Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନାଲରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ଗାଧୋଇବା ବେଳେ ନିଖୋଜ ହୋଇଯାଇଥିଲେ
  • ||
  • ହାତ ଛାଡିଲେ ପ୍ରଦୀପ ମାଝି, କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା
  • ||
  • ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୨ ମୃତ ଓ ୫ ଆହତ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
  • ||
  • ଶିଶୁଙ୍କୁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ, ଶୁକ୍ରବାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବ କେନ୍ଦ୍ର
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ
  • ||
  • ୨୬ ଯାଏଁ ଶୁଖିଲା ପାଗ : ଧିରେଧିରେ କମିବ ରାତି ତାପମାତ୍ରା, ସକାଳେ କୁହୁଡି
  • ||
  • ମମିତା ମେହେର ହତ୍ୟା ଘଟଣା : ଭୋର୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ
  • ||

ବାୟୁରେ ସହଜରେ ବ୍ୟାପୁଛି କରୋନା ଭାଇରସ୍ ? ଅଧ୍ୟୟନରୁ ସାମ୍ନାକୁ ଆସିଲା ୧୦ ଦାବି…

16/04/2021 at 10:12 PM

ଲଣ୍ଡନ ୧୬।୦୪: ଭାରତରେ ସଂପ୍ରତି କରୋନା ଭାଇରସ୍ ମହାମାରୀର ପ୍ରକୋପ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। କେବଳ ଭାରତ ନୁହେଁ ବିଶ୍ଵର ଅନେକ ଦେଶରେ କରୋନାର ଦ୍ଵିତୀୟ ଏବଂ ତୃତୀୟ ଲହର ଦେଖିବାକୁ ମିଳିଛି। ସମୟ ସହିତ ଏହି ସଂକ୍ରାମକ ରୋଗ ନିଜର ରୂପ ବଦଳାଇବାରେ ଲାଗିଛି। ଏହି ମାରାତ୍ମକ ରୋଗରୁ ବଞ୍ଚିବା ପାଇଁ ଅନେକ ଭ୍ୟାକସିନ ଆସି ସାରିଛି। ତଥାପି କରୋନାକୁ ନେଇ ଏମିତି ଅନେକ ଗୁରୁତ୍ଵପୂର୍ଣ୍ଣ ପ୍ରଶ୍ନ ରହିଛି, ଯାହାର ଉତ୍ତର ଏବେ ମଧ୍ୟ ବାକି ରହିଛି। ଏମିତି ଏକ ପ୍ରଶ୍ନ ହେଉଛି ଯେ, ଭାଇରସ୍‌ ଏତେ ଦ୍ରୁତ ଗତିରେ କେମିତି ବ୍ୟାପୁଛି।

ଦ୍ରୁତ ଗତିରେ ବଢୁଥିବା ଆକ୍ରାନ୍ତଙ୍କ ସଂଖ୍ୟା ଦେଖିଲେ, ମନରେ ଏହି ପ୍ରଶ୍ନ ଆସୁଛି ଯେ, କଣ ଏହି ଭାଇରସ୍‌ ବାୟୁରେ ବ୍ୟାପି ସାରିଛି ? ପ୍ରତିଷ୍ଠିତ ମେଡିକାଲ ଜର୍ଣ୍ଣାଲ ‘ଦ ଲାସେଣ୍ଟ’ରେ ଛପିଥିବା ଏକ ଅଧ୍ୟୟନରୁ ଏହା ଦାବି କରାଯାଇଛି ଯେ, ଅଧିକାଂଶ ସଂକ୍ରମଣ ବାୟୁ ଜରିଆରେ ବ୍ୟାପୁଛି। ଏହି ଦାବିକୁ ପ୍ରମାଣିତ କରିବା ପାଇଁ ଅଧ୍ୟୟନରେ ୧୦ଟି କାରଣ ଦର୍ଶାଯାଇଛି।

୧ – ଅଧ୍ୟୟନରେ କୁହାଯାଇଛି, ଭାଇରସ୍‌ର ସୁପରସ୍ପ୍ରେଡର କଣିକା ମହାମାରୀକୁ ଦ୍ରୁତ ଗତିରେ ବ୍ୟାପିବାରେ ସାହାଯ୍ୟ କରୁଛି।

୨ – କ୍ଵାରେଣ୍ଟାଇନ୍‌ ହୋଟେଲ୍‌ରେ ରୁମ୍ ଗୁଡିକରେ ରହୁଥିବା ଲୋକଙ୍କ ମଧ୍ୟରେ ଟ୍ରାନ୍ସମିଶନ ଦେଖିବାକୁ ମିଳିଛି। ଜଣେ ଅନ୍ୟ ଜଣଙ୍କ ରୁମକୁ ନଯାଇ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି।

