Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||

ଅଗଷ୍ଟ ସୁଦ୍ଧା ଭାରତରେ ଉପଲବ୍ଧ ହେବ କରୋନାର ଦ୍ୱିତୀୟ ସ୍ୱଦେଶୀ ଟିକା: ସରକାର ବୁକ କରିଛନ୍ତି ୩୦ କୋଟି ଡୋଜ୍

4/06/2021 at 7:20 AM

ନୂଆଦିଲ୍ଲୀ ୦୪/୬ : ଅଗଷ୍ଟରୁ ଭାରତରେ ଉପଲବ୍ଧ ହେବ କରୋନାର ୨ୟ ସ୍ୱେଦେଶୀ ଟିକା । ହାଇଦ୍ରାବାଦ କମ୍ପାନୀ ବାୟୋଲଜିକାଲ-ଇ ଦ୍ୱାରା ପ୍ରସ୍ତୁତ ଏହି ଟିକାର ୩୦ କୋଟି ଡୋଜ କିଣିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି । ଏଥିପାଇଁ କମ୍ପାନୀକୁ ୧୫୦୦ କୋଟି ଟଙ୍କାର ଅଗ୍ରୀମ ଦେୟ ପ୍ରଦାନ କରାଯାଇଛି । ଅଗଷ୍ଟରୁ ଡିସେମ୍ବର ମଧ୍ୟରେ କମ୍ପାନୀ ୩୦୦ ମିଲିୟନ୍ ଡୋଜ ଟିକା ଯୋଗାଇବ । ଏହି ଉପାୟରେ ଅଗଷ୍ଟ ମାସରୁ ପ୍ରତି ମାସରେ ୬ କୋଟି ଅତିରିକ୍ତ ଟିକା ଉପଲବ୍ଧ ହେବ ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ବାୟୋଲୋଜିକାଲ-ଇ କୋଭିଡ-19 ଟିକାର ବର୍ତ୍ତମାନ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣ ଚାଲିଛି । ପ୍ରଥମ ଏବଂ ଦ୍ୱିତୀୟ କ୍ଲିନିକାଲ୍ ପରୀକ୍ଷଣରେ ଭଲ ଫଳାଫଳ ମିଳିଥିଲା । ଏହି ଟିକାକୁ ବାୟୋଲୋଜିକାଲ୍-ଇ ଦ୍ୱାରା ବିକଶିତ କରାଯାଇଛି, ଯାହାକି ଏକ ଆରବିଡି ପ୍ରୋଟିନ୍ ସବ୍-ୟୁନିଟ୍ ଟିକା । ଜୁନ୍-ଜୁଲାଇ ମଧ୍ୟରେ ଏହାର ପରୀକ୍ଷଣ ସମାପ୍ତ ହେବ ଏବଂ ନିୟାମକ ଅନୁମୋଦନ ମଧ୍ୟ ମିଳିବ । ଫଳରେ ଅଗଷ୍ଟରୁ ଟିକାକରଣରେ ଏହାର ବ୍ୟବହାର କରାଯିବ ବୋଲି ଆଶା କରାଯାଉଛି ।

   Related Posts