Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଭାରତରେ ଆରମ୍ଭ ହୋଇ ସାରିଛି ଗୋଷ୍ଠୀ ସଂକ୍ରମଣ, ଆଗକୁ ସ୍ଥିତି ଆହୁରି ସାଙ୍ଘାତିକ ହୋଇପାରେ: IMA

19/07/2020 at 5:29 PM

ନୂଆଦିଲ୍ଲୀ ୧୯।୦୭:  ଦେଶରେ ଆରମ୍ଭ ହୋଇଛି କରୋନାର ଗୋଷ୍ଠୀ ସଂକ୍ରମଣ। ଅର୍ଥାତ ଆଗକୁ ଅବସ୍ଥା ଆହୁରି ସାଙ୍ଘାତିକ ହୋଇପାରେ। ଗୋଷ୍ଠୀ ସଂକ୍ରମଣରେ ସଂକ୍ରମିତ ବ୍ୟକ୍ତିଙ୍କୁ ଜଣା ପଡିବ ନାହିଁ ଯେ, ସେ କେମିତି ସଂକ୍ରମଣର ଶିକାର ହେଲେ। ଏମିତିରେ ଭାଇରସ୍‌ର ଉତ୍ସ ଖୋଜିବା ମୁସ୍କିଲ ହୋଇ ପଡିବ ଯାହା ସଭିଙ୍କ ପାଇଁ ଚିନ୍ତାର ବିଷୟ। ଏହାର ସୂଚନା ଦେଇଛି ଇଣ୍ଡିଆନ ମେଡିକାଲ ଆସୋସିଏସନ(IMA)।

ଡ. ଅରବିନ୍ଦ କୁମାର କହିଛନ୍ତି ଭାରତରେ ଯେଉଁଭଳି ପ୍ରତି ଦିନ ରେକର୍ଡ କେସ୍‌ ଚିହ୍ନଟ ହେଉଛି ସେଥିରୁ ଆପଣ ଆକଳନ କରି ପାରିବେ ଯେ, ସ୍ଥିତି କେଉଁ ଦିଗକୁ ଯାଉଛି। ଭାରତରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇ ସାରିଥିବା ଆଇଏମଏର ବୟାନରେ ମୁଁ ସହମତ। ଏହା କୌଣସି ଚକିତକର କଥା ନୁହେଁ ବୋଲି ଡ କୁମାର କହିଛନ୍ତି।

ସାର ଗଙ୍ଗାରାମ ହସ୍ପିଟାଲର ସଭାପତି ଡ ଅରବିନ୍ଦ କୁମାର କହିଛନ୍ତି, ଗତ ଅନେକ ଦିନ ହେବ ଭାରତରେ କରୋନାର ଗୋଷ୍ଠୀ ସଂକ୍ରମଣ ଆରମ୍ଭ  ହୋଇ ସାରିଛି। ଦିଲ୍ଲୀ ଓ ମୁମ୍ବାଇର ଧାରାଭିରେ ଯେଉଁ ଭଳି କରୋନା ବ୍ୟାପିବାରେ ଲାଗିଛି ତାହା ଦେଖି ଲାଗୁଛି କରୋନାର ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇ ସାରିଛି।

ଭାରତରେ ଗତ ୨୪ ଘଣ୍ଟାରେ ୩୮ ହଜାରରୁ ଅଧିକ ନୂତନ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରୁ ଏହା ସଙ୍କେତ ମିଳି ଯାଇଛି ଯେ, ଦେଶରେ କରୋନା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଇଣ୍ଡିଆନ ମେଡିକାଲ ଆସୋସିସନ ସକାଳେ ନିଜର ବିବୃତ୍ତିରେ କହିଥିଲା ଯେ, ଭାରତରେ ଏବେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇ ଯାଇଛି।

   Related Posts