Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ବୟସ ଅନୁସାରେ ରକ୍ତଚାପ କେତେ ରହିବା ଦରକାର ନିଶ୍ଚୟ ଜାଣନ୍ତୁ

17/09/2019 at 1:13 PM

ଆଜିକାଲି ଅଧିକାଂଶ ଲୋକଙ୍କ ମଧ୍ୟରେ ରକ୍ତଚାପର ସମସ୍ୟା ଦେଖିବାକୁ ମିଳୁଛି। ରକ୍ତଚାପ ଅଧିକ ଥାଉ ବା କମ ହେଲେ ଏହି ସମୟରେ ଶରୀରର ରକ୍ତ ସଂଚାରଣ କମ ହେବା, ମୁଣ୍ଡ ବୁଲାଇବା, ବେହୋସ ହେବା ଭଳି ସମସ୍ୟା ସାମ୍ନାକୁ ଆସେ। ସେଥିପାଇଁ ମଣିଷକୁ ନିଜ ରକ୍ତଚାପ ଉପରେ ଧ୍ୟାନ ଦେବା ଜରୁରୀ। କାରଣ ରକ୍ତଚାପ ସବୁବେଳେ ବଢୁଥାଏ ଓ କମୁଥାଏ। ଅଧିକାଂଶ ଲୋକ ଜାଣିନଥାନ୍ତି ଯେ, ରକ୍ତଚାପ କେତେ ରହିବା ଜରୁରୀ।

ଶରୀରରେ ରକ୍ତ ଧମନୀରେ ପଡୁଥିବା ରକ୍ତର ଚାପକୁ ରକ୍ତଚାପ କୁହାଯାଏ। ଉଚ୍ଚ ରକ୍ତଚାପ ଯେତିକି ଭୟଙ୍କର ହୋଇଥାଏ ନିମ୍ନ ରକ୍ତଚାପ ମଧ୍ୟ ସେତିକି କ୍ଷତିକାରକ ହୋଇଥାଏ। ସାମାନ୍ୟ ରୂପରେ ରକ୍ଚଚାପ ୨ ପ୍ରକାରର ହୋଇଥାଏ। ତାହା ହେଉଛି-

୧- ସିଷ୍ଟଲିକ

୨- ଡାୟଷ୍ଟଲିକ

ଯେତେବେଳେ ହୃଦସ୍ପନ୍ଦନ ହୁଏ ଓ ରକ୍ତକୁ ପମ୍ପ କରିଥାଏ। ସେ ସମୟରେ ଯେଉଁ ଧମନୀରେ ଚାପ ହୋଇଥାଏ ତାହାକୁ ସିଷ୍ଟଲିକ ଚାପ କୁହାଯାଏ। ଥରେ ହୃଦସ୍ପନ୍ଦନ ହେବା ପରେ ଯେବେ ହାର୍ଟ ରେଷ୍ଟ ପରିସ୍ଥିତିକୁ ପଳାଏ ସେହି ସମୟରେ ଧମନୀ ଉପରେ ଯେଉଁ ଚାପ ଥାଏ ତାହାକୁ ଡାୟଷ୍ଟଲିକ ଚାପ କୁହାଯାଏ। ତେବେ ବୟସ ଅନୁସାରେ ରକ୍ତଚାପ କେତେ ରହିବା ଜରୁରୀ ଜାଣନ୍ତୁ।

ପିଲାଛୁଆଙ୍କର ନିଜ ବୟସ ଅନୁସାରେ ରକ୍ତଚାପ ବଦଳୁଥାଏ। କାରଣ ଯେମିତି ସେମାନେ ବଡ ହୁଅନ୍ତି ସେମିତି ତାଙ୍କ ରକ୍ତଚାପ ମଧ୍ୟ ବଢିବାକୁ ଲାଗେ।

ତେବେ ୧୫ ବର୍ଷରୁ ନେଇ ୧୮ ବର୍ଷ ଯାଏଁ ପୁରୁଷଙ୍କ ମଧ୍ୟରେ ୧୧୭-୭୭ ଏମ୍ଏମ୍‌ଏଚଜି ରହିବା ଉଚିତ୍‌। ମହିଳାମାନଙ୍କ ମଧ୍ୟରେ ୧୨୦-୭୯ ଏମ୍ଏମ୍‌ଏଚଜି ରହିବା ଉଚିତ୍‌।

