ଖୁସି ଖବର : ଅଗଷ୍ଟ ୧୫ସୁଦ୍ଧା ବଜାରକୁ ଆସିବ କରୋନା ଭାକ୍ସିନ୍ COVAXIN!

Published By : Prameya-News7 Bureau | July 03, 2020 IST

ନୂଆଦିଲ୍ଲୀ ୩/୭: ବଢ଼ୁଥିବା କରୋନା ସଂକ୍ରମଣ ମଧ୍ୟରେ ଏକ ଭଲ ଖବର ଆସିଛି। ଅଗଷ୍ଟ ୧୫ତାରିଖରେ କରୋନାର ଭ୍ୟାକସିନ କୋଭାକ୍ସିନ ଲଞ୍ଚ ହୋଇପାରେ। ଏହି ଭାକ୍ସିନକୁ ଫାର୍ମାସ୍ୟୁଟିକାଲ କମ୍ପାନୀ ଭାରତ ବାୟୋଟିକ୍ ପ୍ରସ୍ତୁତ କରିଛି। ଭାରତ ବାୟୋଟେକ୍ ଏବଂ ଆଇସିଏମଆର ତରଫରୁ ଭ୍ୟାକସିନ ଲଞ୍ଚିଂ ସମ୍ଭବ।

ନିକଟରେ କୋଭାକ୍ସିନକୁ ହ୍ୟୁମାନ୍ ଟ୍ରାୟଲର ଅନୁମତି ମିଳିଛି ଆଇସିଏମଆର ତରଫରୁ ଜାରି ଲେଟର ମୁତାବକ ଜୁଲାଇ ୭ରୁ ହ୍ୟୁମାନ ଟ୍ରାୟଲ୍ ପାଇଁ ଏନରୋଲମେଣ୍ଟ ଆରମ୍ଭ ହୋଇଯିବ। ଏହା ପରେ ଯଦି ସମସ୍ତ ଟ୍ରାୟଲ୍ ଠିକ୍ ହେଲା ତାହେଲେ ଅଗଷ୍ଟ ୧୫ତାରିଖ ଦିନ ଲଞ୍ଚ ହୋଇପାରେ। ସର୍ବପ୍ରଥମେ ଭାରତ ବାୟୋଟିକର ଭ୍ୟାକ୍ସିନ୍ ମାର୍କେଟକୁ ଆସିପାରେ।

ଏହି ଲେଟରକୁ ଆଇସିଏମଆର ଏବଂ ସମସ୍ତ ଷ୍ଟେକହୋଲ୍ଡର ଜାରି କରିଛନ୍ତି। ତାଙ୍କ କହିବା ଅନୁସାରେ ଯଦି ଟ୍ରାୟଲ୍ ସମସ୍ତ ପର୍ଯ୍ୟାୟରେ ସଫଳ ହେଲା ତେବେ ଅଗଷ୍ଟ ୧୫ଯାଏଁ କରୋନା ଭ୍ୟାକ୍ସିନ୍ କୋଭାକ୍ସିନ୍ ମାର୍କେଟକୁ ଆସିପାରେ। ଆଇସିଏମଆର ତରଫରୁ ବର୍ତ୍ତମାନ ଏହା ଅନୁମାନ ଲଗାଯାଇଛି।

କିଛି ଦିନ ତଳେ ହାଇଦ୍ରାବାଦର ଫାର୍ମା କମ୍ପାନୀ ଭାରତ ବାୟୋଟେକ୍ ଦାବି କରିଥିଲା ଯେ ଏହାକୁ କୋଭାକ୍ସିନର ଫେଜ୍-୧ ଏବଂ ଫେଜ-୨ର ହ୍ୟୁମାନ ଟ୍ରାୟଲ ପାଇଁ ଡିସିଜିଆଇରୁ ସବୁଜ ସଙ୍କେତ ମିଳିସାରିଛି। କମ୍ପାନୀ ଏହା ମଧ୍ୟ କହିଛି ଯେ ଟ୍ରାୟଲର କାମ ଜୁଲାଇ ପୂର୍ବରୁ ଆରମ୍ଭ କରାଯିବ।

ଭାରତ ବାୟୋଟେକ୍ କମ୍ପାନି ପୋଲିଓ,ରାବିଜ,ରୋଟାଭାଇରସ୍,ଜାପାନୀ ଏନସେଫାଲାଇଟିସ,ଚିକନଗୁନିଆ ଏବଂ ଜିକା ଭାଇରସ୍ ପ୍ରସ୍ତୁତ କରିଛି।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.