Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

ଭାରତୀୟ ବାଦୁଡି ବି ଭୟଙ୍କର ! ଦୁଇ ପ୍ରଜାତିଙ୍କ ଠାରେ କରୋନା ଭାଇରସ୍ ମିଳିଥିବା ଗବେଷକଙ୍କ ଦାବି, କିନ୍ତୁ ଓଡିଶା ପାଇଁ ଆଶ୍ଵସ୍ତି

14/04/2020 at 9:47 PM

ନୂଆଦିଲ୍ଲୀ ଏପ୍ରିଲ ୧୪:  ସମଗ୍ର ଦୁନିଆ ସମେତ ଭାରତରେ ମଧ୍ୟ କରୋନା ପ୍ରକୋପ ଜାରି ରହିଛି। ସଂକ୍ରମିତଙ୍କ ସହିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୧ ଦିନିଆ ଲକ୍‌ଡାଉନ୍‌ ଅବଧିକୁ ମେ ୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଅନ୍ୟପଟେ ସମଗ୍ର ଦୁନିଆର ବିଶେଷଜ୍ଞ, ବୈଜ୍ଞାନିକ ଓ ଡାକ୍ତର କରୋନା ରୋଗର ଉପଚାର ପାଇଁ ଗବେଷଣା ଚଳାଇଛନ୍ତି। ଏହା ମଧ୍ୟରେ ଭାରତରୁ ଏମିତି ଏକ ଖବର ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ଭାରତରେ ଦୁଇଟି ପ୍ରଜାତିର ବାଦୁଡିଠାରେ କରୋନା ଭାଇରସ୍ ଥିବା ଗବେଷଣାରୁ ଜଣା ପଡିଛି।  ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ୍ଚ(ICMR) ଓ ନ୍ୟାସନାଲ୍‌ ଇନଷ୍ଟିଟ୍ୟୁଟ୍‌ ଅଫ୍‌ ଭାଇରୋଲୋଜି(NIV) ପକ୍ଷରୁ କରାଯାଇଥିବା ଏକ ଗବେଷଣାରେ ୨ଟି ପ୍ରଜାତିର ଭାରତୀୟ ବାଦୁଡ଼ିଙ୍କ ନିକଟରୁ (bt-COV) ବା କରୋନା ଭାଇରସ୍‌ ଥିବା ପ୍ରମାଣ ମିଳିଛି ।  

ଇଣ୍ଡିଆନ୍‌ ଜର୍ଣ୍ଣାଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ୍ଚରେ ଏ ବିଷୟରେ ରିପୋର୍ଟ ପ୍ରକାଶିତ ହୋଇଛି । ଆଇସିଏମଆର ଏବଂ ଏନଆଇଭି. ପୁଣେର ବୈଜ୍ଞାନିକଙ୍କ ପକ୍ଷରୁ ମିଳିତ ଭାବେ କରାଯାଇଥିବା ଏହି ଗବେଷଣାର ସାରକଥା ଇଣ୍ଡିଆନ୍‌ ଜର୍ଣ୍ଣାଲ୍‌ ଅଫ୍‌ ମେଡିକାଲ୍‌ ରିପୋର୍ଟର ସଦ୍ୟତମ ପ୍ରକାଶନରେ ପ୍ରକାଶିତ ହୋଇଛି।

ଆଇସିଏମ୍‌ଆର୍‌ ଓ ଏନ୍‌ଆଇଭିର ଗବେଷକମାନେ ମିଳିତ ଭାବେ କରିଥିବା ଗବେଷଣାରେ ଓଡ଼ିଶା ସମେତ କେରଳ, କର୍ଣ୍ଣାଟକ, ତାମିଲନାଡୁ, ହିମାଚଳପ୍ରଦେଶ, ପଞ୍ଜାବ, ଗୁଜୁରାଟ, ତେଲେଙ୍ଗାନା, ଚଣ୍ଡୀଗଡ ଓ ପୁଡୁଚେରୀର ବାଦୁଡିମାନଙ୍କ ଉପରେ ଗବେଷଣା କରିଥିଲେ । ହେଲେ କେରଳ, ହିମାଚଳ ପ୍ରଦେଶ, ପୁଡୁଚେରୀ ଏବଂ ତାମିଲନାଡୁ ବାଦୁଡିଙ୍କଠାରେ କରୋନା ଭାଇରସ୍ ଠାବ ହୋଇଛି।

