Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||
  • ଜି.ଉଦୟଗିରି : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପ୍ରାଥମିକ ତଦନ୍ତରୁ ହତ୍ୟା ସନ୍ଦେହ
  • ||
  • ପୋଲିସ୍‌ ଏବଂ ଜୁଆ ଆଡ୍ଡା ମାଲିକଙ୍କ କଥାବାର୍ତ୍ତାର ଅଡିଓ କଲ ଭାଇରାଲ
  • ||
  • ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ : ଏବେସୁଦ୍ଧା ଆଗରେ ବିଜେପି, ପଛରେ ଟିଆରଏସ ଓ ଏଆଇଏମଆଇଏମ
  • ||

ଖୁସି ଖବର ! କରୋନା ଭ୍ୟାକସିନ୍‌ର ନିକଟତର ହେଲେ ୮ ଟିମ୍ – WHO

12/05/2020 at 4:11 PM

ନୂଆଦିଲ୍ଲୀ ୧୨।୦୫: କରୋନା ଭାଇରସ୍‌ର ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଭ୍ୟାକସିନ୍‌ ପ୍ରସ୍ତୁତିରେ ସମଗ୍ର ଦୁନିଆର ଗବେଷକ ପ୍ରୟାସ ଚଳାଇଛନ୍ତି। ଏବେ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ପ୍ରମୁଖ କହିଛନ୍ତି, ୭ ରୁ ୮ ସଂସ୍ଥା ଏମିତି ଅଛନ୍ତି, ଯେଉଁମାନେ ଭ୍ୟାକ୍‌ସିନ୍ ପ୍ରସ୍ତୁତିରେ ସବୁଠୁ ଆଗରେ ଅଛନ୍ତି। ଅନ୍ତରାଷ୍ଟ୍ରୀୟ ସହଯୋଗରେ ଏହି କାମକୁ  ଆହୁରି ଗତି ଦେବାକୁ ଚେଷ୍ଟା କରାଯାଉଛି। ମାତ୍ର କେଉଁ ସଂସ୍ଥା ଭ୍ୟାକସିନ୍ ପ୍ରସ୍ତୁତିରେ ଅଗ୍ରଣୀ ଅଛନ୍ତି ଏହାର ସୂଚନା  ଡବ୍ଲ୍ୟୁଏଚଓ ଦେଇ ନାହିଁ।

ଡବ୍ଲ୍ୟୁଏଚଓ ମହାନିର୍ଦ୍ଦେଶକ ଟେଡ୍ରୋସ୍ ଅଦନୋମ ଘେବ୍ରେୟସସ୍‌ ୟୁଏସ ଇକୋନୋମୀ ଆଣ୍ଡ ସୋସିଆଲ କାଉନସିଲ୍‌ର ଭିଡିଓ କନଫରେନ୍ସିଂ ଆଲୋଚନାରେ କହିଛନ୍ତି, ଦୁଇ ମାସ ପର୍ଯ୍ୟନ୍ତ ଆମେ ଏହା ଚିନ୍ତା କରୁଥିଲୁ ଯେ, କରୋନା ଭ୍ୟାକସିନ୍‌ ପ୍ରସ୍ତୁତିରେ ୧୨ ରୁ ୧୮ ମାସର ସମୟ ଲାଗିପାରେ। ମାତ୍ର ଏବେ ଶୀଘ୍ର ଭ୍ୟାକସିନ୍ ଆବିଷ୍କାର ଲାଗି ଏକ ତ୍ଵରିତ୍ଵ ପ୍ରୟାସ କରାଯାଉଛି। ଏଥିପାଇଁ ଗୋଟିଏ ସପ୍ତାହ ପୂର୍ବେ ୪୦ ଦେଶ, ସଂଗଠନ ଓ ବ୍ୟାଙ୍କ ଦ୍ଵାରା  ଗବେଷଣା, ଉପଚାର ଓ ପରୀକ୍ଷଣ ଲାଗି ୭.୪ ବିଲିୟନ ୟୁରୋ(୮ ବିଲିୟନ ଡଲାର)ର ସାହାଯ୍ୟ କରିଛନ୍ତି।

ସେ କହିଛନ୍ତି ଭ୍ୟାକସିନ୍‌ ସନ୍ଧାନ ଲାଗି ୮ ବିଲିୟନ ଡଲାରର ରାଶି ପର୍ଯ୍ୟାପ୍ତ ନୁହେଁ। ଆମକୁ ଭ୍ୟାକସିନ୍‌ର ବିକାଶକୁ ଗତି ଶୀଳ କରାଇବା ପାଇଁ ଆହୁରି ଅର୍ଥର ଆବଶ୍ୟକତା ରହିଛି। ଟ୍ରଡୋସ୍ କହିଛନ୍ତି ଭ୍ୟାକ୍‌ସିନ୍ ପ୍ରସ୍ତୁତିରେ ସଂପ୍ରତି ୭ ରୁ ୮ ସଂସ୍ଥା ସବୁଠୁ ଆଗରେ ରହିଛି। କିନ୍ତୁ ଆହୁରି ୧୦୦ ସଂସ୍ଥା ଭ୍ୟାକସିନ୍ ପ୍ରସ୍ତୁତିରେ କାମ କରୁଛନ୍ତି।

ଆମ ସଂଗଠନ ସମଗ୍ର ଦୁନିଆରେ ହଜାର ହଜାର ଗବେଷକଙ୍କ ସହି ମିଛି କାମ କରୁଛି। ପଶୁ ଉପରେ ପରିକ୍ଷଣ କରାଯାଇ ଦୈନିକ ପରୀକ୍ଷା ନୀରିକ୍ଷା କରି ଭ୍ୟାକସିନ୍ର ବିକଶିତ କରାଯାଉଛି। ଏଥିରେ ୪୦୦ ବୈଜ୍ଞାନିକଙ୍କ ଏକ ସଂଗଠନ ସାମିଲ।

   Related Posts