ଆଗକୁ ପଞ୍ଚାୟତ ନିର୍ବାଚନ : ପ୍ରକାଶ ପାଇଲା ଚୂଡାନ୍ତ ସଂରକ୍ଷଣ ତାଲିକା, ଗଞ୍ଜାମର ୬୯ରୁ ୩୫ଟି ଜୋନରେ ମହିଳାଙ୍କ ପାଇଁ ସ୍ଥାନ

Published By : Prameya-News7 Bureau | November 08, 2021 IST

ଖଲ୍ଲିକୋଟ ୦୮ ।୧୧ : ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲାରେ ଜିଲ୍ଲା ପରିଷଦ ସଦସ୍ୟଙ୍କ ପାଇଁ ଚୂଡାନ୍ତ ସଂରକ୍ଷଣ ତାଲିକା ପ୍ରକାଶ । ଗଞ୍ଜାମ ଜିଲ୍ଲାରେ ୬୯ଟି ଜିଲ୍ଲା ପରିଷଦ ଜୋନ ରହିଥିବା ବେଳେ ପୂର୍ବରୁ ପ୍ରକାଶ ପାଇଥିବା ଚିଠା ତାଲିକା ସଂରକ୍ଷଣରେ ବ୍ୟାପକ ପରିବର୍ତ୍ତନ ହୋଇଛି । ବିଭିନ୍ନ ଅଭିଯୋଗ ଦାଖଲ ପରେ ୬୯ଟି ଜିଲ୍ଲା ପରିଷଦ ଜୋନ ମଧ୍ୟରୁ ୪୫ଟି ଜୋନ ସଂରକ୍ଷଣ ପରିବର୍ତ୍ତନ ହୋଇଛି । ଗଞ୍ଜାମ ଜିଲ୍ଲାରେ ୬୯ ଟି ଜୋନ ମଧ୍ୟରୁ ଅନୁସୁଚିତ ଜାତି ପାଇଁ ୧୪ ଟି, ଅନୁସୂଚିତ ଜନଜାତି ପାଇଁ ୪ଟି , ପଛୁଆବର୍ଗ ପାଇଁ ୧୬ ଅଣସରଂକ୍ଷିତ ରହିଥିବା ବେଳେ ୩୫ଟି ପଦବୀ ପାଇଁ ସରଂକ୍ଷିତ ରହିଛି ।

ସେହିପରି ୬୯ ଟି ଜୋନ ମଧ୍ୟରୁ ୩୫ଟି ଜୋନ ମହିଳାଙ୍କ ପାଇଁ ସରଂକ୍ଷିତ ରହିଛି । ଅନୁସୁଚିତ ଜାତି ମହିଳାଙ୍କ ପାଇଁ ୭ ଟି, ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ  ୨ଟି  , ପଛୁଆବର୍ଗ ମହିଳାଙ୍କ ପାଇଁ ୮ଟି  ଓ ଅଣସରଂକ୍ଷିତ ମହିଳାଙ୍କ ପାଇଁ ୧୮ ଟି ଜୋନ ପାଇଁ ସରଂକ୍ଷିତ ହୋଇଛି । ଜୋନ ନଂ ୧ , ୬, ୧୬, ୨୩, ୨୭, ୩୬, ୩୯ , ୪୧ , ୪୩ , ୪୪ , ୪୬,୪୭,୫୩,୫୫,୫୭, ୫୮,୬୬ ଓ ୬୭ ଜୋନ ମହିଳା ବର୍ଗ ପାଇଁ ସଂରକ୍ଷିତ ରହିଛି ।

ଅନ୍ୟପଟେ  ପଛୁଆବର୍ଗ ମହିଳାଙ୍କ ପାଇଁ ଜୋନ ନଂ ୨,୮, ୧୦,୧୨ , ୧୯,୨୮,୩୧ ଓ ୩୫ ନଂ  ସଂରକ୍ଷିତ ରହିଛି । ଅନୁସୂଚିତଜାତି ମହିଳାଙ୍କ ପାଇଁ ଜୋନ ନଂ ୪,୨୧,୨୪,୫୦ , ୫୨, ୬୦ ଓ ୬୯ ନଂ ସଂରକ୍ଷିତ ରହିଛି । ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ୯ ଓ ୩୩ ନଂ ଜୋନ ସଂରକ୍ଷିତ । ଅନୁସୂଚିତ ଜାତି ପାଇଁ ଜୋନ ନଂ ୭ , ୧୧ ,୧୩,୧୪,୨୨,୫୬ ଓ ୬୨ ନଂ ସଂରକ୍ଷିତ । ଅନୁସୂଚିତ ଜନଜାତି ପାଇଁ  ୬୩ ଓ ୬୪ ନଂ ଜୋନ ସଂରକ୍ଷିତ । ପଛୁଆବର୍ଗ ପାଇଁ ୩,୫,୧୮,୨୬, ୨୯ , ୩୦ , ୩୨ ଓ ୩୪ ନଂ ଜୋନ ସଂରକ୍ଷିତ  ରହିଥିବା ବେଳେ  ଅଣସଂରକ୍ଷଣ ପାଇଁ ୧୫ , ୧୭ ,୨୦, ୨୫,୩୭,୩୮, ୪୦,୪୨ , ୪୫ ,୪୮ ,୪୯, ୫୧, ୫୪, ୫୯, ୬୧ ,୬୫ ଓ ୬୮ ନଂ ଜୋନ ସଂରକ୍ଷିତ ରହିଥିବା ବିଭାଗୀୟ କାର୍ଯ୍ୟାଳୟରୁ ସୂଚନା ମିଳିଛି । ତେବେ  ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ମହିଳାଙ୍କ ପାଇଁ ସଂରକ୍ଷଣ ରଖାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.