Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ମହାରାଷ୍ଟ୍ର ହାଲ୍‌ ବେହାଲ୍‌: ଗତ ୨୪ ଘଣ୍ଟାରେ ୬୩ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ, ୩୪୯ ମୁଣ୍ଡ ନେଲା କରୋନା

11/04/2021 at 10:00 PM

ମୁମ୍ବାଇ ୧୧/୪: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବେକାବୁ ହୋଇପଡ଼ିଛି। ଏପରିକି ଦୈନିକ ସଂକ୍ରମଣ ବଢ଼ୁଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ରାଜ୍ୟ​‌ରେ ୬୩,୨୯୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୪୯ ଜଣ ପ୍ରାଣ ହରାଇଛନ୍ତି। ମହାରାଷ୍ଟ୍ରରେ ଗୋଟିଏ ଦିନରେ ଆସିଥିବା ସଂକ୍ରମିତଙ୍କ ସଂଖ୍ୟାରେ ଏହା ରେକର୍ଡ କରିଛି। ରାଜ୍ୟରେ ଏବେ ୫,୬୫,୫୮୭ ଆକ୍ଟିଭ୍‌ ମାମଲା ରହିଛି। ଏବେ ସୁଦ୍ଧା ରାଜ୍ୟରେ ୫୭,୯୮୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ଯଦି ମୁମ୍ବାଇର କଥା କହିବା ତେବେ ସହରରେ ଏବେ ୯୧,୧୦୦ ଆକ୍ଟିଭ୍‌ ମାମଲା ରହିଛି। ଏହା ବ୍ୟତୀତ ପୁଣେରେ ୧,୦୯,୫୯୦ ସକ୍ରିୟ ଆକ୍ରାନ୍ତ ରହିଛନ୍ତି। ଦେଶରେ ପ୍ରଥମ ସହର ଭାବେ ପୁଣେରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ପାର କରିଛି। ସେହିଭଳି ମୁମ୍ବାଇ ପାଖରେ ଥିବା ଠାଣେରେ ୭୪,୩୩୫ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ମୁମ୍ବାଇ, ପୁଣେ ଏବଂ ଠାଣେ ପରେ ନାଗପୁରର ହାଲ ମଧ୍ୟ ବେହଲ ହୋଇପଡ଼ିଛି।

ସେଠାରେ ଏବେ ୫୮,୫୦୭ ସକ୍ରିୟ ମାମଲା ରହିଛି। ମୁମ୍ବାଇରେ ଗତ ୨୪ ଘଣ୍ଟାରେ ୯,୯୮୯ ନୂଆ ମାମଲା ମିଳିଥିବା ବେଳେ ୫୮ ଜଣଙ୍କ ମୃତ୍ୟୁ ହୋଇଛି। ନାଗପୁରରେ ଗତ ୨୪ ଘଣ୍ଟରେ ୬୩ ଜଣଙ୍କ ଜୀବନ ନେଇଛି କରୋନା। ସେପଟେ ରାଜ୍ୟରେ ଲକ୍‌ଡାଉନ୍‌ ଲଗାଇବା ପାଇଁ ବିଚାର କରୁଛନ୍ତି ଉଦ୍ଧବ ସରକାର। ଏନେଇ ଆଜି ମୁଖ୍ୟମନ୍ତ୍ରୀ ବୈଠକ କରିଥିଲେ। ବୈଠକରେ କୌଣସି ଅନ୍ତିମ ନିଷ୍ପତ୍ତି ହୋଇପାରି ନାହିଁ। ତେବେ ମିଳିଥିବା ସୂଚନା ଅନୁସାରେ ୨ରୁ ୩ ଦିନ ମଧ୍ୟରେ ମହାରାଷ୍ଟ୍ରରେ ଲକ୍‌ଡାଉନ୍‌ ଲାଗିପାରେ।  

   Related Posts