କରୋନା ବିରୋଧରେ ଆଉ ଏକ ଟୀକା ଟ୍ରାଏଲରେ ସଫଳ, ଖୁବ୍‌ଶୀଘ୍ର ଆସିବ ବଜାରକୁ !

Published By : Prameya-News7 Bureau | August 05, 2020 IST

ନୂଆଦିଲ୍ଲୀ ୫।୮: କରୋନା ଭାଇରସର ଚିକିତ୍ସା ପାଇଁ ଆଉ ଏକ ଟୀକା ସଫଳତା ଶେଷ ପର୍ଯ୍ୟାୟରେ ରହିଛି । ବର୍ତ୍ତମାନ ଅନ୍ୟ ଏକ କମ୍ପାନୀ ଦାବି କରିଛି ଯେ କମ୍ପାନୀର ଟୀକା କରୋନା ଭାଇରସ୍ କବଳରୁ ରକ୍ଷା କରିବା ସହ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢିଥାଏ । ଅର୍ଥାତ୍ ଏହାର ଟୀକା କରୋନା ଭାଇରସରୁ ବଞ୍ଚାଇବା ସହ ଭବିଷ୍ୟତରେ କରୋନା ଭାଇରସ୍ ଆକ୍ରମଣ ରୋକିବା ପାଇଁ ଶରୀରରେ ଉଚ୍ଚ ସ୍ତରର ଆଣ୍ଟିବଡି ମଧ୍ୟ ସୃଷ୍ଟି କରିବ ।

ଏହି ଫାର୍ମାସ୍ୟୁଟିକାଲ୍ କମ୍ପାନୀର ନାମ ହେଉଛି ନୋଭାଭାକ୍ସ (NOVAVAX) । ନୋଭାଭକ୍ସ କମ୍ପାନୀର କରୋନା ଟୀକା NVX-CoV2373ର ସଫଳତାର ଘୋଷଣା ପରଠାରୁ କମ୍ପାନୀର ସେୟାର ୧୦% ବୃଦ୍ଧି ପାଇଛି  ।

ନୋଭାଭାକ୍ସ କହିଛି ଯେ ଆମର କରୋନା ଟୀକାର ଶେଷ ପର୍ଯ୍ୟାୟର ତୃତୀୟ ପରୀକ୍ଷା ସେପ୍ଟେମ୍ବର ଶେଷ ସୁଦ୍ଧା ଶେଷ ହେବ। ଏହାପରେ ଆମେ ଆଗାମୀ ବର୍ଷରେ ଅର୍ଥାତ୍ ୨୦୨୧ରେ ୧୦୦ କୋଟିରୁ ୨୦୦ କୋଟି ଟୀକା ଉତ୍ପାଦନ କରିବାକୁ ସମର୍ଥ ହେବୁ ।

ନୋଭାଭାକ୍ସର ମୁଖ୍ୟ ଗ୍ରେଗୋରୀ ଗ୍ଲେନ୍ କହିଛନ୍ତି ଯେ, ମୋର ବିଶ୍ବାସ ଅଛି ଯେ ଶେଷ ପର୍ଯ୍ୟାୟ ତଥ୍ୟ ଆମକୁ ସରକାରଙ୍କଠାରୁ ଔଷଧ ପ୍ରସ୍ତୁତ କରିବାକୁ ଅନୁମତି ମିଳିବ । ଚଳିତ ବର୍ଷ ଡିସେମ୍ବର ଆରମ୍ଭ ସୁଦ୍ଧା ଆମକୁ ଏହି ଅନୁମତି ମିଳିବ ବୋଲି ଆଶା କରାଯାଉଛି।

ନୋଭାଭାକ୍ସରୁ ମେରିଲ୍ୟାଣ୍ଡ ଭିତ୍ତିକ ଟୀକା NVX-CoV2373 ଶରୀରରେ କରୋନା ବିରୋଧରେ ଉଚ୍ଚସ୍ତରର ଆଣ୍ଟିବଡି ଉତ୍ପାଦନ କରୁଥିବା କୁହାଯାଉଛି । ଏଥିସହ କରୋନା ଭାଇରସ୍ ତୁରନ୍ତ ନଷ୍ଟ କରିବାରେ ସାହାଯ୍ୟ କରୁଛି। ତେଣୁ ଏହି ଔଷଧ ମଧ୍ୟ କରୋନାକୁ ଦ୍ବିତୀୟଥର ଆକ୍ରମଣ କରିବାକୁ ଦେବନାହିଁ ।

ନୋଭାଭାକ୍ସ ଟୀକା NVX-CoV2373 ର ଦୁଇଟି ଡୋଜ ନେବା ପରେ କୋଭିଡ୍-୧୯ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହେଉଛନ୍ତି। ଏହି ଟୀକା ହେଉଛି ଆମେରିକା ସରକାରଙ୍କ ଦ୍ବାରା ପରିଚାଳିତ ଅପରେସନ୍ ୱାର୍ପ ସ୍ପିଡର ପ୍ରଥମ କିଛି କାର୍ଯ୍ୟକ୍ରମ ମଧ୍ୟରୁ ଅନ୍ୟତମ। ଯିଏ ହ୍ବାଇଟ୍ ହାଉସରୁ ଅର୍ଥ ଗ୍ରହଣ କରୁଛି ।

ନୋଭାଭାକ୍ସ ଟୀକା NVX-CoV2373 କରୋନା ଭାଇରସର ଉପର ପୃଷ୍ଠକୁ ସିନ୍ଥେସାଇଜ୍ କରି ସଂଶୋଧନ କରାଯାଇଛି । ପ୍ରୋଟିନରେ ନିର୍ମିତ ଏହି ଉପର ପୃଷ୍ଠଟି ମନୁଷ୍ୟ ଶରୀରରେ ପ୍ରବେଶ କରି ଭାଇରସ୍ ସୃଷ୍ଟି କରେ । ଏଥିପାଇଁ ସେ ଆମ ଶରୀରର କୋଷଗୁଡିକୁ ବ୍ୟବହାର କରିଥାଏ ।

ସରକାରଙ୍କ ଅନୁମୋଦନ ଗ୍ରହଣ କଲେ ଏହା ଡିସେମ୍ବରରୁ NVX-CoV2373 ଟୀକା ଉତ୍ପାଦନ ଆରମ୍ଭ କରିପାରେ ବୋଲି ନୋଭାଭାକ୍ସ କହିଛି । ଜାନୁଆରୀ ୨୦୨୧ରେ କମ୍ପାନୀର ଲକ୍ଷ୍ୟ ହେଉଛି ୧୦କୋଟି ଡୋଜ।

ନୋଭାଭାକ୍ସ ଟୀକା NVX-CoV2373ର ପରୀକ୍ଷା ମେ ମାସ ଶେଷରେ ଆରମ୍ଭ ହୋଇଥିଲା । ଏହା ଏପର୍ଯ୍ୟନ୍ତ ୧୮ରୁ ୫୯ ବର୍ଷ ବୟସର ୧୦୬ କୋଭିଡ୍-୧୯ ରୋଗୀଙ୍କୁ ଭଲ କରି ଦେଇଛି। ସମାନ ଫଳାଫଳ ପ୍ରଥମ ପର୍ଯ୍ୟାୟ ଅଧ୍ୟୟନରୁ ପ୍ରକାଶ ପାଇଛି । ଯେଉଁଥିପାଇଁ କମ୍ପାନୀର ସେୟାର ବୃଦ୍ଧି ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.