେ । ସେହିଭଳି ସ୍ମାର୍ଟ ଚିପ୍‌ କାମ କରୁଥିବା କର୍ମଚାରୀ ବାନ୍ଧିବେ ୟେଲୋ ବ୍ୟାଣ୍ଡ ।

{"id":163868}

ଆରଟିଓ ଅଫିସ ନିକଟରୁ ହଟିବ ସବୁ ଚାଳିଆ ଦୋକାନ । ଅଫିସ ପରିସରକୁ କୌଣସି ମଧ୍ୟସ୍ଥି ପୂରାଇନଦେବାକୁ କଡ଼ା ନିର୍ଦେଶ ଦିଆଯାଇଛି । ଅଫିସରେ କେଉଁଠି କେଉଁ ସୁବିଧା ଉପଲବ୍ଧ ସେନେଇ ବଡ଼ ବୋର୍ଡ଼ ଲଗାଯିବ ।

{"id":163869}

ଯେଉଁଥିରେ ବିଭିନ୍ନ ଲାଇସେନସ୍‌ ପାଇଁ ଧାର୍ଯ୍ୟ ଫି ବାବଦରେ ସ୍ପଷ୍ଟ ସୂଚନା ରହିବ । ଦଲାଲଙ୍କ ଉତ୍ପାତ ସମ୍ପର୍କରେ ଲୋକମାନେ ସିଧା ସଳଖ ଅଭିଯୋଗ ହେଲ୍ପ ଡେସ୍କ ନମ୍ବର ୧୮୦୦୩୪୫୧୦୭୩ରେ ଜଣାଇପାରିବେ ।

{"id":163870}

ରାଜ୍ୟରେ ସରକାରୀ ଡାକ୍ତରଖାନା ଏବଂ ଆରଟିଓକୁ ଦଲାଲ୍‌ ମୁକ୍ତ କରିବାକୁ ସରକାରଙ୍କ ନିର୍ଦେଶ ପରେ ଏହି ସବୁ ସ୍ଥାନରେ  ବ୍ୟାପକ ଚଢ଼ାଉ ଓ ଗିରଫଦାରୀ ଆରମ୍ଭ ହୋଇଯାଇଛି । ୨ଦିନ ଭିତରେ ୭୫ଜଣ ଦଲାଲଙ୍କୁ ଗିରଫ କରିଛି ପୋଲିସ ।

{"id":163871}

ସେପଟେ ସରକାରଙ୍କ ସାନି ନିର୍ଦେଶକୁ ଦେଖି ଦଲାଲଙ୍କୁ ହାତ କରି ମାଲ୍‌ କମାଉଥିବା ଅସାଧୁ ଅଧିକାରୀ ଓ କର୍ମଚାରୀଙ୍କ ଭିତରେ ଛନକା ପଶିଲାଣି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.