ପ୍ରଥମେ ୨୫ଟି ପ୍ରଜାତି ବାଦୁଡିଙ୍କର ସ୍ୱାବ ଟେଷ୍ଟ କରାଯାଇଥିଲା । ପରେ (RT-PCR) ବା ରିଭର୍ସ ଟ୍ରାନସ୍‌କ୍ରିପସନ୍‌ ପଲିମେରାଇଜ୍‌ ଚେନ୍‌ ରିଆକ୍‌ସନ୍‌ ଟେଷ୍ଟ କରାଯାଇଥିଲା । ଗବେଷକମାନେ ୨୦୧୮-୨୦୧୯ ମସିହାରେ ଧରିଥିବା ବାଦୁମାନଙ୍କର ରେକ୍ଟାଲ୍‌ ଓ ନାସାଲ୍ ସ୍ୱାବ ସଂଗ୍ରହ କରିଥିଲେ । ମୋଟ୍‌ ୫୦୮ଟି ନମୁନା ବା ସାମ୍ପଲ୍‌ ସଂଗ୍ରହ କରାଯାଇଥିଲା । ଛୋଟ ବାଦୁଡି ବା Rousettusଙ୍କ ୪ଟି ନମୁନା, ବଡ ବାଦୁଡି ବା Flying Fox ର ୨୧ଟି ନମୁନାରେ (bt-COV) ବା କରୋନା ଭାଇରସ୍‌ ମିଳିଛି ।

ଭାରତୀୟ ବାଦୁଡିଙ୍କର ଦୁଇଟି ପ୍ରଜାତିରେ କରୋନା ଭାଇରସ୍‌ଙ୍କ ସନ୍ଧାନ ମିଳିଛି । କେରଳ, ହିମାଚଳପ୍ରଦେଶ,ପୁଡୁଚେରୀ ଓ ତାମିନାଡୁ ସହ କେତକ ରାଜ୍ୟର ଏହି ୨ଟି ପ୍ରଜାତିର ବାଦୁଡି ଦେଖିବାକୁ ମିଳନ୍ତି । ମାତ୍ର ଏମାନଙ୍କ ଠାରୁ ମଣିଷଙ୍କ ଭୁତାଣୁ ସଂକ୍ରମଣ ହେବାର କୌଣସି ପ୍ରମାଣ ନାହିଁ ବୋଲି ଏଥିରେ ଉଲ୍ଲେଖ କରିଛନ୍ତି । ଏହାପରେ ଆହୁରି ୨ଟି ପ୍ରଜାତି ବାଦୁଡିଙ୍କ ଉପରେ ଏହି ପରୀକ୍ଷଣ କରାଯିବ । ଏହି ପରୀକ୍ଷଣ ବେଳେ ବାଦୁଡିଙ୍କ ରୋଗପ୍ରତିରୋଧକ ପ୍ରଣାଳୀ ଏହି ଭୁତାଣୁକୁ ପ୍ରତିରୋଧ କରିପାରୁଥିବା ଜଣାପଡିଛି ।

ଉଲ୍ଲେଖଯୋଗ୍ୟ କୋଭିଡ୍‌-୧୯ ବା କରୋନା ବଜ୍ରକାପ୍ତା ବା ପାଙ୍ଗୋଲିନ୍‌ ଓ ବାଦୁଡି ବା ବ୍ୟାଟଙ୍କ ଠାରୁ ମଣିଷକୁ ସଂକ୍ରମିତ ହୋଇଥିବା କଥା ପ୍ରଥମେ ଗବେଷଣାରୁ ଜଣା ପଡିଥିଲା । ଚୀନ୍‌ରେ ବାଦୁଡି ଓ ବଜ୍ରକାପ୍ତା ମାଂସ ଖାଉଥିବାରୁ ଏହା ମଣିଷଙ୍କୁ ବ୍ୟାପିଥିବା କଥା ପ୍ରକାଶିତ ହୋଇଥିଲା । ତେବେ ଏହାର କୌଣସି ଠୋସ୍‌ ପ୍ରମାଣ ନଥିବା କଥା ଅନ୍ୟ କେତକ ଗବେଷକ କହିଛନ୍ତି ।

୨୦୧୮ ମସିହାରେ କେରଳରେ ନିପାହା ଭାଇରସ୍‌ ବ୍ୟାପିଥିବା ବେଳେ ଏହା ଫ୍ରୁଟ୍‌ ବ୍ୟାଟ ବା ବାଦୁଡିଙ୍କ ଠାରୁ ବ୍ୟାପିଥିବା ଆଇସିଏମ୍‌ଆର୍‌ ଓ ଏନ୍‌ଆଇଭି ପକ୍ଷରୁ କୁହାଯାଇଥିଲା । ୧୯୯୮-୯୯ରେ ମାଲେସିଆରେ ନିପାହା ମହାମାରୀର ରୂପ ନେଇଥିଲା । ମାଲେସିୟାରେ ଏହା ଘୁଷୁରୀଙ୍କ ଠାରୁ ମଣିଷକୁ ବ୍ୟାପିଥିଲା । ମାଲେସିଆର ଘୁଷୁରୀ ଫାର୍ମମାନଙ୍କର ବାଦୁଡି ଖାଇଥିବା ଫଳ ଖାଇ ଘୁଷୁରୀ ସଂକ୍ରମିତ ହୋଇଥିଲେ । ପରେ ଏହା ସେଠାରେ କାମ କରୁଥିବା ଲୋକଙ୍କୁ ବ୍ୟାପିଥିଲା ।

   Related Posts