ପ୍ରତିଦିନ ଏତିକି ଲୋକଙ୍କୁ ଦିଆଯିବ କରୋନା ଟୀକା: ସର୍ବ ପ୍ରଥମେ କିଏ? ପରେ କାହାକୁ ଦିଆଯିବ? ପଢନ୍ତୁ ପୁରା ଗାଇଡଲାଇନ୍

Published By : Prameya-News7 Bureau | December 14, 2020 IST

ନୂଆଦିଲ୍ଲୀ ୧୪/୧୨ : କେନ୍ଦ୍ର ସରକାର ସୋମବାର ଦେଶରେ କରୋନା ଟୀକାକରଣ ଅଭିଯାନ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି । ଟୀକାକରଣ ଅଭିଯାନ ପୂର୍ବରୁ ପ୍ରାଥମିକ ଭାବେ ପାଖାପାଖି ୩୦ କୋଟି ଲୋକଙ୍କୁ ଟୀକାକରଣ ପାଇଁ ଯୋଜନା ତିଆରି କରୁଛନ୍ତି । ଏଥିରେ ସ୍ବାସ୍ଥ୍ୟ କର୍ମୀ, ଶିଶୁ ଏବଂ ୫୦ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ପ୍ରାଥମିକତା ଦିଆଯିବ ।

ଗାଇଡଲାଇନରେ କୁହାଯାଇଛି ଯେ, ୫୦ ବର୍ଷ କିମ୍ବା ତାଠାରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ବିଭିନ୍ନ ଲୋକସଭା ଏବଂ ବିଧାନସଭା ପାଇଁ ତିଆରି କରାଯାଇଥିବା ମତଦାନ ସୂଚୀକୁ ବ୍ୟବହାର କରାଯିବ । କୋ-ବିନ୍ ଓ୍ବେବସାଇଟରେ ସ୍ବ ପଞ୍ଜିକରଣ ପାଇଁ ଭୋଟର ପରିଚୟ ପତ୍ର, ଆଧାର କାର୍ଡ, ଡ୍ରାଇଭିଂ ଲାଇସେନ୍ସ୍, ପାସପୋର୍ଟ ଏବଂ ପେନସନ କାର୍ଡ ଭଳି ୧୨ଟି ପରିଚୟ ପତ୍ର ବ୍ୟବହାର ହୋଇପାରିବ ।

କରୋନା ଟୀକାକରଣ ପାଇଁ ଗାଇଡଲାଇନ୍

-ପ୍ରତିଦିନ ଗୋଟିଏ ଟୀକା କେନ୍ଦ୍ରରେ ସର୍ବାଧିକ ୧୦୦ ରୁ ୨୦୦ ଲୋକଙ୍କୁ ଟୀକାକରଣ କରାଯିବ ।

-ଟୀକା ନେବା ପରେ ସଂପୃକ୍ତ ବ୍ୟକ୍ତିଙ୍କୁ ୩୦ ମିନିଟ୍ ଯାଏଁ ନୀରିକ୍ଷଣରେ ରଖାଯିବ

-ଟୀକାକରଣ ଟିମରେ ମୋଟ ୫ ଜଣ ସଦସ୍ୟ ସାମିଲ ହେବେ

-ଟୀକାକରଣ ସ୍ଥାନରେ ଯଦି ପର୍ଯ୍ୟାପ୍ତ ସୁବିଧା ଥିବ ତେବେ ସେଠାରେ ଆଉ ଏକ ଟୀକାକରଣ କେନ୍ଦ୍ର ଖୋଲାଯିବ

-ଟୀକାକରଣ ପଞ୍ଜିକରଣ ପାଇଁ କୋଭିଡ୍ ଭ୍ୟାକସିନ୍ ଇଣ୍ଟେଲିଜେନ୍ସ୍ ନେଟଓ୍ବର୍କ (କୋ-ବିନ୍) ଆପ ବ୍ୟବହାର ଉପରେ ଗୁରୁତ୍ବ

- କୋ-ବିନ୍ ଓ୍ବେବସାଇଟରେ ସ୍ବ ପଞ୍ଜିକରଣ ପାଇଁ ଭୋଟର ପରିଚୟ ପତ୍ର, ଆଧାର କାର୍ଡ, ଡ୍ରାଇଭିଂ ଲାଇସେନ୍ସ୍, ପାସପୋର୍ଟ ଏବଂ ପେନସନ କାର୍ଡ ଭଳି ୧୨ଟି ପରିଚୟ ପତ୍ର ବ୍ୟବହାର

-ଟୀକାକରଣ କେନ୍ଦ୍ରରେ ପ୍ରଥମେ ପଞ୍ଜିକୃତ ହୋଇଥିବା ବ୍ୟକ୍ତିବିଶେଷଙ୍କୁ ଟୀକା ଦିଆଯିବ

-ଯେତେ ସମ୍ଭବ ଟୀକାଗୁଡିକ ରଖାଯାଇଥିବା ଶିଶିକୁ ସୂର୍ଯ୍ୟକିରଣରୁ ଦୂରେଇ ରଖାଯିବ

-ବ୍ୟବହାର କରାଯାଇନଥିବା ଟୀକାକୁ ଥଣ୍ଡା ପାତ୍ର ମାଧ୍ୟମରେ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ବ୍ୟବସ୍ଥା​‌ କରାଯିବ

-ପ୍ରଥମ ପର୍ଯ୍ୟାୟରେ ୩୦ କୋଟି ଲୋକଙ୍କୁ ଟୀକା ଦିଆଯିବ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.