କରୋନାର ଚିକିତ୍ସା ପାଇଁ ଆଉ ଏକ ଔଷଧକୁ ଭାରତରେ ମିଳିଲା ମଞ୍ଜୁରୀ, ହୋଇପାରେେ ସଞ୍ଜିବନୀ !

Published By : Prameya-News7 Bureau | June 21, 2020 IST

ନୂଆଦିଲ୍ଲୀ ୨୧।୦୬: ଭାରତରେ କରୋନା ଭାଇରସ୍‌ର ଚିକିତ୍ସା ପାଇଁ ଆଉ ଏକ ଔଷଧକୁ ମଞ୍ଜୁରୀ ମିଳି ଯାଇଛି। ଡ୍ରଗ୍ସ ଫାର୍ମ ହେଟେରୋ ରବିବାର କହିଛି ଯେ, କମ୍ପାନୀ କୋଭିଡ୍-୧୯ର ଚିକିତ୍ସା ପାଇଁ ଇନଭେଷ୍ଟିଗେସନାଲ ଆଣ୍ଟିଭାଇରାଲ ଡ୍ରଗ୍ ରେମଡେସିଭିରକୁ ଲଞ୍ଚ କରିବାକୁ ଯାଉଛି। ଏଥିପାଇଁ କମ୍ପାନୀକୁ ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ(DGCI)ଠୁ ଅନୁମତି ମିଳି ସାରିଛି। ଏହି ଔଷଧ ଭାରତରେ କୋଭିଫର(Covifor) ନାମରେ ବିକ୍ରି ହେବ। ଗୋଟିଏ ଦିନ ପୂର୍ବେ ଗ୍ଲେନମାର୍କ ଫାର୍ମାସ୍ୟୁଟିକଲ୍ସକୁ କରୋନା ସଂକ୍ରମଣର ଉପଚାର ପାଇଁ ଫେଭିପିରାଭିରର ଜେନେରିକ ଭର୍ସନକୁ ବଜାରରେ ବିକ୍ରି କରିବାକୁ ଅନୁମତି ମିଳିଥିଲା। ଗ୍ଲେନମାର୍କ ଫେବିଫ୍ଲୁ ନାମରେ ଏହି ଔଷଧ ବଜାରକୁ ଛାଡିଛି।

ଗେମଚେଞ୍ଜର ସାବ୍ୟସ୍ତ ହୋଇପାରେ ଏହି ଔଷଧ

{"id":289385,"sizeSlug":"large"}

କମ୍ପାନୀ ଅନୁଯାୟୀ, ଡିଜିସିଆଇ କୋଭିଡ୍-୧୯ର ସନ୍ଦିଗ୍ଧ ରୋଗୀ ଓ ପଜିଟିଭ୍ ସକ୍ରମିତଙ୍କ ଚିକିତ୍ସାରେ ଏହି ଔଷଧର ବ୍ୟବହାରକୁ  ମଞ୍ଜୁରୀ ଦେଇଛି। ଗୁରୁତର ରୋଗୀଙ୍କୁ ମଧ୍ୟ ଏହି ଔଷଧ ଦିଆଯାଇ ପାରିବ। କମ୍ପାନୀ କହିଛି , ଭାରତରେ ବଢୁଥିବା କରୋନା ସଂକ୍ରମିତଙ୍କୁ ଦେଖି କୋଭିଫର ଔଷଧକୁ ଅନୁମତି ଦେବା ଗେମଚେଞ୍ଜର ସାବ୍ୟସ୍ତ ହୋଇପାରେ। କାରଣ ଏହାର କ୍ଲିନିକଲ ପରୀକ୍ଷଣ ସଂପୂର୍ଣ୍ଣ ସକରାତ୍ମକ ରହିଛି। ହେଟେରୋ ଦାବି କରିଛି ଯେ, ସମଗ୍ର ଦେଶର ରୋଗୀଙ୍କ ପାଖକୁ  ଏହି ଔଷଧ ଯୋଗାଇ ଦେବାକୁ ପ୍ରସ୍ତୁତ।

୧୦୦ ଏମଜିର ଇଞ୍ଜେକ୍ସନରେ ଆସିବ ଔଷଧ

{"id":289386,"sizeSlug":"large"}

କୋଭିଫର ଔଷଧ ୧୦୦ ଏମଜିର ଇଞ୍ଜେକ୍ସନରେ ଉପଲବ୍ଧ ହେବ। ଡାକ୍ତର କିମ୍ବା ସ୍ଵାସ୍ଥ୍ୟ କର୍ମଚାରୀଙ୍କ ନୀରିକ୍ଷଣରେ ନର୍ସ ରୋଗୀଙ୍କୁ ଏହି ଇଞ୍ଜେକ୍ସନ ଦେବେ। କମ୍ପାନୀ ଏହି ଔଷଧ ପାଇଁ ଆମେରିକାର Gilead Sciences Inc ସହ ରାଜିନାମା କରିଛି ଯଦ୍ଵାରା କୋଭିଡ୍-୧୯ ଚିକିତ୍ସା ଆହୁରି ତ୍ଵରାନ୍ଵିତ ହୋଇ ପାରିବ। ହେଟେରୋ ଗ୍ରୁଫ ଅଫ କମ୍ପାନୀଜର ଅଧ୍ୟକ୍ଷ କହିଛନ୍ତି କମ୍ପାନୀ ବର୍ତ୍ତମାନ ଆବଶ୍ୟକତା ପୂରଣ କରିବାକୁ ପ୍ରସ୍ତୁତ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.