୩ – ବିନା ଲକ୍ଷଣ କିମ୍ବା ଲକ୍ଷଣ ଦେଖାଯିବା ପୂର୍ବରୁ ଏମିତି ଲୋକ ଅଛନ୍ତି ଯେଉଁମାନଙ୍କର କାଶ କି ଛିଙ୍କ ମଧ୍ୟ ହୁଏ ନାହିଁ, ସେମାନେ ମଧ୍ୟ ଟ୍ରାନ୍ସମିଶନ ଜରିଆରେ ଆକ୍ରାନ୍ତ ହୋଇଛନ୍ତି। ଏମିତି ଲୋକଙ୍କ ସଂଖ୍ୟା ଏକ ତୃତୀୟାଂଶ ରହିଛି। ତେଣୁ କରୋନା ବାୟୁରେ ବ୍ୟାପୁଥିବା ଦାବିକୁ ଆହୁରି ବଳିଷ୍ଠ କରୁଛି। ଅଧ୍ୟୟନରେ କୁହାଯାଇଛି ଯେ, କହିବା ସମୟରେ ହଜାର ସଂଖ୍ୟକ ଉପାଦାନ ସୃଷ୍ଟି ହୋଇଥାଏ। କଥା କହିବା ବେଳେ ସେଥିରୁ ଅନେକ ବଡ ବୁନ୍ଦା ରହିଥାନ୍ତି ଯାହା ବାୟୁରେ ଭାଇରସ୍‌ ବ୍ୟାପିବାରେ ସାହାଯ୍ୟ କରିଥାନ୍ତି।

୪ – ବାହାର ଅପେକ୍ଷା ଘର ଭିତରେ  ଟ୍ରାନ୍ସମିଶନ ଅଧିକ ରହିଥାଏ। ଭେଣ୍ଟିଲେସନ ପର୍ଯ୍ୟାପ୍ତ ମାତ୍ରାରେ ଥିଲେ ଟ୍ରାନ୍ସମିଶନର ସମ୍ଭାବନା କମ ହୋଇଥାଏ ଏବଂ ସଂକ୍ରମଣ ମାତ୍ରା କମିଥାଏ।

୫ – ହସ୍ପିଟାଲ ଓ ମେଡିକାଲ ସଂସ୍ଥା ଭିତରେ ମଧ୍ୟ ସଂକ୍ରମଣ ବ୍ୟାପିଥାଏ। ଏଥିରୁ ବଞ୍ଚିବା ପାଇଁ ପିପିଇ କିଟ୍ ପିନ୍ଧାଯାଏ। ତଥାପି ବାୟୁରେ ବ୍ୟାପୁଥିବା ସଂକ୍ରମଣରୁ ମୁକ୍ତି ମିଳିବା ମୁସ୍କିଲ  ହୋଇଥାଏ।

୬ – ଲ୍ୟାବ୍‌ରେ SARS-CoV-2 ଭାଇରସ୍‌ ବାୟୁରେ ମିଶିବାର ଦାବି କରାଯାଇଛି। ଲ୍ୟାବ୍‌ରେ ଭାଇରସ୍ ୩ ଘଣ୍ଟା ପର୍ଯ୍ୟନ୍ତ ବାୟୁରେ ସଂକ୍ରାମକ ଅବସ୍ଥାରେ ରହିଥାଏ।  ଏପରିକି କୋଭିଡ୍-୧୯ ରୋଗୀଙ୍କ  ରୁମ୍‌ ଏବଂ କାରର ବାୟୁରୁ ମିଳିଥିବା ନମୂନାରେ ଭାଇରସ୍ ଚିହ୍ନଟ ହୋଇଛି। ଏହି ଭାଇରସ୍‌କୁ ଲ୍ୟାବ୍ ପର୍ଯ୍ୟନ୍ତ ଆଣିବା ମୁସ୍କିଲ ହୋଇଥାଏ। ଏଥିପାଇଁ ଟିବିର ଉଦାହରଣ ଦିଆଯାଇଛି।

୭ – ହସ୍ପିଟାଲ ଓ କୋଭିଡ୍-୧୯ ରୋଗୀ ରହୁଥିବା କୋଠାର ଏୟାର ଫିଲଟର ଏବଂ ଡକ୍ଟରେ ଭାଇରସ୍‌ ମିଳିଛି, ଯେଉଁଠି ସଂକ୍ରମଣ ବ୍ୟାପିଥାଏ।

୮ – ଅଲଗା ଅଲଗା ପିଞ୍ଜରାରେ ବନ୍ଦୀ ପଶୁଙ୍କଠାରେ ମଧ୍ୟ ଟ୍ରାନ୍ସମିଶନ ମିଳିଛି। ଏଥିରୁ ସାବ୍ୟସ୍ତ ହେଉଛି ଯେ, କରୋନା ସଂକ୍ରମଣ ବାୟୁରେ ମଧ୍ୟ ବ୍ୟାପୁଛି।

୯ – ବାୟୁ ଜରିଆରେ ଭାଇରସ୍‌ ବ୍ୟାପେ ନାହିଁ। ଏହା ସାବ୍ୟସ୍ତ କରିବା ପାଇଁ ପର୍ଯ୍ୟାପ୍ତ ପ୍ରମାଣ ନାହିଁ।

୧୦ – ଅନ୍ୟ ପ୍ରକ୍ରିୟାରେ ଭାଇରସ୍‌ ବ୍ୟାପେ ଏହାର କମ୍ ପ୍ରମାଣ ରହିଛି।

   Related Posts