Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ସୀମାରେ ମୁତୟନ ହଜାର ସଂଖ୍ୟକ ସୈନିକ ପଛକୁ ହଟିବେ କେମିତି, ଆସନ୍ତାକାଲି ଚୁଶୁଲ୍‌ରେ ଭାରତ-ଚୀନ କମାଣ୍ଡରସ୍ତରୀୟ ବୈଠକ

13/07/2020 at 6:29 PM

ନୂଆଦିଲ୍ଲୀ ୧୩/୦୭ : ପୂର୍ଵ ଲଦାଖରୁ ସେନା ହଟିବା ପରେ ସେନାଙ୍କ ସଂପୂର୍ଣ୍ଣ ପ୍ରତ୍ୟାହାରକୁ ଆଗାମୀ ପର୍ଯ୍ୟାୟରେ ଅନ୍ତିମ ରୂପ ଦେବାକୁ ଭାରତୀୟ ସେନା ଓ ଚୀନ ସେନା ମଧ୍ୟରେ ଆସନ୍ତାକାଲି ଉଚ୍ଚ ସ୍ତରୀୟ ବୈଠକ ମଙ୍ଗଳବାର ଦିନ ବସିବ | ସେନା ସୂତ୍ରରୁ ଏ ସମ୍ପର୍କରେ ସୂଚନା ମିଳିଛି | ଏହି ବୈଠକରେ ଏଲଏସି (LAC) ରେ ସେନାଙ୍କୁ ପ୍ରତ୍ୟାହାର କରିବା ପ୍ରସଙ୍ଗରେ ଆଲୋଚନା ହେବ | ସେ କହିଛନ୍ତି ଯେ, ଶାନ୍ତି ସୁନିଶ୍ଚିତ କରିବା ପାଇଁ ଅନ୍ତିମ ରୂପ ଦେବାକୁ ଆଲୋଚନା ହେବ | ସୂତ୍ରରୁ ଜଣାପଡିଛି ଯେ ପରିସ୍ଥିତିରେ କୌଣସି ପରିବର୍ତ୍ତନ ହୋଇନାହିଁ ଏବଂ ଉଭୟ ପକ୍ଷର କୋର କମାଣ୍ଡରଙ୍କ ମଧ୍ୟରେ ଚତୁର୍ଥ ପର୍ଯ୍ୟାୟ ବାର୍ତ୍ତା ପରେ ହିଁ ସେନା ଫେରିବା ନେଇ ଆଗାମୀ ପର୍ଯ୍ୟାୟ ପ୍ରକ୍ରିୟା ଆରମ୍ଭ ହେବ |

ଭାରତ ଦାବି ଅନୁଯାୟୀ, ଚୀନର ପିପୁଲ୍ସ ଲିବେରେସନ ଆର୍ମି ଗତ ସପ୍ତାହରେ ଗୋଗ୍ରା, ହଟ ସ୍ପ୍ରିଙ୍ଗସ ଏବଂ ଗଲୱାନ ଘାଟିରୁ ନିଜ ସେନାକୁ ଫେରାଇ ନେଇଛି ଏବଂ ପେଂଗଙ୍ଗ ଅଞ୍ଚଳରେ ଫିଙ୍ଗର ଫୋରରୁ ନିଜ ଉପସ୍ଥିତି କମ କରିସାରିଛି | ଚୀନ ଫିଙ୍ଗର ଫୋରରୁ ନିଜ ସେନା ହଟାଇବା ନେଇ ଭାରତ ଜୋର ଦେଉଛି |

ଏହି ବୈଠକରେ ଫିଙ୍ଗର୍ସ ନାଁ ଦ୍ୱାରା ପରିଚିତ ପେଂଗଙ୍ଗ ସୋ ହ୍ରଦରୁ ବାହାରିଥିବା ଆଠ ରାଇଡଲାଇନର ଶୃଙ୍ଖଳା ଉପରେ ଫଲ-ବ୍ୟାକ ସ୍ଥାନରେ ବୁଝାମଣା କରାଯାଇପାରେ | ଭାରତୀୟ ସେନା ଅଧିକ ସମୟରୁ ଫିଙ୍ଗର ୧ ରୁ ଫିନାଗ୍ର ୮ ପର୍ଯ୍ୟନ୍ତ ଅଞ୍ଚଳରେ ଦାବି ସାବ୍ୟସ୍ତ କରିଛନ୍ତି ଏବଂ PLA, ଏହାର ବିପରୀତ, ଫିଙ୍ଗର ୨ ପର୍ଯ୍ୟନ୍ତ ନିଜର ଦାବି କରିଛି | PLA ଫିଙ୍ଗର ୩ ରୁ ଆଗକୁ ଭାରତୀୟ ପାଟ୍ରୋଲିଂକୁ ରୋକିବାକୁ ଏକ ନେଟୱାର୍କ କରିଛି | ଦିଲ୍ଲୀରେ ବରିଷ୍ଠ ସେନା ଅଧିକାରୀ ଏହି ଅଞ୍ଚଳ ପରିସ୍ଥିତି ଉପରେ ୨୪ ଘଣ୍ଟା ନଜର ରଖିଛନ୍ତି | ଯେକୌଣସି ପ୍ରକାର ଘଟଣାର ମୁକାବିଲା ପାଇଁ ସେନା ପ୍ରସ୍ତୁତ ଅଛି |

   Related Posts