Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ବୈଜ୍ଞାନିକଙ୍କ ଦାବି “ପ୍ରୟୋଗଶାଳାରୁ ନୁହେଁ ପ୍ରକୃତିରୁ ଉତ୍ପନ୍ନ ହୋଇଛି ଭୟଙ୍କର କରୋନା ଭାଇରସ”

19/03/2020 at 11:54 AM

ନୂଆଦିଲ୍ଲୀ ୧୯/୩: କରୋନା ଭାଇରସ କୃତ୍ରିମ ଉପାୟରେ ତିଆରି ହୋଇଥିବା ଭଳି କୌଣସି ସାକ୍ଷ୍ୟ ପ୍ରମାଣ ମିଳିନାହିଁ ବୋଲି ପ୍ରକାଶ କରିଛନ୍ତି ଆମେରିକାର ସ୍କ୍ରିର୍ଶ ରିସର୍ଚ୍ଚ ସଂସ୍ଥା | ଚୀନ ଅଧିକାରୀ ଏହି ମହାମାରୀକୁ ଆଗରୁ ହିଁ ଚିହ୍ନଟ କରିସାରିଥିଲେ ବୋଲି ରିପୋର୍ଟରେ ଦାବି ହୋଇଛି |

ବୈଜ୍ଞାନିକଙ୍କ କହିବାନୁଯାୟୀ, କରୋନା ଭାଇରସ ଦ୍ରୁତ ଗତିରେ ବ୍ୟାପିଥାଏ କାରଣ ଏହି ଭାଇରସ ମଣିଷ ଶରୀରରେ ପ୍ରବେଶ କରିବା ମାତ୍ରେ ବହୁତ ଶୀଘ୍ର ଅନ୍ୟ ବ୍ୟକ୍ତିଙ୍କ ଶରୀରକୁ ବ୍ୟାପିଥାଏ | ଏହି ଭାଇରସ ଶରୀରରେ ସ୍ପାଇକ ପ୍ରୋଟିନ ଉତ୍ପନ୍ନ କରିଥାଏ | ଏହା ମଣିଷର ଶରୀରରେ ସହଜରେ ପ୍ରବେଶ କରୁଛି |

ରିପୋର୍ଟ ଅନୁଯାୟୀ, ଏହି ସ୍ପାଇକ ପ୍ରୋଟିନକୁ କୌଣସି ପ୍ରୟୋଗଶାଳାରେ ଜେନେଟିକ ଇଂଜିନିୟରିଂ ଦ୍ୱାରା ବିକଶିତ କରିବା ସମ୍ଭବ ନୁହେଁ | ଏହା ବିଜ୍ଞାନର ଲୋକପ୍ରିୟ ପ୍ରାକୃତିକ ଚୟନରୁ ବିକଶିତ ହୋଇଛି | ବର୍ତ୍ତମାନ ସୁଦ୍ଧା ଉତ୍ପନ୍ନ ହୋଇଥିବା ସମସ୍ତ ଭାଇରସର ସଂରଚନା ଠାରୁ ଅଲଗା |

କରୋନା ଭାଇରସ ଚୀନର ଏକ ପ୍ରୟୋଗଶାଳାରୁ ଲିକ ହୋଇ ସାରା ବିଶ୍ୱରେ ବ୍ୟାପିଥିବା ଅପପ୍ରଚାରକୁ ବୈଜ୍ଞାନିକମାନେ ଖଣ୍ଡନ କରିଛନ୍ତି | ଆମେରିକା ଦ୍ୱାରା ଭାଇରସ ଚୀନରେ ବ୍ୟାପିଥିବା ମଧ୍ୟ ଖଣ୍ଡନ କରିଛନ୍ତି | ଆରମ୍ଭରୁ ବୈଜ୍ଞାନିକ କହିଥିଲେ ଯେ, ଏହି ଭାଇରସ ବନ୍ୟଜନ୍ତୁ (ବାଦୁଡ଼ି କିମ୍ବା ବଜ୍ରକାପ୍ତା) ଖାଇବା ଦ୍ୱାରା କୌଣସି ଚୀନ ନାଗରିକଙ୍କ ଶରୀରରେ ପ୍ରବେଶ କରିଥିଲା | ଏହା ପରେ ଏହି ଭାଇରସ ଗୋଟିଏ ଶରୀରରୁ ଅନ୍ୟ ଶରୀରକୁ ସଂକ୍ରମଣ ହୋଇଥଲା |

ଭାଇରସର ସୃଷ୍ଟିକୁ ନେଇ ବୈଜ୍ଞାନିକମାନେ ୨ଟି କାରଣ ଅନୁମାନ କରିଛନ୍ତି |

ଭାଇରସ କୌଣସି ଜନ୍ତୁ ମଧ୍ୟରେ ପ୍ରାକୃତିକ ଉପାୟରେ ବିକଶିତ ହୋଇଛି ଏବଂ ମାନବ ଶରୀରକୁ ପ୍ରବେଶ କରିଛି | ପୂର୍ବରୁ କରୋନା ଭାଇରସ ସାର୍ଶ ସିବେଟ ଓ ମର୍ସ ଓଟରୁ ଆସିଥିଲା | କିନ୍ତୁ ବର୍ତ୍ତମାନ ଏହି କରୋନା ଭାଇରସ ବାଦୁଡ଼ିରୁ ଉତ୍ପନ୍ନ ହୋଇଥିବା କୁହାଯାଉଛି | କାରଣ ବାଦୁଡ଼ି ଶରୀରରେ ଥିବା ଭାଇରସ ସହ କରୋନା ଭାଇରସର ସାମଞ୍ଜସ୍ୟ ରହିଛି | 

କରୋନା ଭାଇରସ ଏବଂ ବାଦୁଡ଼ି ଶରୀରରେ ଉପସ୍ଥିତ ଥିବା ଭାଇରସ ବଜ୍ରକାପ୍ତା ମଧ୍ୟରେ ରହିଥାଏ | ମଣିଷ ଏହି ଜୀବଜନ୍ତୁଙ୍କ ମାଂସ ଖାଉଛି | ଏହି ଜୀବଜନ୍ତୁ ମାଂସ ଖାଇବା ଦ୍ୱାରା ଭାଇରସ ମାନବ ଶରୀରକୁ ଆସିଥାଏ | ଧୀରେ ଧୀରେ ପ୍ରାକୃତିକ ଚୟନ ସିଦ୍ଧାନ୍ତ ଜରିଆରେ ସ୍ପାଇକ ପ୍ରୋଟିନ ତିଆରି ହୋଇଥିଲା ଏବଂ ମାନବ କୋଷରେ ପହଞ୍ଚିବା ପାଇଁ କ୍ଷମତା ହାସିଲ କରିଥିଲା | 

   Related Posts