ଦେଶରେ କରୋନା ସଂକ୍ରମିତ ସଂଖ୍ୟା ୬୭୬୧କୁ ବୃଦ୍ଧି, ଗତ ୨୪ ଘଣ୍ଟାରେ ସବୁଠୁ ଅଧିକ କେସ୍, ସବୁଠୁ ଅଧିକ ମୃତ୍ୟୁ

Published By : Prameya-News7 Bureau | April 10, 2020 IST

ନୂଆଦିଲ୍ଲୀ ୧୦।୦୪: ସମଗ୍ର ଦେଶରେ କରୋନା ମାମଲା ଥମିବାର ନାଁ ନେଉନାହିଁ। ଏବେ ସଂକ୍ରମଣ ସଂଖ୍ୟା ବୃଦ୍ଧି ଘଟି ୬୭୬୧ରେ ପହଞ୍ଚିଛି। ଅନ୍ୟପଟେ ୫୧୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ମହାମାରୀ ଭୂତାଣୁରେ ୨୦୬ ଜଣଙ୍କ ମୃତ୍ୟୁ ଘଟି ସାରିଛି। ଗତ ୨୪ ଘଣ୍ଟାରେ ଦେଶରେ ୮୯୬ଟି ମାମଲା ସାମ୍ନାକୁ ଆସିଥିବା ବେଳେ ୩୭୮ ଜଣଙ୍କ ମୃତ୍ୟୁ ଘଟିଛି। ଯାହା ଗତ ୨୪ ଘଣ୍ଟାରେ ଏ ପର୍ଯ୍ୟନ୍ତ ସବୁଠୁ ଅଧିକ ମୃତ୍ୟୁ ଏବଂ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି।

କେନ୍ଦ୍ର ସରକାରଙ୍କ ମିଳିତ ସାମ୍ବାଦିକ ସମ୍ମିଳନୀରେ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଦେଶରେ ଏ ପର୍ଯ୍ୟନ୍ତ କରୋନାର କମ୍ୟୁନିଟି ଟ୍ରାନ୍ସମିଶନ ହୋଇ ନାହିଁ। ଯୁଗ୍ମ ସଚିବ ଲଭ ଅଗ୍ରଓ୍ଵାଲ କହିଛନ୍ତି ଯେବେ ବି କମ୍ୟୁନିଟି ଟ୍ରାନ୍ସମିଶନର ଘଟଣା ଘଟିବ ଆମେ ଆପଣଙ୍କୁ ପ୍ରଥମେ ସୂଚନା ଦେବୁ।

{"id":252125,"sizeSlug":"large"}

ଗୁରୁବାର ୧୬୦୦୨ ନମୂନାର ଯାଞ୍ଚ କରାଯାଇଛି। କେବଳ ୨ ପ୍ରତିଶତ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛି। ଏକତ୍ର କରାଯାଇଥିବା ନମୂନା ଆଧାରରେ ଏହା କୁହାଯାଇ ପାରିବ ଯେ, ସଂକ୍ରମଣର ହାର ବହୁତ ଅଧିକ ନୁହଁ। ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରଓ୍ଵାଲ ଶୁକ୍ରବାର ନିଜର ଦୈନିକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ସରକାର କରୋନା ଭାଇରସ୍ ମୁକାବିଲା ଲାଗି ୧୫ ହଜାର କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି। ଭାରତରେ ୧ କୋଟି ହାଇଡ୍ରୋକ୍ସି କ୍ଲୋରୋକୁଇନ ବଟୀକାର ଘରୋଇ ଆବଶ୍ୟକତା ରହିଥିବା ବେଳେ ଆମ ପାଖରେ ସଂପ୍ରତି ୩.୨୮ କୋଟି ହାଇଡ୍ରୋକ୍ସି କ୍ଲୋରୋକୁଇନ ଟ୍ୟାବଲେଟ୍ ଉପଲବ୍ଧ ରହିଛି। ସେ କହିଛନ୍ତି ଯେ, ଦେଶରେ ଆବଶ୍ୟକତା ମୁତାବକ ଏନ-୯୫ ମାସ୍କ ମହଜୁଦ ରହିଛି। ରାଜ୍ୟରେ ୨ ମାସରେ ୨୦ ଲକ୍ଷ ମାସ୍କ ଦିଆଯାଇଛି।

wp:core-embed/twitter {"url":"https://twitter.com/ANI/status/1248563860358873090?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1248563860358873090\u0026ref_url=https%3A%2F%2Fwww.indiatv.in%2Findia%2Fnational-coronavirus-death-toll-in-india-on-april-10-702102","type":"rich","providerNameSlug":"twitter","className":""}
https://twitter.com/ANI/status/1248563860358873090?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1248563860358873090&ref_url=https%3A%2F%2Fwww.indiatv.in%2Findia%2Fnational-coronavirus-death-toll-in-india-on-april-10-702102
/wp:core-embed/twitter

ସେ କହିଛନ୍ତି ଯେ, ଡାକ୍ତର ଓ ସ୍ଵାସ୍ଥ୍ୟ କର୍ମଚାରୀଙ୍କ ସହିତ ଦୁର୍ବ୍ୟବହାର ଘଟଣାର ନିନ୍ଦା କରି ଅଗ୍ରଓ୍ଵାଲ  କହିଛନ୍ତି ଯେ, କରୋନା ଭାଇରସ୍ ସଂଗ୍ରାମରେ ପ୍ରକୃତ ସଂଘର୍ଷ ଆମର ସ୍ଵାସ୍ଥ୍ୟ କର୍ମଚାରୀ କରୁଛନ୍ତି। ତାଙ୍କ ସହିତ ଦୁର୍ବ୍ୟବହାରର କୌଣସି ବି ଘଟଣା ଆମ ପାଇଁ ଚିନ୍ତାଜନକ। ଏହି ପରି ଘଟଣାରେ ସେମାନଙ୍କର ନୈତିକ ମନୋବଳ ହ୍ରାସ ହେବ।

ମହତ୍ଵପୂର୍ଣ୍ଣ କଥା ଏହା ଯେ, ବୈଦେଶିକ ମନ୍ତ୍ରଣାଳୟ ସମଗ୍ର ଦୁନିଆରେ ଥିବା ଭାରତୀୟଙ୍କ ସହିତ କ୍ରମାଗତ ଯୋଗାଯୋଗରେ ଅଛନ୍ତି ଏବଂ ସମସ୍ତଙ୍କୁ ଆବଶ୍ୟକ ସାହାଯ୍ୟ ଉପଲବ୍ଧ କରାଯାଉଛି। ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ପୁଣ୍ୟ ସଳିତା ଶ୍ରୀବାସ୍ତବ କହିଛନ୍ତି, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା ସୀମା ସୁରକ୍ଷା ବଳ(ବିଏସଏଫ)କୁ ପାକିସ୍ତାନ ଓ ବାଂଲାଦେଶ ସୀମାରେ ସତର୍କତା ବଢାଇବାକୁ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.