Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ୟୁପିରେ କରୋନାର ନୂଆ ରେକର୍ଡ, ୨୪ ଘଣ୍ଟାରେ ୨୭୪୨୬ ନୂଆ ସଂକ୍ରମିତ ଚିହ୍ନଟ, ୧୦୩ ମୃତ

16/04/2021 at 4:11 PM

ଲକ୍ଷ୍ନୌ ୧୬/୪: ଉତ୍ତରପ୍ରଦେଶରେ ଲଗାତାର କରୋନା ଭୂତାଣୁ ସଂକ୍ରମଣ ବୃଦ୍ଧି ପାଉଛି। ୨୦୨୦ର ସବୁ ରେକର୍ଡ ଚଳିତବର୍ଷ ଏପ୍ରିଲ ମାସରେ ଭାଙ୍ଗିଛି କରୋନା। ଗତ ୨୪ ଘଣ୍ଟାରେ ୨୭୪୨୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏହା ଏବେସୁଦ୍ଧା ମିଳିଥିବା ସବୁଠୁ ଅଧିକ ଦୈନିକ ସଂକ୍ରମଣ । ଗୁରୁବାର ସହ ତୁଳନା କଲେ ଆଜି ମିଳିଥିବା ସଂକ୍ରମିତଙ୍କ ସଂଖ୍ୟାରେ ୪୯୮୭ ବୃଦ୍ଧି ଘଟିଛି । ଗତ ୨୪ ଘଣ୍ଟାରେ ୧୦୩ ଜଣଙ୍କ ଜୀବନ ନେଇଛି କରୋନା ଭୂତାଣୁ।

ରାଜଧାନୀ ଲକ୍ଷ୍ନୌରେ କରୋନା ଗୋଟିଏ ପରେ ଗୋଟିଏ ରେକର୍ଡ କରିଚାଲିଛି। ୨୪ ଘଣ୍ଟାରେ ଲକ୍ଷ୍ନୌରେ ୬୫୯୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ସହ ୩୫ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି। କରୋନା ଭୂତାଣୁର ଦ୍ବିତୀୟ ତରଙ୍ଗ ଅଧିକ ଘାତକ ହେଉଥିବା ଦେଖିବାକୁ ମିଳୁଛି। ଅଧିକାଂଶ ମାମଲାରେ ଲୋକ ସଂକ୍ରମିତ ହେବା ପରେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥାରେ ହଠାତ ଅବନତି ହେଉଛି। ନୂଆ ମ୍ୟୁଟେଣ୍ଟ ଭାଇରସ୍‌ ପ୍ରଥମ ଅପେକ୍ଷା ଅଧିକ ପ୍ରଭାବଶାଳୀ ହୋଇଥିବା ବେଳେ ସଂକ୍ରମିତ ଏତେ ଶୀଘ୍ର ବ୍ୟାପୁଛି ଯେ, ପରିସ୍ଥିତିକୁ ସମ୍ଭାଳିବା ମୁସକିଲ ହୋଇପଡ଼ୁଛି।

କିଛି ଲୋକ ଟେଷ୍ଟ ରିପୋର୍ଟ ଆସିବା ପୂର୍ବରୁ ହିଁ ମୃତ୍ୟୁବରଣ କରୁଛନ୍ତି। ସେପଟେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦେଶ କ୍ରମେ ୨୪ ଘଣ୍ଟା ମଧ୍ୟରେ କିଙ୍ଗ ଜର୍ଜ ମେଡିକାଲ ୟୁନିଭର୍ସିଟି ଏବଂ ବଳରାମପୁର ହସ୍ପିଟାଲକୁ ସମ୍ପୂର୍ଣ୍ଣ କୋଭିଡ୍‌ ହସ୍ପିଟାଲରେ ପରିବର୍ତ୍ତନ କରାଯିବ। ଏହା ସହ ରାଜ୍ୟରେ କଟକଣାକୁ ଜୋରଦାର କରିଛନ୍ତି ଯୋଗୀ ସରକାର। ବିନା ମାସ୍କ​‌ରେ ଧରାପଡ଼ିଲେ ହଜାରେ ଟଙ୍କା ଫାଇନ୍‌ ଦେବେ ଅମାନିଆ। କରୋନା ଭୂତାଣୁ ସଂକ୍ରମଣ ଦ୍ରୁତ ହୋଇଥିବା ବେଳେ ପରିସ୍ଥିତିକୁ ମୁକାବିଲା କରିବାକୁ ସରକାର ନାକେଦମ ହେଉଥିବା ଦେଖିବାକୁ ମିଳୁଛି।

   Related Posts