Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ପ୍ରତୀକ୍ଷାର ବେଳ ଶେଷ ? ରୁଷର କରୋନା ଭାକସିନକୁ ଅଗଷ୍ଟ ୧୦ ସୁଦ୍ଧା ମିଳିପାରେ ମଞ୍ଜୁରୀ

30/07/2020 at 9:36 PM

ନୂଆଦିଲ୍ଲୀ ୩୦।୦୭: ଭାରତ ସମେତ ସମଗ୍ର ଦୁନିଆରେ କରୋନା ଭାଇରସ୍‌ର ବଢୁଥିବା ସଂକ୍ରମଣ କାରଣରୁ ଅଧିକାଂଶ ଦେଶର ନଜର ଏବେ ଭାକସିନ ଉପରେ ରହିଛି। ଏହି ସବୁ ମଧ୍ୟରେ ଭାକସିନକୁ ନେଇ ରୁଷରୁ ଆସିଛି ସୁଖବର। ରୁଷ ଅଗଷ୍ଟ ୧୦ ସୁଦ୍ଧା ଦୁନିଆର ପ୍ରଥମ କରୋନା ଭାଇରସ୍‌ ଭାକସିନକୁ ମଞ୍ଜୁରୀ ଦେବାକୁ ଯୋଜନା କରିଛି।

ଭାକସିନକୁ ମଞ୍ଜୁରୀ ମିଳିବାର ତିନି-ଚାରି ଦିନ ପରେ ସଂସ୍ଥା ବଜାରକୁ ଭାସକିନ ଛାଡି ପାରେ। ସୂତ୍ର ଅନୁଯାୟୀ ପଞ୍ଜିକରଣ କାଗଜପତ୍ର ଅଗଷ୍ଟ ୧୦-୧୨ ସୁଦ୍ଧା ପ୍ରସ୍ତୁତ ହୋଇଯିବା କଥା। ଏହା ପରେ ବଜାରରେ ଭାକସିନ ଅଗଷ୍ଟ ୧୫-୧୬ ସୁଦ୍ଧା ପ୍ରବେଶ କରିବାର ସମ୍ଭାବନା ରହିଛି। ନ୍ୟୁଜ୍ ଚାନେଲ ସିଏନଏନ ଅନୁଯାୟୀ ରୁଷ ଅଗଷ୍ଟ ୧୦ ସୁଦ୍ଧା ଭାକସିନକୁ ମଞ୍ଜୁରୀ ଦେବା ଯୋଜନା କରୁଛି। ଏହି ଭାକସିନକୁ ମସ୍କୋ ସ୍ଥିତ ଗାମାଲେୟା ମହାମାରୀ ସଂସ୍ଥା କେନ୍ଦ୍ର ପ୍ରସ୍ତୁତ କରାଯାଇଛି।

ସୋଭିଏତ ସଂଘ ଦ୍ଵାରା ଦୁନିଆର ପ୍ରଥମ ଉପଗ୍ରହ ୧୯୫୭ରେ ପ୍ରକ୍ଷେପଣ ହୋଇଥିବା ଖବରକୁ ଉଲ୍ଲେଖ କରି ରୁଷର ଧନ କୋଷର ପ୍ରମୁଖ କିରିଲ ଦିମିତ୍ରି କହିଥିଲେ ଏହା ଏକ ଘଡିସନ୍ଧି ସମୟ। ରୁଷର ଏହି ଧନ କୋଷ ଭାକସିନ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଉଛି। ଏବେ ଭାକସିନ ମଧ୍ୟ ରୁଷରୁ ପ୍ରଥମେ ବଜାରକୁ ଆସିବାକୁ ଯାଉଛି। ବାସ୍ତବରେ ରୁଷ ସର୍ବ ପ୍ରଥମେ ଭାକସିନ ଉପରେ ସଫଲତା ପାଇବ।

ରିପୋର୍ଟ ଅନୁଯାୟୀ ଭାକସିନର ସର୍ବ ପ୍ରଥମ ଉପଯୋଗ ସାଧାରଣ ଲୋକଙ୍କ ପରିବର୍ତ୍ତେ ସ୍ଵାସ୍ଥ୍ୟକର୍ମୀଙ୍କ ଉପରେ କରାଯିବ। ଏହା ପରେ ଲୋକଙ୍କ ପାଇଁ ଭାକସିନ ଉପଲବ୍ଧ ହେବ। ଉଲ୍ଲେଖନୀୟ ରୁଷର ଏହି ଭାକସିନର ଦ୍ଵିତୀୟ ପର୍ଯ୍ୟାୟ ପରୀକ୍ଷା ବାକି ରହିଛି। ଅପରପକ୍ଷେ ଦୁନିଆରେ ପ୍ରସ୍ତୁତି ଚାଲିଥିବା ଆଉ କିଛି ଭାକସିନର ପରୀକ୍ଷଣ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଦେଇ ଗତି କରୁଛି।

ଭାକସିନର ପରୀକ୍ଷଣକୁ ନେଇ ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ସୈନିକମାନେ ମାନବ ପରୀକ୍ଷଣ ପାଇଁ ସ୍ଵେଚ୍ଛାକୃତ ଭାବେ ଭାଗ ନେଇଛନ୍ତି। ପ୍ରୋଜେକ୍ଟର ନିର୍ଦ୍ଦେଶକ ଆଲେକଜାଣ୍ଡାର ଗିନ୍ସବର୍ଗ କହିଛନ୍ତିମ, ସେ ପ୍ରଥମେ ହିଁ ନିଜ ଉପରେ ଭାକସିନର ଇଞ୍ଜେକସନ ଲଗାଇଛନ୍ତି।

   Related Posts