ଛାତିଥରା ଦୃଶ୍ୟ: ଆମ୍ବୁଲାନ୍ସ ଆସିଲାନି, ନିଜ ବାପାଙ୍କ ଶବକୁ କାର ଉପରେ ବାନ୍ଧି ଶ୍ମଶାନ ନେଲା ପୁଅ

Published By : Prameya-News7 Bureau | April 25, 2021 IST

ଆଗ୍ରା ୨୫/୪:  ଭାରତରେ ତାଣ୍ଡବ ରଚୁଛି କରୋନା। ହସ୍ପିଟାଲରେ ବେଡ୍‌ ମିଳୁନଥିବା ବେଳେ ମେଡିକାଲ୍‌ ଅକ୍ସିଜେନ୍‌ର ଅଭାବ ପାଇଁ ମଣିଷ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି। ତାଠୁ ବଳି ଯାଇଛି ଅନ୍ତିମ ସଂସ୍କାର ପାଇଁ ଜାଗା ମିଳୁନାହିଁ। ଶବ ଦାହ ପାଇଁ କିଛି ସ୍ଥାନାରେ ଫାଙ୍କା ଥିଲେ ବି ଶବ ନେବାକୁ ମିଳୁନି ଆମ୍ବୁଲାନ୍ସ । ଆଗ୍ରାର ବୁଜ କ୍ଷେତ୍ରରେ ପ୍ରତି ଦିନ ଏମିତି କିଛି ହୃଦୟ ବିଦାରକ ଦୃଶ୍ୟ ସମସ୍ତଙ୍କ ମୁହଁରେ ପ୍ରଶ୍ନ ଚିହ୍ନ ସୃଷ୍ଟି କରିଛି ।

ଆମ୍ବୁଲାନ୍ସ ମିଳିନଥିବାରୁ ପୁଅ ତା ବାପାଙ୍କ ମୃତଦେହକୁ କାର ଛାତରେ ବାନ୍ଧି ଶ୍ମଶାନ ନେଇ ଯାଇଛି । ଏଭଳି ଦୃଶ୍ୟ ଦେଖିବା ପ​‌ରେ ଶବଦାହ ସ୍ଥାନରେ ଥିବା ଲୋକଙ୍କ ଆଖିରୁ ଲୁହ ଝରିଆସିଛି । କିଛି ଘଣ୍ଟା ପରେ ପାଳି ପଡ଼ିବାରୁ ପୁଅ ନିଜର ପିତାଙ୍କ ଶବକୁ କାର ଛାତରୁ ତଳକୁ ଆଣିବା ପରେ ଶବ ସଂସ୍କାର ପ୍ରକ୍ରିୟା ପୂରା କରିଥିଲା । ଏ ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।

ଆଗ୍ରାରେ ସଂକ୍ରମିତଙ୍କ ସଂଖ୍ୟା ୬୦୦ ପାର ହୋଇଛି। ଗତ ୯ ଦିନରେ ମୋଟ ୩୫ ଆକ୍ରାନ୍ତଙ୍କ ମୃତ୍ୟୁ ହେଲାଣି। ମୈନପୁରୀ ଜିଲ୍ଲାରେ ୮, ଫିରୋଜାବାଦରେ ୨, ମଥୁରାରେ ୪, ଏଟାରେ ୭, କାସଗଂଜରେ ୨ ଏବଂ ଆଗ୍ରାରେ ୫ ଜଣ ଗୋଟିଏ ଦିନରେ ପ୍ରାଣ ହରାଇଛନ୍ତି। ଆଗ୍ରା​‌ରେ ଘରୋଇ ହସ୍ପିଟାଲରେ କରୋନା ସଂକ୍ରମିତଙ୍କୁ ଆଡମିଟ୍‌ କରାଯାଉନଥିବା ବେଳେ ଅନ୍ୟ ଜିଲ୍ଲାର ଆକ୍ରାନ୍ତଙ୍କୁ ଆଗ୍ରା ପଠାଯାଉଛି। 

ସେପଟେ ଛାତି ଥରାଇବା ଭଳି ଖବର ଭିତରେ କିଛି ରାଜନେତା ରାଜନୀତି କରିବାକୁ ଭୁଲୁନାହାନ୍ତି। ସମାଜବାଦି ପାର୍ଟିର ଜିଲ୍ଲା ଅଧ୍ୟକ୍ଷ ରାମ ଗୋପାଳ ବଘେଲ କହିଛନ୍ତି ରାଜ୍ୟ ଏବଂ ଦେଶରେ ସ୍ଥିତି ଖରାପ ପାଇଁ ଉଭୟ ସରକାର ଦାୟୀ। ରାଜ୍ୟରେ ଅକ୍ସିଜେନ୍‌, ବେଡ୍‌ ଏବଂ ଔଷଧର ଅଭାବ ସ୍ପଷ୍ଟ ବାରି ହୋଇପଡ଼ୁଥିବା ବେଳେ ସମସ୍ତେ ଏବେ ଦୋଷ ଠେଲା ଠେଲି ହେଉଥିବା ଦେଖିବାକୁ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.