Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

କରୋନା ନେଇ ଦିଦି ଓ କେନ୍ଦ୍ର ମଧ୍ୟରେ ବଢିଲା ଝଗଡା, କେନ୍ଦ୍ରୀୟ ଟିମ୍ ରାଜ୍ୟକୁ ପଚାରିଲେ ୩୭ ପ୍ରଶ୍ନ

25/04/2020 at 4:20 PM

କୋଲକାତା ୨୫।୦୪: କରୋନା ଭାଇରସ୍‌ ପରି ସଙ୍କଟ ମଧ୍ୟରେ ପଶ୍ଚିମବଙ୍ଗ ସରକାର ଓ କେନ୍ଦ୍ର ସରକାର ମଧ୍ୟରେ ତିକ୍ତତା ଜାରି ରହିଛି। କରୋନ ବିରୋଧୀ ଲଢେଇରେ ମମତା ବାନାର୍ଜୀ ସରକାର ସହଯୋଗ କରୁନଥିବା କେନ୍ଦ୍ର ସରକାର ବାରମ୍ବାର ଆରୋପ ଲଗାଇ ଚାଲିଛନ୍ତି। ଏହି ସବୁ ମଧ୍ୟରେ କରୋନା ସ୍ଥିତି ସମୀକ୍ଷା ଲାଗି ଅନ୍ୟ ରାଜ୍ୟ ପରି ପଶ୍ଚିମବଙ୍ଗକୁ ମଧ୍ୟ କେନ୍ଦ୍ର ସରକାରଙ୍କୁ ଦୁଇଟି ଟିମ୍ ପହଞ୍ଚିଛନ୍ତି। ଏବେ କେନ୍ଦ୍ରୀୟ ଟିମ୍ ଦାର୍ଜିଲିଂରେ ପୋଲିସ କମିଶନରଙ୍କ ସହ ସାକ୍ଷାତ କରାଇ ନଦେବାର ରାଜ୍ୟ ସରକାରଙ୍କ ଉପରେ ଆରୋପ ଲଗାଇଛନ୍ତି। କେନ୍ଦ୍ରୀୟ ଟିମ୍ ରାଜ୍ୟରେ କରୋନା ମୁକାବିଲା ସଂପର୍କିତ ପ୍ରସ୍ତୁତି ନେଇ ମମତା ସରକାରଙ୍କୁ ମୋଟ୍ ୩୭ ପ୍ରଶ୍ନ ପଚାରିଛନ୍ତି। ଏହି ସବୁ ପ୍ରଶ୍ନରେ ପଶ୍ଚିମବଙ୍ଗ ସରକାରଙ୍କୁ କରୋନା କେସ୍ ଓ ମୃତ୍ୟୁ ତଥ୍ୟକୁ ନେଇ ମଧ୍ୟ ପ୍ରଶ୍ନ କରାଯାଇଛି।

କେନ୍ଦ୍ରୀୟ ଟିମ୍ ପଶ୍ଚିମବଙ୍ଗ ସରକାରଙ୍କୁ ଏକ  ଚିଠି ମଧ୍ୟ ଦେଇଛନ୍ତି। ସୂଚନା ଅନୁଯାୟୀ, ଯଦି ପଶ୍ଚିମବଙ୍ଗ ସରକାର ଏହି ୩୭ ପ୍ରଶ୍ନର ଉତ୍ତର ଦେବେ ତେବେ ରାଜ୍ୟ ସରକାରଙ୍କ ଅସଲ ମୁଖା ଖୋଲିଯିବ। ପଚରା ଯାଇଥିବା ପ୍ରଶ୍ନ ଏହି ପରି ରହିଛି- ଲକ୍‌ଡାଉନ୍‌ ନିୟମ ଆପଣ କିଭଳି ପାଳନ କରୁଛନ୍ତି ? ଏହି ସମୟରେ କେତେ ଲୋକଙ୍କ ଚାଲାଣ ହୋଇଛି ? ସିଲିଂ ଇଲାକାରେ କେତେ ଲୋକଙ୍କୁ ବାହାରକୁ ଯିବାକୁ ଅନୁମତି ଦିଆଯାଇଛି ? ସ୍ଵାସ୍ଥ୍ୟକର୍ମୀଙ୍କ ଉପରେ ଆକ୍ରମଣର କେତେ କେସ୍ ଘଟିଛି, ତା ଉପରେ କଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ?  ହସ୍ପିଟାଲରେ କରୋନା ରୋଗୀଙ୍କ ପାଇଁ କେତେ ଶଯ୍ୟା ରହିଛି ? ଗରିବଙ୍କ ପାଇଁ କଣ ବ୍ୟବସ୍ଥା କରାଯାଇଛି ?

