ମିଳିଲା କରୋନା ଔଷଧ ? ୩୫ ପ୍ରତିଶତ ରୋଗୀ ହେଲେ ସୁସ୍ଥ

Published By : Prameya-News7 Bureau | June 16, 2020 IST

ଲଣ୍ଡନ ୧୬।୦୬: କରୋନା ଭୂତାଣୁ ସଂକ୍ରମଣର ଉପଚାର ଲାଗି ଭ୍ୟାକସିନ୍‌ ପ୍ରସ୍ତୁତିରେ ସାରା ଦୁନିଆର ବୈଜ୍ଞାନିକ ଲାଗି ପଡିଛନ୍ତି। ହେଲେ ଏହି ଦିଗରେ ବ୍ରିଟେନ୍‌ର ବୈଜ୍ଞାନିକ କିଛି ପାଦ ଆଗୁରେ ରହିଛନ୍ତି। ଏହା ମଧ୍ୟରେ କରୋନା ଭାଇରସ୍‌ ଔଷଧକୁ ନେଇ ଗବେଷଣା କରୁଥିବା ବ୍ରିଟିଶ ବୈଜ୍ଞାନିକ ଦାବି କରିଛନ୍ତି ଯେ, ସେମାନଙ୍କୁ ଏମିତି ଏକ ଔଷଧ ମିଳିଛି ଯେଉଁଥିରେ ଏହି ବିପଦଜ୍ଜନକ ଭୂତାଣୁର ସଂକ୍ରମଣରୁ ରୋଗୀଙ୍କୁ  ବଞ୍ଚାଯାଇ ପାରିବ। ବୈଜ୍ଞାନିକ କହିଛନ୍ତି, ଡେକ୍ସାମେଥାସୋନ ନାମକ ଷ୍ଟେରାଇଡ୍‌ ବ୍ୟବହାରରେ ଗୁରୁତର ସଂକ୍ରମିତ ରୋଗୀଙ୍କ ମୃତ୍ୟୁହାର ଏକ ତୃତୀୟାଂଶ ପର୍ଯ୍ୟନ୍ତ ହ୍ରାସ ଘଟିଛି। ସେ ଏହା ମଧ୍ୟ କହିଛନ୍ତି, ଖୁବ୍ ଶୀଘ୍ର ଏହି ଔଷଧକୁ ନେଇ ଏକ ରିସର୍ଚ୍ଚ ପେପର ମଧ୍ୟ ପ୍ରକାଶିତ କରାଯିବ।

{"id":287317,"sizeSlug":"large"}

ଡେକ୍ସାମେଥାସୋନରୁ ୩୫ ପ୍ରତିଶତ କମିଲା ମୃତ୍ୟୁହାର

ରିସର୍ଚ୍ଚ ଅନୁଯାୟୀ, ଏହି ଔଷଧକୁ ୨୧୦୪ ରୋଗୀଙ୍କୁ ଦିଆଯାଇଛି ଏବଂ ଏହାର ତୂଳନା ସାଧାରଣ ପ୍ରକ୍ରିୟାରେ ଚିକିତ୍ସିତ ହେଉଥିବା ୪୩୨୧ ଅନ୍ୟ ରୋଗୀଙ୍କ ସହ କରାଯାଇଛି। ଔଷଧ ବ୍ୟବହାର ପରେ ଭେଣ୍ଟିଲେଟ୍‌ର ସାହାରାରେ ଉପଚାର କରାଯାଉଥିବା ରୋଗୀଙ୍କ ମୃତ୍ୟୁହାର ୩୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଘଟିଛି। ଅନ୍ୟପଟେ ଯେଉଁ ରୋଗୀଙ୍କୁ ଅକ୍ସିଜେନ୍‌ ଦିଆଯାଇଥିଲା ସେମାନଙ୍କଠାରେ ମଧ୍ୟ ମୃତ୍ୟୁହାର ୨୦ ପ୍ରତିଶତ ହ୍ରାସ ପାଇଛି।

ଡେକ୍ସାମେଥାସୋନ ଔଷଧ ମହଙ୍ଗା ନୁହେଁ

ଅକ୍ସଫୋର୍ଡ ୟୁନିଭର୍ସିଟିର ଗବେଷକ ପିଟର ହୋର୍ବୀ କହିଛନ୍ତି, ଏହା ବହୁତ ଉତ୍ସାହଜନକ ଫଳାଫଳ। ମୃତ୍ୟୁହାର କମ କରିବା ଓ ଅକ୍ସିଜେନ୍‌ ସାହାଯ୍ୟ ନେଉଥିବା ରୋଗୀଙ୍କ ପାଇଁ ଏହା ବେଶ୍ ଫଳପ୍ରଦ ହୋଇଛି। ଏଥିପାଇଁ ଏମିତି ରୋଗୀଙ୍କୁ ଡେକ୍ସାମେଥାସୋନ ଔଷଧ ବ୍ୟବହାର କରିବା ଉଚିତ୍। ଏହି ଔଷଧ ସେତେଟା ମହଙ୍ଗା ମଧ୍ୟ ନୁହେଁ। ସମଗ୍ର ଦୁନିଆରେ ସଂକ୍ରମିତଙ୍କ ଜୀବନ ବଞ୍ଚାଇବା ପାଇଁ ଏହାର ପ୍ରୟୋଗ କରାଯାଇପାରିବ।

{"id":287318,"sizeSlug":"large"}

କରୋନାରେ HCQ ଔଷଧର ଫାଇଦା ନାହିଁ

ନିକଟରେ ଏହି ଅଧ୍ୟୟନରେ କୁହାଯାଇଥିଲା ଯେ, ମାଲେରିଆର ଚିକିତ୍ସାରେ ବ୍ୟବହାର ହେଉଥିବା ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନ  କରୋନା ଭାଇରସ୍ ଉପଚାରରେ ଉପଯୋଗ ନୁହେଁ। ଅଧ୍ୟୟନରେ ଇଂଲଣ୍ଡ, ସ୍କଟଲାଣ୍ଡ, ଓ୍ଵେଲ୍ସ ଓ ଉତ୍ତର ଆୟରଲାଣ୍ଡରେ ୧୧ ହଜାରରୁ ଅଧିକ ରୋଗୀଙ୍କୁ ସାମିଲ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.