Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

୨୦ ବର୍ଷ ହେଲା ଅଫିସରକୁ ଖୋଜୁଥିଲା ସିବିଆଇ : ନକଲି ପ୍ରଫେସର ସାଜି ଏମବିବିଏସ ଛାତ୍ରଛାତ୍ରୀଙ୍କୁ ପଢାଉଥିଲା ଇଂଟରନାଲ ମେଡ଼ିସିନ

9/03/2019 at 4:15 PM

ଦିଲ୍ଲୀ ୯/୩ : ୨୦ ବର୍ଷ ହେଲା ଯେଉଁ ଅଫିସରଙ୍କୁ ଖୋଜୁଥିଲା ସିବିଆଇ ସେ ନକଲି ପ୍ରଫେସର ହୋଇ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ପଢ଼ୁଥିଲେ | ଶୁଣିବାକୁ କାହାଣୀ ଭଳି ଲାଗୁଥିଲେ ମଧ୍ୟ ଘଟଣାଟି ସତ | ସରକାରଙ୍କ କୋଟି କୋଟି ଟଙ୍କା ଠକେଇ କରି ସୀମା ଶୁଳ୍କ ବିଭାଗର ଜଣେ ଅଫିସରଙ୍କୁ ଗତ ୨୦ ବର୍ଷ ହେଲା ଖୋଜୁଥିଲା ସିବିଆଇ |ଏପଟେ ସେ ନିଜ ପ୍ରକୃତ ପରିଚୟ ଗୋପନ ରଖି ଏକ ମେଡିକାଲ କଲେଜରେ ଏମବିବିଏସ ଛାତ୍ରଛାତ୍ରୀଙ୍କୁ ପଢାଉଥିଲା | ନକଲି ସାର୍ଟିଫିକେଟ ତିଆରି କରି ପ୍ରଫେସର ଚାକିରୀ ହସିଲଲ କରି ଛାତ୍ରଛାତ୍ରୀଙ୍କୁ ପଢ଼ାଉଥିଲେ ଏହି ଅଫିସର | ଉତ୍ତର ପ୍ରଦେଶର ଏକ ଘରୋଇ ମେଡିକାଲ କଲେଜରେ ନକଲି ଡିଗ୍ରୀ ଦେଖାଇ ଇଂଟରନାଲ ମେଡ଼ିସିନ ପ୍ରଫେସର ଭାବେ ଚାକରି କରୁଥିବା ବେଳେ ସେ ଏବେ ଧରା ପଡିଛନ୍ତି |


ଅଫିସର ଅଭିନବ ସିଂ ରାଜୀବ ଗୁପ୍ତା ନାଁରେ ମଥୁରାର କେ.କେ.ଡି.ମେଡିକାଲ କଲେଜ ଏବଂ ହସ୍ପିଟାଲ ଏବଂ ଅନୁସନ୍ଧାନ କେନ୍ଦ୍ରରେ ଆସୋସିଏଟ ପ୍ରଫେସର ଭାବେ କାର୍ଯ୍ୟରତ ଥିଲେ ଏହି ଅଧିକାରୀ | ସେ ଏମବିବିଏସ ଛାତ୍ରଛାତ୍ରୀଙ୍କୁ ପଢ଼ାଉଥିଲେ | ତାଙ୍କୁ କଲେଜରୁ ଗିରଫ କରିଛି ପୋଲିସ | ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଅଭିନବ ସିଂଙ୍କ ଗିରଫ ପରେ ଶିକ୍ଷାର ମାନକୁ ନେଇ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି | ମୁମ୍ବାଇରେ ସୀମା ଶୁଳ୍କ ବିବାଗରେ ମୁଲ୍ୟାଙ୍କନ ଅଫିସର ଥିଲେ ଅଭିନବ ସିଂ | ଡ୍ୟୁଟି ଇଣ୍ଟେଲିଜେନ୍ସ ପାସବୁକ ଦେଖାଇ ସୀମା ଟ୍ୟାକ୍ସ ବିଭାଗକୁ ୪ କୋଟି ଟଙ୍କା ଠକେଇ କରିଥିଲେ | ୧୯୯୯ ମସିହା ସେପ୍ଟେମ୍ବର ୨୯ ତାରିଖରେ ସିବିଆଇ ଦ୍ୱାରା ମାମଲା ରୁଜ୍ଜୁ ହେବାପରେ ଅଭିନବ ଫେରାର ହୋଇଯାଇଥିଲେ | ଗତ ୩ ବର୍ଷ ହେଲା ଡି.ମେଡିକାଲ କଲେଜରେ କାର୍ଯ୍ୟରତ ଥିଲା ଅଭିନବ | ତା’ପୂର୍ବରୁ ଫରିଦାବାଦ ଏବଂ ଅନ୍ୟ ମେଡିକାଲ କଲେଜରେ ପଢାଉଥିଲେ ଅଭିନବ ସିଂ |


ସିବିଆଇ ଅଧିକାରୀ କହିଛନ୍ତି ସେ ୫ ଲକ୍ଷ ଟଙ୍କା ଏବଂ ଏକ ମାରୁତି କାର ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା | ଅଭିନ ସିଂକୁ ଗିରଫ କରି ମୁମ୍ବାଇ ଅଣାଯାଇଛି | ସିବିଆଇ ଅଫିସର ତାକୁ ପଚରାଉଚୁରା କରୁଛନ୍ତି |

   Related Posts