Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଭୂତାଣୁର ନାହିଁ ଅନ୍ତ, ଗ୍ରୀଷ୍ମ କିମ୍ୱା ଶୀତରେ ରହିବ ପ୍ରକୋପ : ଭୟ ବଢାଇଲା ରିସର୍ଚ୍ଚ ରିପୋର୍ଟ

8/05/2021 at 7:44 AM

ନୂଆଦିଲ୍ଲୀ ୮/୫ : କରୋନାକୁ ନେଇ ଦୈନିକ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏହି ଭୂତାଣୁର କଦାପି ଶେଷ ହେବ ନାହିଁ । ଅର୍ଥାତ ଗ୍ରୀଷ୍ମ କିମ୍ବା ଶୀତଦିନେ ଏହା ସଦା ସର୍ବଦା କାୟା ବିସ୍ତାର କରିବ । ଏପରିକି ଶିଖର ଛୁଇଁବାର ଆଶଙ୍କା ମଧ୍ୟ ରହିଛି । ଲୋକମାନେ କରୋନାର ଧ୍ୱଂସ କରିବାକୁ ଅପେକ୍ଷା କରିଥିବା ବେଳେ ରିସର୍ଚ୍ଚ ରିପୋର୍ଟ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ବାସ୍ତବରେ ଏହା ସତ କି ମିଛ ତାହା ଜଣାପଡିନି । କିନ୍ତୁ କିଛି ବିଶେଷଜ୍ଞଙ୍କ ରିସର୍ଚ୍ଚ ପରେ ଏକଥା ସ୍ପଷ୍ଟ କରିଛନ୍ତି । ସେମାନଙ୍କ ମତରେ ଆମେ କରୋନା ସହ ବଞ୍ଚିବାରେ ଅଭ୍ୟସ୍ତ ହେବା ଉଚିତ୍ ।

ଗୋଟିଏ ଅଧ୍ୟୟନ ଦାବି କରିଛି ଯେ ଏହି ଭୂତାଣୁ କେବେବି ଶେଷ ହେବ ନାହିଁ । ଅର୍ଥାତ୍ ଏହା ଚିରଦିନ ପାଇଁ ରହିବ । ଏହାର ବିସ୍ତାର ଦୀର୍ଘ ସମୟ ପର୍ଯ୍ୟନ୍ତ ଜାରି ରହିବ । ଯଦିଓ ଡାକ୍ତରୀ ବିଜ୍ଞାନ ବିଶ୍ୱାସ କରେ ଯେ କୈଣସି ଭାଇରସ ଦୀର୍ଘ ସମୟ ବିଦ୍ୟମାନ ରୁହନ୍ତି ନାହିଁ । ତେବେ ଏହି ଅନୁସନ୍ଧାନରୁ ଜଣାପଡିଛି ଯେ କିଲର ଊାଇରସ ବର୍ଷକୁ ଅନେକ ଥର ଏହାର ଶିଖରରେ ରହିବ । ଏହି କାରଣରୁ ବହୁ ସଂଖ୍ୟକ ଲୋକ ମୃତ୍ୟୁବରଣ କରିପାରନ୍ତି ।

କଣ କହୁଛି ଜେନେରାଲ୍ ସାଇଣ୍ଟିଫିକ୍ ରିପୋର୍ଟ
ଜର୍ମାନୀର ହେଡେଲବର୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଗ୍ଲୋବାଲ୍ ହେଲଥ ଏବଂ ଚାଇନିଜ୍ ଏକାଡେମୀ ଅଫ୍ ମେଡିକାଲ ସାଇନ୍ସ ସାରା ଜୀବନରେ କରୋନା ଭାଇରସ ଜୀବନ୍ତ ବୋଲି ଦାବି କରିଛନ୍ତି । ତାଙ୍କର ଅନୁସନ୍ଧାନ ରିପୋର୍ଟ ଜେନେରାଲ ସାଇଣ୍ଟିଫିକରେ ମଧ୍ୟ ପ୍ରକାଶ ପାଇଛି । ରିପୋର୍ଟରେ, ଏହି ଭୂତାଣୁର ଭୟଙ୍କର ରୂପ ଜୀବିତ ଥିବା ବ୍ୟତୀତ, କରୋନା ବିଷୟରେ ଅନେକ ଜିନିଷ ମଧ୍ୟ କୁହାଯାଇଛି ।
ବିଶ୍ୱର ଉତ୍ତର ଓ ଦକ୍ଷିଣରେ ଅଧିକ ବିପଦ ସୃଷ୍ଟି କରିବ
ଏଥିରେ ଦର୍ଶାଯାଇଛି ଯେ ବିଶ୍ୱର ଉତ୍ତର ଏବଂ ଦକ୍ଷିଣ ଦେଶରେ କରୋନା ଅଧିକ କ୍ଷତିଗ୍ରସ୍ତ ହେବ । ଆହୁରି ମଧ୍ୟ କୁହାଯାଇଛି ଯେ ଗ୍ରୀଷ୍ମ କିମ୍ବା ଶୀତ ହେଉ କୌଣସି ଋତୁରେ କରୋନାର ତୀବ୍ରତା ହ୍ରାସ ପାଇବ ନାହିଁ । ଅନୁସନ୍ଧାନକାରୀମାନେ ୧୧୭ଟି ଦେଶର ତଥ୍ୟ ଉପରେ ଆଧାର କରି ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ଅନୁସନ୍ଧାନକାରୀମାନେ ବିଶ୍ୱାସ କରନ୍ତି ଯେ କରୋନା ରୋକିବା ହେଉଛି ଏକମାତ୍ର ପ୍ରତିକାର । ଏଥିପାଇଁ ଏହା ଆବଶ୍ୟକ ଯେ ଟୀକାକରଣ ପରେ ମଧ୍ୟ କରୋନା ବିରୋଧୀ ସତର୍କତା ଅବଲମ୍ୱନ କରିବାକୁ କୁହାଯାଉଛି ।

   Related Posts