ମଧ୍ୟପ୍ରାଚ୍ୟ ଓ ୟୁରୋପରେ ବଢିଲାଣି କରୋନା ଭୟ, ଜରୁରୀ ସ୍ଥିତି ଘୋଷଣା କଲା ଆମେରିକା

Published By : Prameya-News7 Bureau | February 27, 2020 IST

ନୂଆଦିଲ୍ଲୀ ୨।୨: କରୋନା ସ୍ଥିତି ଦିନକୁ ଦିନ ସାଂଘାତିକ ହେବାକୁ ଯାଉଛି । ବର୍ତ୍ତମାନ ସୁଦ୍ଧା ଚୀନରେ ମୃତ୍ୟୁ ସଂଖ୍ୟା ୨୭ଶହ ଟପିଥିବା ବେଳେ ବିଶ୍ବବ୍ୟାପୀ ଆକ୍ରାନ୍ତଙ୍କ ସଂଖ୍ୟା ୮୦ ହଜାର ହେଲାଣି ।

{"id":229740,"sizeSlug":"large"}

ଏବେ କରୋନା ଚୀନ୍ ବାହାରେ ୟୁରୋପ ଏବଂ ମଧ୍ୟପ୍ରାଚ୍ୟରେ ଭୟ ସୃଷ୍ଟି କଲାଣି । ଚୀନ ଭିନ୍ନ ଇରାନ, ଇଟାଲି, ଫ୍ରାନ୍ସ, ଜାପାନ, ଦକ୍ଷିଣ କୋରିଆରେ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବ୍ରାଜିଲରେ ଗତକାଲି ପ୍ରଥମ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

{"id":229741,"sizeSlug":"large"}

ପାକିସ୍ତାନରେ ମଧ୍ୟ ଦୁଇ ଜଣ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ପାକିସ୍ତାନ ସ୍ବାସ୍ଥ୍ୟ ମନ୍ତ୍ରୀ ଜଫର ମିର୍ଜା ଏହି ସୂଚନା ଦେଇଛନ୍ତି । ସେମାନଙ୍କ ପାଇଁ ସ୍ବତନ୍ତ୍ର ଚିକିତ୍ସା ବ୍ୟବସ୍ଥା କରାଯାଇଥିବା ବେଳେ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ।

{"id":229742,"sizeSlug":"large"}

ଆମେରିକାରେ ଏଯାଏଁ ୫୭ ଜଣ ଏଥିରେ ଆକ୍ରାନ୍ତ ହୋଇଥିବାରୁ ସେଠାରେ କରୋନାକୁ ନେଇ ଜରୁରୀ ସ୍ଥିତି ଘୋଷଣା କରାଯାଇଛି । ବିଶ୍ବର ୭୦ ପ୍ରତିଶତ ଭାଗକୁ କରୋନା ବ୍ୟାପିଯିବ ବୋଲି କିଛି ବିଶେଷଜ୍ଞ ଆଶଙ୍କା ପ୍ରକାଶ କରିଛନ୍ତି । ଏଥିସହିତ ଏହି ରୋଗର ଏପର୍ଯ୍ୟନ୍ତ କୌଣସି ଟୀକା ଉଦ୍‌ଭାବନ ହୋଇନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.