ଗତ ସପ୍ତାହରେ ପଶ୍ଚିମବଙ୍ଗର ମୁଖ୍ୟ ସଚିବ ଚିଠି ଲେଖି କେନ୍ଦ୍ରୀୟ ଟିମ୍‌କୁ ପୂରା ସହଯୋଗ ଦିଆଯାଉଥିବା କଥା କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଜଣାଇଥିଲେ। ମାତ୍ର ଯେଉଁ ଭଳି ଭାବେ କେନ୍ଦ୍ରୀୟ ଟିମ୍ ଚିଠି ଲେଖି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରୁଛନ୍ତି, ସେଥିରୁ ଲାଗୁଛି ଯେ, ମମତା ସରକାରଙ୍କ ପକ୍ଷରୁ ସହଯୋଗ ମିଳୁନାହିଁ।

ଟିମ୍ ପଚରିଥିଲେ କେଉଁ ଆଧାରରେ ଜାରି ହେଉଛି ମୃତ୍ୟୁ ପ୍ରମାଣ ପତ୍ର ?

କେନ୍ଦ୍ରୀୟ ଟିମ୍ ମୃତ୍ୟୁ ପ୍ରମାଣ ପତ୍ର କେଉଁ ଆଧାରରେ ଜାରି କରାଯାଉଛି ସେ ନେଇ ମଧ୍ୟ ପ୍ରଶ୍ନ ପଚାରିଥିଲେ।  ରାଜ୍ୟ ସରକାର ଦ୍ୱାରା ଗଠିତ ଡାକ୍ତରଙ୍କ ଏକ ସମିତି ଦ୍ୱାରା କରୋନାରେ ପ୍ରାଣ ହରାଉଥିବା ଲୋକଙ୍କ ମୃତ୍ୟୁ ପ୍ରମାଣ ପତ୍ର ଅନୁମୋଦନ କରିବାର ପ୍ରଣାଳୀ କଣ ରହିଛି ?  ଏହା ବ୍ୟତୀତ ଆଇଏମସିଟିକୁ ଏହା ମଧ୍ୟ ସୂଚନା ଦିଆଯାଉ ଯେ, ସଙ୍ଗରୋଧ କେନ୍ଦ୍ରରେ ଲୋକଙ୍କ ଚିହ୍ନଟ କରିବା ଏବଂ ସେମାନଙ୍କୁ ଯାଂଚ କରିବାର ପ୍ରକ୍ରିୟା କଣ ରହିଛି? କେନ୍ଦ୍ରୀୟ ଟିମ୍ ଏହା ମଧ୍ୟ ପ୍ରଶ୍ନ କରିଛନ୍ତି ଯେ, କଣ ରାଜ୍ୟ ସରକାରଙ୍କୁ ଲକଡାଉନ ପ୍ରାବଧାନର ପାଳନ କରିବାରେ କଣ ସମସ୍ୟା ରହିଛି କି ?

କେନ୍ଦ୍ରୀୟ ଟିମର ମୁଖ୍ୟ ଅପୂର୍ବ ଚନ୍ଦ୍ର ଯେଉଁ ଚିଠି ଲେଖି ସବୁ ପ୍ରଶ୍ନର ଉତ୍ତର ଦେବାକୁ ମଧ୍ୟ କୁହାଯାଇଛି । ଏଥିରେ ପ୍ରଶ୍ନ କରାଯାଇଛି ଯେ, କଣ ରାଜ୍ୟ ସରକାରଙ୍କ ପାଖରେ ନମୂନା ଯାଂଚ ପାଇଁ ପର୍ଯ୍ୟାପ୍ତ କିଟ୍ ଉପଲବ୍ଧ ରହିଛି କି ? କଣ ରାଜ୍ୟ ସରକାର ନିଜ ପାଖରେ ଥିବା ପରୀକ୍ଷଣ ସୁବିଧାର ସଂପୂର୍ଣ୍ଣ ଉପଯୋଗ  କରିଛନ୍ତି କି ? ପରୀକ୍ଷଣ ପାଇଁ କଣ ପ୍ରୋଟୋକଲର ଅନୁସରଣ  କରାଯାଇଛି ? କଣ ସେହି ପ୍ରୋଟୋକଲ କୋଭିଡ-୧୯ ପରୀକ୍ଷଣ ପାଇଁ ସ୍ୱୀକୃତିପ୍ରାପ୍ତ ? ପିପିଇ ଓ ମାସ୍କ ପରି ସୁରକ୍ଷା ଉପକରଣର ଉପଲବ୍ଧତା କେମିତି ରହିଛି ଓ କୋଭିଡ୍‌-୧୯ ହସ୍ପିଟାଲରେ ସ୍ୱାସ୍ଥ୍ୟ କର୍ମୀଙ୍କୁ କେତେ ବିବରଣ କରାଯାଇଛି ଏହାର ସୂଚନା ଦିଆଯାଉ ।

   Related Posts