କରୋନା ଭାଇରସର କିଛି ଆଶ୍ଚର୍ଯ୍ୟଜନକ ଆଗୁଆ ସଙ୍କେତ, ଏହା ଜଣାଇବ ଆପଣଙ୍କୁ କୋଭିଡ-୧୯ ହୋଇପାରେ...

Published By : Prameya-News7 Bureau | October 03, 2020 IST

ଲଣ୍ଡନ ୦୩/୧୦: ଜ୍ବର, ଶୁଖିଲା କାଶ ତଥା ସୁଗନ୍ଧ ବାରି ନ ପାରିବା ଏଭଳି ଅନେକ ଅପ୍ରୀତିକର ଲକ୍ଷଣ କୋଭିଡ-୧୯ ସହ ଜଡ଼ିତ ରହିଛି। ଏବେ ଲଣ୍ଡନର କିମ୍ସ କଲେଜର ଗବେଷକମାନେ ଭାଇରସର ଆଶ୍ଚର୍ଯ୍ୟଜନକ ପ୍ରାରମ୍ଭିକ ଲକ୍ଷଣ ବାବଦରେ ଚେତାଇଛନ୍ତି ।

କୋଭିଡ ସିମଟମ୍ସ ଷ୍ଟଡି ଆପର ଡାଟାକୁ ବ୍ୟବହାର କରି ଗବେଷକମାନେ ପ୍ରଥମ ସାତ ଦିନର ଲକ୍ଷଣ ଗୁଡ଼ିକର ତାଲିକା ପ୍ରସ୍ତୁତ କରିଛନ୍ତି। ସେମାନେ କହିଛନ୍ତି କୋଭିଡ-୧୯ର ପ୍ରାରମ୍ଭିକ ଲକ୍ଷଣ ଜାଣିବାରେ ସେମାନେ ବ୍ୟସ୍ତ ଥିଲେ। ଏକଥା ବି କହିଛନ୍ତି ଆଗାମୀ ଦିନରେ ହୁଏତ ଏହି ନିଷ୍କର୍ଷ ଭାଇରସକୁ ରୋକିବାରେ ସାହାଯ୍ୟ କରିବ। ଯଦି ଲକ୍ଷଣ ପ୍ରାରମ୍ଭିକ ପର୍ଯ୍ୟାୟରେ ଜଣାପଡ଼ି ଯାଏ ତେବେ ଲୋକମାନେ ଯଥାଶୀଘ୍ର ଆଇସୋଲେଟ୍ କରିବା ବ୍ୟବସ୍ଥା କରି ନେବେ। ଏହା ସହ ଭାଇରସ ବ୍ୟାପିବାକୁ ମଧ୍ୟ ରୋକାଯାଇପାରିବ।

{"id":338100,"sizeSlug":"large"}

ତେବେ ଅଧ୍ୟୟନରେ ଦୁଇଟି ଆଶ୍ଚର୍ଯ୍ୟ କଲା ଭଳି ଲକ୍ଷଣକୁ ସାମିଲ କରାଯାଇଛି ତାହା ହେଉଛି ମୋଟାପା ଓ ମୁଣ୍ଡବିନ୍ଧା। ଏହାକୁ ଗବେଷକମାନେ ସେମାନଙ୍କ ଭାଷାରେ ‘ଡାର୍କ ହର୍ସ ଅଫ୍ କୋଭିଡ ସିମଟମ୍ସ’ କହିଛନ୍ତି।

ଏବେ କୋଭିଡର ସାଧାରଣ ଳକ୍ଷଣରେ ଯୋଡି ହୋଇଛି ମୁଣ୍ଡବିନ୍ଧା ଓ ମୋଟାପା। ଅର୍ଥାତ ୮୨ ପ୍ରତିଶତ ମୁଣ୍ଡବିନ୍ଧା ଓ ୭୨ ପ୍ରତିଶତ ମୋଟାପା ହେଉଛି କୋଭିଡର ପ୍ରାରମ୍ଭିକ ଲକ୍ଷଣ ଯାହା ସବୁ ବୟସ ବର୍ଗଙ୍କ ଠାରେ ଦେଖାଯାଏ। ତେବେ ୧୮ରୁ ୬୫ ବର୍ଷ ବୟସ୍କ ୯ ପ୍ରତିଶତ କୋଭିଡ୍ ରୋଗୀଙ୍କ ଠାରେ କୌଣସି ମୁଣ୍ଡବିନ୍ଧା କି ମୋଟାପାର ଲକ୍ଷଣ ଦେଖା ଦେଇ ନ ଥାଏ। ତେବେ କୋଭିଡ୍ ଟେଷ୍ଟ ପରେ କେବଳ ୧ ପ୍ରତିଶତ ଲୋକ ମୁଣ୍ଡବିନ୍ଧା ଲକ୍ଷଣ ବାବଦରେ କହନ୍ତି।

ଏ ସବୁ ବାଦ୍ ଜ୍ବର, ଖାସ, ବାସ୍ନା ବାରି ନ ପାରିବା ମଧ୍ୟ କେଭିଡର ଲକ୍ଷଣ। ପ୍ରଥମ ସାତ ଦିନରେ ୪୦ ପ୍ରତିଶତ ସବୁ ବୟସ ବର୍ଗ ବ୍ୟକ୍ତି ଜ୍ବର, ଶୁଖିଲା ଖାସ ଓ ସୁଗନ୍ଧ ବାରି ପାରି ନ ଥାନ୍ତି। ଏ ତିନିଟି ଲକ୍ଷଣରୁ ହି ଲୋକମାନେ ସଚେତନ ହୋଇଥାନ୍ତି। ଇତିମଧ୍ୟରେ ୬୫ ବର୍ଷରୁ ଅଧିକ ବୟସ୍କଙ୍କ ଠାରେ ଦେଖାଯାଇଛି ଯେ ସେମାନେ ବିଚଳିତ ତଥା ନିଶ୍ବାସ-ପ୍ରଶ୍ବାସ ନେବାରେ ଅସୁବିଧା ହୋଇଥାଏ। ତେବେ ଏବେ ବି ଗବେଷକମାନେ ଆପକୁ ମନିଟର କରୁଛନ୍ତି ଓ ଏହାକୁ ନେଇ ଆହୁରି କିଛି ନୂଆ ତଥ୍ୟ ମଧ୍ୟ ଆଗାମୀ ଦିନରେ ଦେଇପାରନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.