ଅସଲ ବନ୍ଧୁତାର ନିଦର୍ଶନ: ଝଲସିଲା ବୁର୍ଜ ଖଲିଫା, ଦିଆଗଲା ଷ୍ଟେ ଷ୍ଟ୍ରଙ୍ଗର ବାର୍ତ୍ତା

Published By : Prameya-News7 Bureau | April 26, 2021 IST

ଦୁବାଇ ୨୬/୪: ମହାମାରୀ ଯୁଦ୍ଧ ସହ ଲଢୁଛି ଭାରତ । ମହାମାରୀର ୨ୟ ଲହର ଭାରତରେ ହଇଚଇ ସୃଷ୍ଟି କରୁଛି । ଏଠାରେ ରେକର୍ଡ କରିବାରେ ଲାଗିଛି ଦୈନିକ ସଂକ୍ରମଣ । ହଜାର ହଜାର ସଂଖ୍ୟାରେ ମୃତ୍ୟୁ ଲୋକଙ୍କ ଚିନ୍ତାର କାରଣ ପାଲଟିଛି । ତେବେ ଭାରତର ଏହି ବିପଦ ସମୟରେ ଚୀନ, ଆମେରିକା, ଫ୍ରାନ୍ସ ସମେତ ବିଭିନ୍ନ ଦେଶ ସହାୟତା କରିବାକୁ ଆଗେଇ ଆସିଛନ୍ତି । ତେବ ବନ୍ଧୁତାର ଅସଲ ନିଦର୍ଶନ ଦେଖିବାକୁ ମିଳିଛି ୟୁନାଇଟେଡ ଆରବ ଏମିରେଟ୍ସ ।

wp:html /wp:html

ଦୁବାଇରେ ଥିବା ବୁର୍ଜ ଖଲିଫାରେ ଦେଖିବାକୁ ମିଳିଥିଲା ଆଖି ଝଲସିଲା ଭଳି ଦୃଶ୍ୟ । ତ୍ରିରଙ୍ଗା ସହ ଲାଇଟରେ ଲେଖାଯାଇଥିଲା ଷ୍ଟେ ଷ୍ଟ୍ରଙ୍ଗ ଇଣ୍ଡିଆ । ଭାରତ ପ୍ରତି ଏହା ଥିଲା ଦୃଢ ସମର୍ଥନ ଯାହାକି ଭୂତାଣୁ ବିରୋଧରେ ଲଢେଇ କରିବାରେ ସହାୟକ ହେବ । ଭାରତରେ ଅକ୍ସିଜେନ ଅଭାବକୁ ଦୃଷ୍ଟିରେ ରଖି ସାଉଦି ଆରବରୁ ୮୦ ମେଟ୍ରିକ୍ ଟନ୍ ଅମ୍ଳଜାନ ଗ୍ୟାସ ଅଣାଯାଉଛି । ଅଦାନି ଓ ଲିଣ୍ଡେ ଗ୍ରୁପର ସହାୟତାରେ ଏସବୁ କାର୍ଯ୍ୟ ହେଉଛି । ଭାରତେର ବର୍ତ୍ତମାନ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୬ ଲକ୍ଷ ଅତିକ୍ରମ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.