Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

ଚୀନ୍‌ରେ କରୋନା ସ୍ଥିତି ଅଣାୟତ୍ତ, ୨ ହଜାର ଟପିଲା ମୃତ୍ୟୁ ସଂଖ୍ୟା : ସିଙ୍ଗାପୁର, ଦକ୍ଷିଣ କୋରିଆ ଓ ଇଟାଲୀରେ ନୂଆ ରୋଗୀ ଚିହ୍ନଟ

23/02/2020 at 8:51 AM

ନୂଆଦିଲ୍ଲୀ ୨।୨: ଦିନକୁ ଦିନ ଚିନ୍ତା ବଢାଉଛି କରୋନା । ଚୀନ୍ ପରେ ଏବେ ଇଟାଲୀ, ସିଙ୍ଗାପୁର ଏବଂ ଦକ୍ଷିଣ କୋରିଆରେ ନିଜ କାୟା ବିସ୍ତାର କରୁଛି କରୋନା । ଚୀନରେ ମୃତ୍ୟୁ ସଂଖ୍ୟା ୨ ହଜାର ୨ଶହରେ ପହଁଞ୍ଚିଥିବା ବେଳେ ଇଟାଲୀରେ ଦୁଇ ମୃତକଙ୍କୁ ମିଶାଇ ମୋଟ୍ ୭୯ ଜଣ ଆକ୍ରାନ୍ତ ହୋଇଛନ୍ତି । ସେହିପରି ଦକ୍ଷିଣ କୋରିଆରେ ମୋଟ୍ ୩୪୬ଜଣ ଆକ୍ରାନ୍ତ ହୋଇଛନ୍ତି ।

ତେଣୁ ଭାରତୀୟଙ୍କୁ ଅନାବଶ୍ୟକ ସିଙ୍ଗାପୁର ଗସ୍ତ କରିବାକୁ ମନା କରିଛନ୍ତି କେନ୍ଦ୍ର ସରକାର । କରୋନା ଭାଇରସ୍ ବ୍ୟାପୁଥିବାରୁ ଭାରତୀୟମାନଙ୍କୁ ସିଙ୍ଗାପୁର ଯିବାପାଇଁ ମନା କରାଯାଇଛି । ନୂଆ ପର୍ଯ୍ୟଟନ ନିର୍ଦ୍ଦେଶାବଳୀରେ ସମସ୍ତ ଭାରତୀୟମାନଙ୍କୁ ଅନାବଶ୍ୟକ ସିଙ୍ଗାପୁର ଗସ୍ତ ପାଇଁ ମନା କରାଯାଇଛି ।

କାଠମାଣ୍ଡୁ, ଇଣ୍ଡୋନେସିଆ, ଭିଏତ୍ ନାମ ଓ ମାଲେସିଆରୁ ଆସୁଥିବା ଯାତ୍ରୀଙ୍କର ଆସନ୍ତା ସୋମବାରଠାରୁ ବିମାନ ବନ୍ଦରଗୁଡ଼ିକରେ ଥର୍ମାଲ୍ ସ୍କ୍ରିନିଂ କରାଯିବ । ବର୍ତ୍ତମାନ ଚୀନ୍, ହଂକଂ, ଥାଇଲାଣ୍ଡ୍, ଦକ୍ଷିଣ କୋରିଆ, ସିଙ୍ଗାପୁର ଏବଂ ଜାପାନରୁ ଆସୁଥିବା ଯାତ୍ରୀଙ୍କର ୨୧ଟି ବିମାନବନ୍ଦରରେ ଥର୍ମାଲ୍  ସ୍କ୍ରିନିଂ କରାଯାଉଥିବାବେଳେ ଆଗକୁ ଏହା ବଢ଼ାଯିବ। କ୍ୟାବିନେଟ୍  ସଚିବଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

   Related Posts