Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : ଶିକାରୀ ଆଡ୍ଡାରେ ବନବିଭାଗର ଅତର୍କିତ ଚଢାଉ, ୪ ଗିରଫ
  • ||
  • ଗ୍ରୋସରୀ ଦୋକାନରୁ ଲୁଟ୍, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି
  • ||
  • ଜଳେଶ୍ୱର : ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଗାଡିରେ ଥିଲେ ୫୦ରୁ ଅଧିକ ଲୋକ
  • ||
  • ନୂଆଦିଲ୍ଲୀ : ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ
  • ||
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||

ଅଗଷ୍ଟରେ କରୋନା ଭାଇରସ୍ ଟୀକା ପରୀକ୍ଷଣ, ଲାଗିଛନ୍ତି ବ୍ରିଟିଶ ଗବେଷକ

18/04/2020 at 9:06 PM

ନୂଆଦିଲ୍ଲୀ ୧୮।୦୪: କରୋନା ଭାଇରସ୍‌ ମହାମାରୀର ସଫଳ ଚିକିତ୍ସା ଲାଗି ଏ ପର୍ଯ୍ୟନ୍ତ କୌଣସି ଭ୍ୟାକସିନ କି ଟୀକା ବାହାରିନଥିବା କାରଣରୁ ବିଶ୍ଵର ଅନେକ ଦେଶକୁ ଲକ୍‌ଡାଉନ୍‌ ପରି କଠୋର ପଦକ୍ଷେପ ନେବାକୁ ପଡିଛି। ବିଶ୍ଵର ବୈଜ୍ଞାନିକ, ବିଶେଷଜ୍ଞ ଓ ଡାକ୍ତରୀ ଦଳ କରୋନା ସଫଳ ଚିକିତ୍ସାର ଗବେଷଣାରେ ଜୁଟିଛନ୍ତି। ଏହା ମଧ୍ୟରେ ୟୁକେ କେନ୍ଦ୍ର ସରକାର କହିଛନ୍ତି ଯେ, ଅଗଷ୍ଟ ଦ୍ଵିତୀୟ ସପ୍ତାହ ସୁଦ୍ଧା କୋଭିଡ୍-୧୯ର ଭ୍ୟାକସିନ ବାହାରି ଯିବ।

କେନ୍ଦ୍ର ସରକାରଙ୍କ କରୋନା ଭାଇରସ୍‌ ଭ୍ୟାକସିନ ଟାସ୍କଫୋର୍ସର ସଦସ୍ୟ ଜନ ବେଲ କହିଛନ୍ତି ଯେ, ଚଳିତ ସପ୍ତାହର ଅକ୍ସଫୋର୍ଡ  ବିଶ୍ଵ ବିଦ୍ୟାଳୟରେ ମାନବଙ୍କଠାରେ ପରୀକ୍ଷଣ ଆରମ୍ଭ ହୋଇ ଯାଇଛି। ବେଲ୍ ଏହା ଉପରେ ଜୋର ଦେଇଛନ୍ତି ଯେ, ଟୀକା କେବେ ଉପଲବ୍ଧ ଏହା କହି ପାରୁବି ନାହିଁ କିନ୍ତୁ ଏହା କେତେ ପ୍ରଭାବଶାଳୀ ହେବ ସେହି ବିଷୟରେ ପରବର୍ତ୍ତୀ ସମୟରେ କହି ପାରିବୁ।

ଲୋକଙ୍କଠାରେ ଏହି ଟୀକାର ପରୀକ୍ଷଣ ନେଇ ନାହିଁ। ଏହାର ପରୀକ୍ଷଣ ତେବେ ହେବ ଯେବେ ଆବଶ୍ୟକ ସଂଖ୍ୟାରେ ଲୋକଙ୍କୁ ଟୀକା ଦିଆଯିବ। ସେମାନଙ୍କୁ ପୂର୍ବରୁ ପରୀକ୍ଷଣ ନେଇ ଅବଗତ କରାଯିବ। କେତେ  ଜଣ ସଂକ୍ରମିତ ହୋଇଛନ୍ତି ତାର ତଥ୍ୟ ରଖାଯିବ, ସେମାନଙ୍କ ଠାରେ ରୋଗପ୍ରତିରୋଧକ ଶକ୍ତି କେତେ ରହିଛି ତାହା ପରଖା ଯିବ। କେତେ ଜଣଙ୍କଠାରେ  ଟୀକାର ସକରାତ୍ମକ ପ୍ରଭାବ ପଡିଛି ତା ଉପରେ ଧ୍ୟାନ ଦିଆଯିବ।

ସେ କହିଛନ୍ତି ଯେ, ଆଶା କରୁଛୁ ଯେ, ଅଗଷ୍ଟ ଦ୍ଵିତୀୟ ସପ୍ତାହ ବେଳକୁ କୋଭିଡ୍-୧୯ ଟୀକାର ପରୀକ୍ଷଣ ପୂରା ହୋଇଯିବ। ଅକ୍ସଫୋର୍ଡରେ ଏହାର ପରୀକ୍ଷଣ ଜାରି ରହିଛି।  ଯଦି ପରୀକ୍ଷଣ ବେଳେ ମେ ଶେଷ ସୁଦ୍ଧା ଏହାର ସକରାତ୍ମକ ପ୍ରଭାବ ଦେଖିବାକୁ ମିଳେ ତେବେ ଏହା ସ୍ପଷ୍ଟ ହୋଇଯିବ ଯେ ଗବେଷଣା ସଠିକ୍ ମାର୍ଗରେ ଚାଲିଛି। କେବଳ ଗୋଟିଏ କି ଦୁଇଟି ସକରାତ୍ମକ ପରିଣାମ ଦେଖି କି ନିଷ୍କର୍ସରେ ପହଞ୍ଚି ପାରିବା ନାହିଁ। ତେଣୁ  ବ୍ୟାପକ ପରୀକ୍ଷଣ ପରେ ହିଁ ଏହାର ଆନୁଷ୍ଠାନିକ ଘୋଷଣା କରାଯିବ।

   Related Posts