ସାମ୍ନାକୁ ଆସିଲା ଦୁନିଆରେ ଆତଙ୍କ ଖେଳାଇଥିବା କରୋନା ଭୂତାଣୁର ପ୍ରଥମ ବାସ୍ତବ ଚିତ୍ର
7/03/2020 at 7:58 PM

ନୂଆଦିଲ୍ଲୀ ୦୭।୦୩- ସମଗ୍ର ଦୁନିଆରେ କରୋନ ମହାମାରୀର ରୂପ ନେଇଛି। ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହା ମଧ୍ୟରେ ଅନେକ ବୈଜ୍ଞାନିକଙ୍କୁ ଅନେକ ଦଳ ପୂରା ଦୁନିଆରେ ଏହି ଭୂତାଣୁ ଉପରେ ଗବେଷଣା କରିବାରେ ଲାଗି ପଡିଛନ୍ତି। ଏହି କ୍ରମରେ ଚୀନର ବୈଜ୍ଞାନିକ ଦଳକୁ ଭୂତାଣୁର ପ୍ରକୃତ ସରଞ୍ଚନାର ଫଟୋ ମିଳିଛି। ଯାହାକୁ ଚୀନ ବୈଜ୍ଞାନିକଙ୍କ ପାଇଁ ବଡ ସଫଳତା କୁହାଯାଉଛି।
ବୈଜ୍ଞାନିକଙ୍କ ଏକ ଦଳ କରୋନା ଭୂତାଣୁର ପ୍ରଥମ ଫଟୋ ଜାରି କରିଛନ୍ତି, ଯେଉଁଥିରେ ଏହାର ଅସଲ ରୂପ ସାମ୍ନାକୁ ଆସିଛି। ଡେଲି ମେଲ୍ ଅନୁଯାୟୀ ଭୁତାଣୁକୁ ନିଷ୍କ୍ରିୟ କରିବା ପରେ ଏହାର ଫଟୋ ନିଆଯାଇଛି। ବୈଜ୍ଞାନିକ ଭୂତାଣକୁ ଇଲେକ୍ଟ୍ରୋନ ମାଇକ୍ରୋସ୍କୋପ ବିଶ୍ଳେଷଣ ଯନ୍ତ୍ର ସାହାଯ୍ୟରେ ଏହି ସଫଳତା ପାଇଛନ୍ତି।

ବିଶେଷଜ୍ଞ କ୍ରମାଗତ କରୋନା ଭୂତାଣୁର ଚିକିତ୍ସା କେମିତି କରାଯାଇ ପାରିବ ସେ ନେଇ ଗବେଷଣା ଜାରି ରଖିଛନ୍ତି। ଏହା ମଧ୍ୟରେ କରୋନାର ଫଟୋ ଦେଶଗୁଡିକ ଲାଗି ମହତ୍ଵପୂର୍ଣ୍ଣ ରହିଛି।
ଡେଲି ମେଲ୍ ନିଜର ରିପୋର୍ଟରେ କହିଛି ଯେ, ଇଲେକ୍ଟ୍ରୋନ ମାଇକ୍ରୋସ୍କୋପ ବିଶ୍ଳେଷଣ ଯନ୍ତ୍ର ଜରିଆରେ ଭୂତାଣୁର ନମୂନାକୁ ସୁରକ୍ଷିତ ରଖାଯାଇଛି। ଏହା ପର୍ଯ୍ୟନ୍ତର ସବୁଠୁ ବଡ ପ୍ରାମାଣିକ ପରିଣାମ ମିଳିଛି। ବିଶେଷଜ୍ଞଙ୍କ ଟିମ୍ ସଦସ୍ୟ ତଥା ଆସୋସିଏଟ ପ୍ରଫେସର ଲିୟୁ ଚୁଆଙ୍ଗଙ୍କ କହିବା କଥା ଭୂତାଣୁର ଯେଉଁ ରୂପ ଆମେ ଦେଖୁଛୁ, ତାହା ସଂପୂର୍ଣ୍ଣ ଭାବେ ସେମିତି ଯେମିତି ଏହା ପ୍ରକୃତିରେ ହୋଇଥାଏ।

କରୋନାର ଭୂତାଣୁ ଶରୀରର ଯେଉଁ କୋଷିକାକୁ ଆକ୍ରମଣ କରିଥିଲା, ଏହାର ଖରାପ ଅବସ୍ଥା ମଧ୍ୟ ବିଶେଷଜ୍ଞମାନେ ଦେଖିଛନ୍ତି। ଏହି ରିସର୍ଚ୍ଚ Shenzhen national Clinical Medical Research Centre for Infectious Diseases ଓ ଦକ୍ଷିଣ ବିଜ୍ଞାନ ଓ ପ୍ରଦୌଗିକି ବିଶ୍ଵ ବିଦ୍ୟାଳୟ କରିଥିଲେ।
ସେନଜେନ ଥାର୍ଥ ହସ୍ପିଟାଲର ସଚିବ ଲିୟୁ ଲେଇଙ୍କ କହିବା କଥା ଏହି ସନ୍ଧାନରେ କରୋନା ଭୂତାଣୁର ଚିକିତ୍ସା ଲାଗି ଔଷଧ ଓ ଟୀକା ବିକଶିତ କରିବାରେ ବେଶ ସହାୟକ ହେବ।