Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରତିରକ୍ଷା ରପ୍ତାନୀ କ୍ଷେତ୍ରରେ ମାଇଲ ଖୁଣ୍ଟ : ଫିଲିପାଇନ୍ସକୁ ଧୃବ ହେଲିକପ୍ଟର ବିକ୍ରି କରିବ ଭାରତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

ଥରେ କୋଭିଡ ପଜିଟିଭ ହେବା ପରେ ଦ୍ୱିତୀୟ ଥର ସଂକ୍ରମଣ ହେବାର ସମ୍ଭାବନା ଖୁବ କମ୍ !

21/06/2021 at 8:51 AM

ନୂଆଦିଲ୍ଲୀ ୨୧/୬ : କରୋନା ସଂକଟରେ ଯେତେବେଳେ ସାରା ଦେଶ ଘାଣ୍ଟି ହେଉଛି, ସେତିକିବେଳେ ବ୍ରିଟେନରୁ ଏକ ଭଲ ଖବର ସାମ୍ନାକୁ ଆସିଛି । ପବ୍ଲିକ ହେଲ୍ଥ ଇଂଲଣ୍ଡ ତରଫରୁ ଏକ ଡାଟା ଗୁରୁବାର ପ୍ରକାଶ ପାଇଥିଲା । ଏହି ତଥ୍ୟରେ କୁହାଯାଇଛି ଯେ ଥରେ କରୋନା ସଂକ୍ରମିତ ହେଲେ ପୁନର୍ବାର ସଂକ୍ରମିତ ହେବାର ଆଶଙ୍କା କମ୍ ଥାଏ । ସାମ୍ପ୍ରତିକ ତଥ୍ୟ ଅନୁଯାୟୀ, SARS-CoV-2 ର ପୁନ ସଂକ୍ରମଣ ହେବାର ଆଶଙ୍କା କମ୍ ରହିଛି ।

୨୦୨୧ ମେ ୩୦ରେ ସୁଦ୍ଧା, ବ୍ରିଟେନରେ ୧୫,୯୮୩ ଲୋକ ପୁନର୍ବାର କରୋନା ସଂକ୍ରମିତ ହୋଇଥିବାବେଳେ ଇଂଲଣ୍ଡରେ ୪ ନିୟୁତ କରୋନା ସଂକ୍ରମଣ ପଞ୍ଜିକୃତ ହୋଇଛି । ଯଦି ଏହି ଅଙ୍କୁ ଅତି ଗୁରୁତ୍ୱପୂର୍ଣ୍ଣ ଭାବେ ଦେଖାଯାଏ ତାହେଲେ ୦.୪ ପ୍ରତିଶତ ଲୋକଙ୍କ ମଧ୍ୟରେ କେବଳ ଜଣେ କୋଭିଡ ସଂକ୍ରମିତ ବ୍ୟକ୍ତି ପୁନର୍ବାର କରୋନା ସଂକ୍ରମଣର ଶିକାର ହୋଇପାରନ୍ତି ।

ପବ୍ଲିକ ହେଲ୍ଥ ଇଂଲଣ୍ଡର କୋଭିଡ -19 ରଣନୀତିକ ନିର୍ଦ୍ଦେଶକ ଡଃ ସୁଜନ ହପକିନ୍ସ କହିଛନ୍ତି ଯେ କରୋନା ସଂକ୍ରମଣର ଶିକାର ହୋଇଥିବା ଲୋକମାନେ ଜାଣିବାକୁ ଚାହାଁନ୍ତି ଯେ, ସଂକ୍ରମିତ ହୋଇଥିବା ଲୋକେ ପୁଣିଥରେ ସଂକ୍ରିମଣର ଶିକାର ହୁଅନ୍ତି କିଁ ନାହିଁ । ତେବେ ସେ କହିଛନ୍ତି ଆମ କରିଥିବା ସର୍ଭେରୁ ଜଣାପଡିଛି ତାଥା ସାମ୍ପ୍ରତିକ ତଥ୍ୟ କହୁଛି ଯେ ପୁନର୍ବାର କରୋନା ସଂକ୍ରମିତ ହେବାର ଆଶଙ୍କା ବହୁତ କମ୍ ଅଟେ ।

ସେ ଆହୁରି କହିଛନ୍ତି ଯେ, ଏଠାରେ କହିବା ଭୁଲ ହେବ ଯେ, ଜଣେ ବ୍ୟକ୍ତି ଟିକାର ୨ଟି ଡୋଜ୍ ନେବା ପରେ ସଂକ୍ରମିତ ହେଉନାହାଁନ୍ତି ବୋଲି । ତାଙ୍କ ମତରେ ଯେଉଁମାନେ କୋଭିଡ ପଜିଟିଭ ହେଉଛନ୍ତି ତାଙ୍କଠାରେ ବିଶେଷ କିଛି ଲକ୍ଷଣ ଦେଖାଯାଉନି । ତେବେ ଆମେ ରିସର୍ଚ୍ଚ କରୁଛି ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ।

   Related Posts