୧୯ରୁ ୨୪ ବର୍ଷ ପୁରୁଷଙ୍କ ରକ୍ତଚାପ ୧୨୦-୭୯ ଏମ୍ଏମ୍‌ଏଚଜି ଓ ମହିଳାମାନଙ୍କର ୧୨୦-୭୯ ରହିବା ଜରୁରୀ।

୨୫ରୁ ୨୯ ବର୍ଷ ଯାଏଁ ପୁରୁଷମାନଙ୍କର ୧୨୦-୮୦ ଓ ମହିଳାମାନଙ୍କର ମଧ୍ୟ ୧୨୦-୮୦ ଏମ୍ଏମ୍‌ଏଚଜି ରହିବା ଉଚିତ୍‌।

୩୦ରୁ ୩୫ ବର୍ଷ ଯାଏଁ ପୁରୁଷମାନଙ୍କର ୧୨୨-୮୧ ଓ ମହିଳାମାନଙ୍କର ୧୨୩-୮୦ ଏମ୍ଏମ୍‌ଏଚଜି ରହିବା ଉଚିତ୍‌।

୪୦ରୁ ୪୫ ବର୍ଷ ଯାଏଁ ପୁରୁଷମାନଙ୍କର ୧୨୪-୮୩ ଓ ମହିଳାମାନଙ୍କର ୧୨୫-୮୩ ଏମ୍ଏମ୍‌ଏଚଜି ରହିବା ଉଚିତ୍‌।

୪୬ ବର୍ଷରୁ ୪୯ ବର୍ଷ ଯାଏଁ ପୁରୁଷମାନଙ୍କର ୧୨୦-୮୪ ଓ ମହିଳାମାନଙ୍କର ୧୨୭-୮୪ ଏମ୍ଏମ୍‌ଏଚଜି ରହିବା ଉଚିତ୍‌।

୫୦ରୁ ୫୫ ବର୍ଷ ଯାଏଁ ପୁରୁଷମାନଙ୍କର ୧୨୮-୮୫ ଓ ମହିଳାମାନଙ୍କର ୧୨୯-୮୫ ଏମ୍ଏମ୍‌ଏଚଜି ରହିବା ଉଚିତ୍‌।

୫୬ରୁ ୬୦ ବର୍ଷ ଯାଏଁ ପୁରୁଷମାନଙ୍କର ୧୨୯-୮୫ ଓ ମହିଳାମାନଙ୍କର ୧୩୧-୮୬ ଏମ୍ଏମ୍‌ଏଚଜି ରହିବା ଉଚିତ୍‌।

୬୦ରୁ ଅଧିକ ବର୍ଷର ଲୋକ, ପୁରୁଷମାନଙ୍କର ୧୩୫-୮୮ଓ ମହିଳାମାନଙ୍କର ୧୩୪-୮୪ ଏମ୍ଏମ୍‌ଏଚଜି ରହିବା ଉଚିତ୍‌।

ତେବେ ଏହି ରକ୍ଚଚାପରକୁ ନର୍ମାଲ ବୋଲି କୁହାଯାଏ। ବୟସ ଅନୁସାରେ ରକ୍ତଚାପ ଠିକ୍‌ ରହିଲେ ଶରୀର ସୁସ୍ଥ ରହିବ। ତେଣୁ ରକ୍ତଚାପ କମିଲେ ବା ବଢିଲେ ଡାକ୍ତରଙ୍କୁ ଦେଖାଇବା ଜରୁରୀ। ସାଧାରଣତଃ ମଣିଷ ଅବସାଦଗ୍ରସ୍ଥ ଥିଲେ ମଧ୍ୟ ରକ୍ତଚାପ ବଦଳିଥାଏ। ସୁସ୍ଥ ରହିବା ପାଇଁ ସବୁବେଳେ ଖୁସି ରହିବା ମଧ୍ୟ ଆବଶ୍ୟକ।

   Related Posts