କରୋନା ଭାଇରସ: ପ୍ରତି ୧୦ ଜଣଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ହୋଇଥାନ୍ତି ଭାଇରସରେ ସଂକ୍ରମଣ, କହିଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ

Published By : Prameya-News7 Bureau | October 06, 2020 IST

ନୂଆଦିଲ୍ଲୀ ୦୬/୧୦: ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏକ ବିଶେଷ ବୈଠକରେ କହିଛି ଦୁନିଆରେ ପ୍ରତି ୧୦ଜଣଙ୍କ ମଧ୍ୟରୁ ଜଣେ ବ୍ୟକ୍ତି କରୋନା ଭାଇରସରେ ସଂକ୍ରମଣ ହୋଇଥାନ୍ତି। ତେବେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଲିଡର୍ସଙ୍କୁ ନେଇ ଆୟୋଜିତ ଏକ ବିଶେଷ ବୈଠକରେ ସଂଗଠନ ଏଭଳି ମତ ରଖିଛି।

ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁସାରେ ଏ ଅନୁମାନ ବା ଆକଳନର ଅର୍ଥ ହେଉଛି ପୃଥିବୀ ଜନସଂଖ୍ୟାର ଏକ ବଡ଼ ଅଂଶ ବିପଦରେ ରହିଛି। ଏବେ ସୁଦ୍ଧା ଦେଢ଼ଶହରୁ ଅଧିକ ଦେଶରେ ୩.୫ କୋଟି ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ମାତ୍ର ସଂଗଠନର କହିବା କଥା ସଂକ୍ରମଣର ଅସଲି ତଥ୍ୟ ୮୦ କୋଟି ପାଖାପାଖି ହୋଇପାରେ। ତେବେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଏ ବୈଠକ ସ୍ବିଜରଲାଣ୍ଡର ଜେନିଭା ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ ହୋଇଛି। ଯେଉଁଥିରେ ମହାମାରୀ ଠାରୁ ରକ୍ଷା ପାଇବାର ବିଭିନ୍ନ ତରିକା ଉପରେ ଆଲୋଚନା କରାଯାଇଛି।

ଚୀନର ଉହାନ ସହରରୁ ବ୍ୟାପିଥିବା ଏ ଭାଇରସକୁ ଇତିମଧ୍ୟରେ ଦଶ ମାସ ବିତିଗଲାଣି। ମାତ୍ର ମହାମାରୀ ଏବେ ସୁଦ୍ଧା ଥମିବାର ନାଁ ନେଉ ନାହିଁ। କିଛି ଦେଶରେ ମହାମାରୀ ଯୋଗୁ ଲାଗୁ ହୋଇଥିବା କଟକଣା ଢ଼ିଲା କରାଯିବାରୁ ଭାଇରସର ଦ୍ବିତୀୟ ଲହର ଆରମ୍ଭ ହୋଇଛି। ଏହା ସହ ଆଉ କିଛି ଦେଶରେ ସଂକ୍ରମିତଙ୍କ ସଂଖ୍ୟା ପୂର୍ବରୁ ଅଧିକ ବୃଦ୍ଧି ପାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.