Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

କରୋନା ପାଇଁ ବ୍ରିଟେନରେ ଲାଗୁ ହେଲା ‘ନିୟମ 6’

15/09/2020 at 5:40 PM

ଲଣ୍ଡନ ୧୫/୦୯: ବ୍ରିଟେନରେ କରୋନା ବିରୋଧର ଲଢ଼େଇକୁ ଅଧିକ ଶକ୍ତ କରାଯାଇଛି। ଗତକାଲିରୁ ଲାଗୁ ହୋଇଛି ‘୬ ନିୟମ’ । ଏହି ନିୟମ ଅନୁଯାୟୀ ୬ରୁ ଅଧିକ ବ୍ୟକ୍ତି ଯେଉଁ କାର୍ଯ୍ୟକ୍ରମରେ ସାମିଲ ଥିବେ ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏହା ସହ ୧୦୦ ପାଉଣ୍ଡ ଜରିମାନା ଲାଗୁ କରାଯିବ। ସେମାନଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସୁ ଏ ଅଧିକାର ମିଳିଛି।

ବ୍ରିଟେନରେ ପୁଣି ଥରେ କରୋନା ମାମଲା ବୃଦ୍ଧି ପାଉଥିବାରୁ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଓରଫ ବୋଜୋଙ୍କ ଚିନ୍ତା ବଢ଼ିଛି। ଗତ ସପ୍ତାହରେ ସେ ଏ ନିୟମ ଘୋଷଣା କରିଥିଲେ। ଏହାକୁ ସେ ଇନଡୋର ଓ ଆଉଟଡୋର (ଭିତର ଓ ବାହାର) ତଥା ଓ୍ବେଲସରେ କେବଳ ଇନଡୋର ଲାଗୁ ହେବା କହିଛନ୍ତି।

ବ୍ରିଟେନ ଗୃହମନ୍ତ୍ରୀ ପ୍ରୀତି ପଟେଲ କହିଛନ୍ତି ଦେଶରେ ସମସ୍ତେ କରୋନା ଭାଇରସ ବିରୋଧରେ ଲଢ଼ୁଛନ୍ତି। ଏନେଇ ଲୋକଙ୍କୁ ବହୁତ କିଛି ହରାଇବାକୁ ପଡୁଛି। ଏଣୁ ବଢ଼ୁଥିବା ମାମଲା ସ୍ପଷ୍ଟ କରି ଦେଉଛି ଯେ ଏହାକୁ ରୋକିବା ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ହେବ।

ଛଅ ନିୟମକୁ ଉଲ୍ଲଘଂନ କରୁଥିବା ବ୍ୟକ୍ତି ବିଶେଷଙ୍କୁ ପୋଲିସ ଯେଉଁ ମୁହୂର୍ତରେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ। ଯେତେବେଳେ ସମସ୍ତେ ଏ ଭାଇରସ ବିରୋଧରେ ଲଢ଼ୁଛନ୍ତି ସେଥିପାଇଁ ଲୋକଙ୍କୁ କୌଣସି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଅନୁମତି ମିଳିବା କଥା ନୁହେଁ। କାର୍ଯ୍ୟକ୍ରମ ଭିତରେ ହେଉ କି ବାହାରେ ଛଅରୁ ଅଧିକ ବ୍ୟକ୍ତି ଯେମିତି ସାମିଲ ନ ହେବା ପାଇଁ କଡା ଚେତାବନୀ ଦିଆଯାଇଛି।

 

   Related Posts