Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଜେଟ୍ ଅଧିବେଶନ: ଜାନୁଆରୀ ୩୧ରେ ରାଷ୍ଟ୍ରପତିଙ୍କ ଅଭିଭାଷଣ, ଫେବୃଆରୀ ୧ରେ ଉପସ୍ଥାପନ ହେବ ବଜେଟ୍
  • ||
  • IPL 2022: ନିଜ ଟିମ୍‌ର ନାମ ଘୋଷଣା କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି, ରଖିଲା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୩୦୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୧୧୫ଜଣ ଡିସଚାର୍ଜ
  • ||
  • ରବିଚନ୍ଦ୍ରନ ଅଶ୍ବିନ ନିରାଶ, ଏହି ଖେଳାଳି ହେଲେ ‘ଟେଷ୍ଟ କ୍ରିକେଟର୍ ଅଫ୍‌ ଦି ଇୟର’
  • ||
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ଆଶ୍ଵସ୍ତି: ଦେଶରେ ଗତ ୨୪ ଘଣ୍ଟାରେ ସୁସ୍ଥ ହେଲେ ରେକର୍ଡ ୧୧,୨୬୪ ରୋଗୀ, ସୁସ୍ଥତାହାର ବଢିଲା ୪ ପ୍ରତିଶତ

30/05/2020 at 4:17 PM

ନୂଆଦିଲ୍ଲୀ ୩୦।୦୫: ଦେଶରେ ଗୋଟିଏ ପଟେ ଶୁକ୍ରବାର ଗୋଟିଏ ଦିନରେ ରେକର୍ଡ ୭,୯୬୪ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଅନ୍ୟପଟେ ଆସିଛି ଆଉ ଏକ ଆଶ୍ଵସ୍ତିକର ଖବର। ଦେଶରେ କରୋନାରୁ ଆରୋଗ୍ୟ ହେବା ହାର ୪ ପ୍ରତିଶତ ଅଧିକ ବଢି ୪୭.୪୦ ପ୍ରତିଶତରେ ପହଞ୍ଚିଛି। ଅର୍ଥାତ ୨୪ ଘଣ୍ଟାରେ ରେକର୍ଡ ୧୧,୨୬୪ ରୋଗୀ କରୋନାକୁ ମାତ୍ ଦେଇ ସୁସ୍ଥ ହୋଇ ନୂତନ ରେକର୍ଡ କରିଛନ୍ତି। ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ସଦ୍ୟତମ ତଥ୍ୟ ଅନୁଯାୟୀ, ସଂପ୍ରତି ଦେଶରେ ୮୬,୪୨୨ ରୋଗୀଙ୍କ ଚିକିତ୍ସା ଚାଲିଥିବା ବେଳେ ୮୨,୩୭୦ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

କିନ୍ତୁ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫ ହଜାର ନିକଟତର ହୋଇଛି। ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଦେଶରେ କରୋନା ମୃତ୍ୟୁହାର ୨.୮୬ ପ୍ରତିଶତ ରହିଛି। ଦେଶରେ କରୋନାରେ ଅଦ୍ୟାବଧି ୪,୯୭୧ ଜଣଙ୍କ ପ୍ରାଣହାନୀ ଘଟିଛି। ଜନ ହପକିନ୍ସ ୟୁନିଭର୍ସିଟିର ତଥ୍ୟ ଅନୁଯାୟୀ କରୋନା ମହାମାରୀରେ ସର୍ବାଧିକ ପ୍ରଭାବିତ ଦେଶଙ୍କ ତାଲିକାରେ ଭାରତ ନବମ ସ୍ଥାନରେ ରହିଛି।

ଦେଶରେ ସର୍ବାଧିକ କରୋନା ପ୍ରଭାବିତ ମହାରାଷ୍ଟ୍ରରେ ସଂକ୍ରମିତ ବଢି ୬୨,୨୨୮ରେ ପହଞ୍ଚିଛି। ଏହି ସମୟରେ ରାଜ୍ୟରେ ୨୦୯୮ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ରାଜ୍ୟରେ ସକ୍ରିୟ କେସ୍ ସଂଖ୍ୟା ୩୩,୧୩୩ ରହିଥିବା ବେଳେ ୨୬,୯୯୭ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦେଶରେ ମହାରାଷ୍ଟ୍ର ପରେ ଦ୍ଵିତୀୟ ସବୁଠୁ ଅଧିକ ପ୍ରଭାବିତ ରାଜ୍ୟ ହେଉଛି ତାମିଲନାଡୁ। ରାଜ୍ୟରେ ମୋଟ୍ ସଂକ୍ରମିତ ସଂଖ୍ୟା ୨୦,୨୪୬ ହୋଇଛି। ଏଥିରେ ୮୭୭୯ ଆକ୍ଟିଭ୍ କେସ୍ ରହିଛି। ୧୧,୩୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୫୪ ଜଣଙ୍କ ମୃତ୍ୟୁ ଘଟିଛି। ତୃତୀୟରେ ରହିଛି ଦେଶର ରାଜଧାନୀ ଦିଲ୍ଲୀ। ଏଠାରେ ଅଦ୍ୟାବଧି ୧୭,୩୮୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ମହାମାରୀରେ ୩୯୮ ଜଣଙ୍କ ମୃତ୍ୟୁ ଘଟିଛି। ବର୍ତ୍ତମାନ ୯,୧୪୨ ସଂକ୍ରମିତଙ୍କ ଚିକିତ୍ସା ବିଭିନ୍ନ ହସ୍ପିଟାଲରେ ଚାଲିଛି। ଅନ୍ୟପଟେ ୭,୮୪୬ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

   Related Posts