Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଆମେରିକାଠାରୁ ଭାରତରେ ଦ୍ବିତୀୟ ଲହର ଅଧିକ ଘାତକ, ଦେଖନ୍ତୁ କେମିତି ଧିରେଧିରେ ବଦଳିଗଲା କରୋନା ସ୍ଥିତି

21/04/2021 at 9:03 PM

ନୂଆଦିଲ୍ଲୀ ୨୧/୪: ଭାରତରେ କରୋନାର ଦ୍ବିତୀୟ ଲହର ଆମେରିକା ଠାରୁ ଅଧିକ ଘାତକ ହେଉଥିବା ଦେଖିବାକୁ ମିଳିଛି। ବୁଧବାର ଭାରତରେ ୨୪ ଘଣ୍ଟାରେ ୨.୯୪ ଲକ୍ଷ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପ୍ରତିଦିନ ଦେଶରେ ୨୦-୩୦ ହଜାର ସଂକ୍ରମିତ ବଢ଼ୁଛନ୍ତି। ଆଗାମୀ ୨-୩ ଦିନ ମଧ୍ୟରେ ଭାରତରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ଟପିବ। ଦ୍ବିତୀୟ ଲହର ଆସିଥିବା ବେଳେ ଆମେରିକାରେ କେବଳ ଥରେ ଏମିତି ହୋଇଥିଲା ଯେ, ଗୋଟିଏ ଦିନରେ ୩ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିଲେ। ମିଳିଥିବା ରିପୋର୍ଟ ଅନୁସାରେ ଆମେରିକାରେ ପ୍ରତି ଦିନ ୨ ଲକ୍ଷରୁ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ହେବା ପାଇଁ ୩୮ ଦିନ ଲାଗିଥିବା ବେଳେ ଭାରତରେ ଏହି ଅଙ୍କ ଛୁଇଁବାକୁ କେବଳ ଗୋଟିଏ ସପ୍ତାହ ଲାଗିଛି।
୧ ଲକ୍ଷ୍ୟ ସଂକ୍ରମିତ ଚିହ୍ନଟ
ଆମେରିକା- ଦ୍ବିତୀୟ ଲହର ଅକ୍ଟୋବର ଆରମ୍ଭରୁ ଆସିଥିଲା। ୭ ଅକ୍ଟୋବରରେ ପ୍ରଥମ ଥର ୨୪ ଘଣ୍ଟାରେ ୫୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏହା ପ​ରେ ସଂକ୍ରମିତଙ୍କ ସଂଖ୍ୟା ଏକ ଲକ୍ଷ ପାର କରିବାକୁ ପାଖାପାଖି ଏକ ମାସ ଲାଗିଥିଲା। ପୁଣି ୪ ନଭେମ୍ବରରେ ଆମେରିକାରେ ପ୍ରଥମ ଥର ୧୦୯୦୩୬ ସଂକ୍ରମିତ ଚିହ୍ନଟ ହୋଇଥିଲେ।

ଭାରତ- ଦ୍ବିତୀୟ ଲହର ଜାରି ରହିଥିବା ବେଳେ ୫୦ ହଜାରରୁ ଏକ ଲକ୍ଷ ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିବା ପାଇଁ କେବଳ ୧୪ ଦିନ ଲାଗିଛି। ୨୪ ମାର୍ଚ୍ଚାରେ ଗୋଟିଏ ଦିନରେ ୫୦ ହଜାର ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏହା ପରେ ୬ ଏପ୍ରିଲ୍‌ରେ ଦେଶରେ ପ୍ରଥମ ଥର ଏହି ସଂଖ୍ୟା ଏକ ଲକ୍ଷ ପାର କରିଥିଲା।

୨ ଲକ୍ଷ ଆକ୍ରାନ୍ତ ଚିହ୍ନଟ
ଆମେରିକା- ଦୈନିକ ସଂକ୍ରମଣ ଏକ ଲକ୍ଷରୁ ବଢ଼ି ୨ ଲକ୍ଷ ହେବାକୁ ୨୭ ଦିନ ଲାଗିଥିଲା। ୪ ନଭେମ୍ବରରେ ଆମେରିକାରେ ୧ ଲକ୍ଷ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏହା ପରେ ପ୍ରଥମ ଥର ୨ ଡିସେମ୍ବରରେ ଦୁଇ ଲକ୍ଷ ମାମଲା ଆସିଥିଲା।

ଭାରତ- ପ୍ରତି ଦିନ ମଳୁଥିବା ସଂକ୍ରମିତଙ୍କ ସଂଖ୍ୟା ଦୁଇ ଲକ୍ଷ ହେବା ପାଇଁ କେବଳ ୧୦ ଦିନ ଲାଗିଛି। ୬ ଏପ୍ରିଲ୍‌ରେ ଏକ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୫ ଏପ୍ରିଲ୍‌ରେ ଏହି ସଂଖ୍ୟା ୨.୧୬ ଲକ୍ଷରେ ପହଞ୍ଚିଥିଲା।

୩ ଲକ୍ଷ ଛୁଇଁବା ସମୟ
ଆମେରିକା- ୨ ଡିସେମ୍ବରରୁ ଦୁଇ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ପ୍ରଥମ ଥର ୮ ଜାନୁଆରୀକୁ ୩,୦୭୫୮୧ ମାମଲା ମିଳିଥିଲା। ଆମେରିକାରେ କେବଳ ଗୋଟିଏ ଦିନ ୩ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିଲେ। ୮ ଜାନୁଆରୀ ପରଠୁ ଏଠାରେ ଦୈନିକ ସଂକ୍ରମଣରେ ହ୍ରାସ ଦେଖିବାକୁ ମିଳୁଛି।

ଭାରତ- ୧୫ ଏପ୍ରିଲରେ ଦୁଇ ଲକ୍ଷରୁ ଅଧିକ ମାମଲା ମିଳିଥିଲା। ୨୦ ଏପ୍ରିଲ ରାତି ୧୨ ବେଳକୁ ଭାରତରେ ୨,୯୪,୨୯୦ ସଂକ୍ରମିତ ଚିହ୍ନଟ ହୋଇସାରିଥିଲେ। କେବଳ ୨ -୩ ଦିନରେ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ପାର କରିଯିବ।

୧୬ ପ୍ରତିଶତ ଦ୍ରୁତ ସଂକ୍ରମଣ
ଭାରତରେ ଦ୍ବିତୀୟ ଲହର ୧୫ ଫେବୃଆରୀରେ ଆସିଥିବା କୁହାଯାଉଛି। ଆଓ୍ବାର ଓ୍ବାର୍ଲଡ୍‌ ଇନ୍‌ ଡାଟା ଅନୁସାରେ ୧୫ ଫେବୃଆରୀରେ ଭାରତରେ ସଂକ୍ରମଣ ହାର ୧.୬ ପ୍ରତିଶତ ଥିଲା। ଅର୍ଥାତ ଯେତେ ଲୋକଙ୍କୁ ଯାଞ୍ଚ କରାଯାଉଥିଲା ସେମାନଙ୍କ ମଧ୍ୟରୁ କେବ ଦେଢ଼ ପ୍ରତିଶତ ଲୋକେ ପଜିଟିଭ୍‌ ଥିବା ଜଣାପଡ଼ିଥିଲା। ୧୮ ଏପ୍ରିଲକୁ ଏହା ବଢ଼ି ୧୬.୨ ପ୍ରତିଶତ ହୋଇଯାଇଥିଲା।

   Related Posts