କମିଲା କର୍ପୋରେଟ୍ ଟ୍ୟାକ୍ସ

Published By : Prameya-News7 Bureau | September 20, 2019 IST

ଗୋଆ ୨୦/୯: ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଅର୍ଥନୈତିକ ଅଭିବୃଦ୍ଧି କରିବା ପାଇଁ ଆଜି ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ଗୋଆରେ ଜିଏସଟି କାଉନସିଲ ବୈଠକ ପୂର୍ବରୁ ଅର୍ଥ ମନ୍ତ୍ରୀ ପ୍ରେସ୍ କନଫରେନ୍ସ କରି ଏହି ନିଷ୍ପତ୍ତି ବିଷୟରେ ସୂଚନା ଦେଇଥିଲେ। ସେ କହିଛନ୍ତି ଯେ ଘରୋଇ କମ୍ପାନୀ ଏବଂ ନୂତନ ମ୍ୟାନୁଫାକ୍ଚରିଙ୍ଗ କମ୍ପାନୀଙ୍କ ପାଇଁ ଅଧ୍ୟାଦେଶ ଜରିଆରେ କର୍ପୋରେଟ୍ ଟ୍ୟାକ୍ସ କମାଇ ଦିଆଯିବ। ଘରୋଇ କମ୍ପାନୀ ଯଦି ଅନ୍ୟ କୌଣସି ଛାଡ଼ କରିବ ନାହିଁ ତେବେ ତାଙ୍କୁ ୨୨% ଟ୍ୟାକ୍ସ ଦେବାକୁ ପଡ଼ିବ। ସରଚାର୍ଜ ଏବଂ ସେସ ମିଶାଇ ପ୍ରଭାବୀ ଟ୍ୟାକ୍ସ ଦର ୨୫.୧୭% ହେବ। କମ୍ପାନୀ ଯଦି ଏବେ ଛାଡ଼ କରୁଛି ତେବେ ସେମାନେ ଟ୍ୟାକ୍ସ ହଲିଡେର ଏକ୍ସପାୟରି ପରେ କମ୍ ଟ୍ୟାକ୍ସ ଦରର ବିକଳ୍ପ ବାଛି ପାରିବ। ଅଧ୍ୟାଦେଶ ଜରିଆରେ ଏହି ପରିବର୍ତ୍ତନ ଲାଗୁ କରାଯିବ।

ସୀତାରମଣ କହିଛନ୍ତି ଯେ ଅକ୍ଟୋବର ୧ତାରିଖ ପରେ ହେଉଥିବା ଘରୋଇ ମ୍ୟାନୁଫ୍ୟାକ୍ଚରିଙ୍ଗ କମ୍ପାନୀଙ୍କ ପାଇଁ ଟ୍ୟାକ୍ସ ଦର ୧୫% ହେବ। ସରଚାର୍ଜ ଏବଂ ସେସ ମିଶାଇ ପ୍ରଭାବୀ ଟ୍ୟାକ୍ସ ଦର ୧୭.୦୧%  ହେବ। ସେମାନଙ୍କୁ ଅନ୍ୟ କୌଣସି ଇନସେଣ୍ଟିଭ ମିଳିବ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.