Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୬ ହଜାରରୁ ଅଧିକ କରୋନା ପଜିଟିଭ୍, ୭୩୩ ମୃତ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୧୨ କୋଭିଡ୍ ପଜିଟିଭ୍
  • ||
  • କରଞ୍ଜିଆରେ ମାତିଛନ୍ତି ଝାଡଖଣ୍ଡୀ ହାତୀ, ନଷ୍ଟ କରୁଛନ୍ତି ଏକର ଏକର ଫସଲ
  • ||
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ବାବାଙ୍କୁ ସରକାରଙ୍କ ଝଟକା: ପତଞ୍ଜଳିର ‘କରୋନିଲ୍’ ବିଜ୍ଞାପନ ଉପରେ ବ୍ରେକ୍ ଲଗାଇଲା ଆୟୁଷ ମନ୍ତ୍ରାଳୟ

23/06/2020 at 6:39 PM

ନୂଆଦିଲ୍ଲୀ, ୨୩|୦୬:  ଆୟୁଷ ମନ୍ତ୍ରାଳୟ ପତଞ୍ଜଳି ଆୟୁର୍ବେଦ ଲିମିଟେଡ୍ ଦ୍ୱାରା କରୋନା ଭାଇରସର ଉପଚାର ପାଇଁ ବିକଶିତ କରିଥିବା ଔଷଧ କରୋନିଲ୍ ସମ୍ପର୍କରେ ଖବର ପାଇବା ପରେ ନିଜର ପ୍ରତିକ୍ରିୟା ରଖିଛି । ଏହି ମାମଲାରେ ବିଧିବଦ୍ଧ ଯାଂଚ ହେବା ପରେ ହିଁ ବିଭିନ୍ନ ଦାବି ଓ ବିଜ୍ଞାପନ ଜରିଆରେ ଏହାର ପ୍ରଚାର ପ୍ରସାର ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

କରୋନା ଚିକିତ୍ସା ପାଇଁ ପତଞ୍ଜଳିକୁ ନେଇ ଆୟୁଷ ମନ୍ତ୍ରାଳୟ କହିଛି ଯେ, ଏହି ବିଜ୍ଞାପନ ବାବଦରେ ସେ କିଛି ଜାଣିନାହିଁ । ଏହାର କୌଣସି ବୈଜ୍ଞାନିକ ଅଧ୍ୟୟନ ହୋଇଛି ନା ନାହିଁ ତାହା ଜଣାପଡି ନାହିଁ । ଏନେଇ ସମସ୍ତ ତଥ୍ୟ ମଗାଯାଇଛି । ଏହାସହ ରାମଦେବଙ୍କ କମ୍ପାନୀକୁ ଔଷଧ ବାବଦରେ ବିଜ୍ଞାପନ ନକରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମାନକ ଯାଂଚ ପୂର୍ବରୁ ଏହା ବିଜ୍ଞାପନ ଉପରେ ରୋକ ଲଗାଯାଇଛି ।

ଯୋଗଗୁରୁ ବାବା ରାମଦେବ କରୋନା ଚିକିତ୍ସା ପାଇଁ ଆୟୁର୍ବେଦିକ ଔଷଧ ବାହାର କରିଥିବା ଦାବି କରିଥିଲେ । ସେ ଦାବି କରିଛନ୍ତି ଯେ, ଆୟୁର୍ବେଦିକ ଔଷଧରେ କରୋନା ଚିକିତ୍ସା ହୋଇପାରିବ । ଏଥିପାଇଁ କରୋନିଲ୍ ନାମକ ଔଷଧ ଲଞ୍ଚ କରିଛନ୍ତି । ଏହାକୁ ପତାଞ୍ଜଳି ଯୋଗାପୀଠ ପ୍ରସ୍ତୁତ କରିଛି । କାରୋନିଲରେ ଗିଲୋୟ, ତୁଳସୀ ଏବଂ ଅଶ୍ଵଗନ୍ଧା ରହିଛି ଯାହା ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିଥାଏ ।ଏହି ଔଷଧ କ୍ରୋନିକ୍ ରୋଗରୁ ରକ୍ଷା କରିବ ।

ରାମଦେବ କହିଛନ୍ତି ଯେ କରୋନିଲର କ୍ଲିନିକାଲ ପରୀକ୍ଷଣରେ ୨୮୦ ଆକ୍ରାନ୍ତଙ୍କୁ ସାମିଲ କରାଯାଇଥିଲା । ୧୦୦ ଜଣଙ୍କ ଉପରେ କ୍ଲିନିକାଲ କଣ୍ଟ୍ରୋଲ ଟ୍ରାଏଲ କରାଯାଇଥିଲା । ୩ ଦିନ ଭିତରେ ୬୯ ପ୍ରତିଶତ କରୋନା ପଜିଟିଭ୍ ରୋଗୀ ଔଷଧ ବ୍ୟବହାର ପରେ ନେଗେଟିଭ ହୋଇଥିଲେ । ୭ ଦିନ ମଧ୍ୟରେ ୧୦୦ ପ୍ରତିଶତ ରୋଗୀ ସୁସ୍ଥ ହୋଇଯାଇଥିଲେ | ମୃତ୍ୟୁହାର ୦ ପ୍ରତିଶତ ବୋଲି ସେ କହିଥିଲେ ।

   Related Posts