Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

କରୋନା ଭୂତାଣୁର ପ୍ରତିରୋଧ: ସଙ୍ଗରୋଧ ବା quarantineର ଅର୍ଥ କଣ ଏବଂ ଜାଣନ୍ତୁ ଏହାର ପ୍ରତିକାର ବିଷୟରେ

9/03/2020 at 3:48 PM

ନୂଆଦିଲ୍ଲୀ ୦୯।୦୩- ସମଗ୍ର ବିଶ୍ଵରେ କରୋନା ଭୂତାଣୁ ମହାମାରୀର ରୂପ ନେଇ ସାରିଛି। ସଂକ୍ରମିତଙ୍କ ସଂଖ୍ୟା ଏକ ଲକ୍ଷ ଟପିଛି। ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଘଟି ୪୧ରେ ପହଞ୍ଚିଛି। ସରକାର ଓ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ କରୋନାକୁ ବ୍ୟାପିବାରେ ରୋକିବାକୁ ଅନେକ ମହତ୍ଵପୂର୍ଣ୍ଣ ପଦକ୍ଷେପ ନେବା ସହିତ କରୋନାରୁ କେମିତି ରକ୍ଷା ମିଳିବ ସେ ନେଇ ଲୋକଙ୍କୁ ସଚେତନ କରାଉଛନ୍ତି। ସବୁଠୁ ବଡ ବାର୍ତ୍ତା ହେଉଛି ବଡ ସଂଖ୍ୟାରେ ଲୋକେ ଏକତ୍ର ନହେବା ଏବଂ ଭିଡରୁ ନିଜକୁ ରକ୍ଷା କରିବା।

ଉହାନରୁ ଚୀନରେ ସଂକ୍ରମଣ ବ୍ୟାପିବା ସମୟରୁ ହିଁ ସଙ୍ଗରୋଧ(quarantine) ଅର୍ଥାତ ଭିଡରେ ନରହି ଘରେ ରହିବା ଆରମ୍ଭ ହୋଇ ସାରିଥିଲା। ଏବେ ଚୀନ ପରେ ଇଟାଲୀ ପ୍ରଥମ ଦେଶ ହୋଇଛି ଯିଏ ନିଜର ୧୬ ମିଲିୟନ ଲୋକଙ୍କ ଉପରେ ସଙ୍ଗରୋଧ ବା quarantine ଲଗାଇଛି। ଭାରତରେ ମଧ୍ୟ ଆଡଭାଇଜରି ଜାରି କରାଯାଇ ଲୋକଙ୍କୁ ଘରୁ ନବାହାରିବାକୁ କୁହାଯାଉଛି। ମାତ୍ର କରୋନାକୁ ନେଇ ଅନେକ ପ୍ରକାରର ଗୁଜବ ମଧ୍ୟ ପ୍ରଚାରିତ ହୋଇଛି। କରୋନର ଲକ୍ଷଣ ଏବଂ ଏହାର ପ୍ରତିକାର ନେଇ ଲୋକଙ୍କୁ ସାବଧାନ ରହିବା ନାଁରେ ମଧ୍ୟ ଭୟଭୀତ କରାଯାଉଛି।

ସଙ୍ଗରୋଧ ବା quarantine କଣ ?

ସଙ୍ଗରୋଧର ବା quarantineର ଅର୍ଥ ଏହା କୌଣସି ପ୍ରକାର ଆପଣଙ୍କର ଚଳାଚଳ ଏବଂ ଗତିବିଧିକୁ ବନ୍ଦ ରଖାଯିବା। ସରଳ ଭାଷାରେ କହିବାକୁ ଗଲେ ଆପଣ ନିଜ ଘରେ ବନ୍ଦୀ ହୋଇ ରହିବେ। ଯଦି କୌଣସି  ବ୍ୟକ୍ତି କରୋନାରେ ପୀଡିତ ଥିବାର ସନ୍ଦେହ କରାଯାଉଛି ତେବେ ତାଙ୍କୁ ଘରୁ ନ ବାହାରିବା ଉଚିତ୍। ଯଦ୍ଵାରା ବ୍ୟକ୍ତିଙ୍କୁ ଭିଡକୁ ଯିବାରେ ରୋକାଯାଇ ପାରିବ। କାରଣ ଭିଡରେ ସଂକ୍ରମଣ ବ୍ୟାପିବାର ସମ୍ଭାବନା ଅଧିକ ରହିଥାଏ। କାଶ ଓ ଥଣ୍ଡା ପରି କରୋନା ଏକ ସଂକ୍ରାମକ ରୋଗ ଯାହା କାଶ ବୁନ୍ଦା ଏବଂ ଛିଙ୍କ କିମ୍ବା ବାୟୁରେ କାଶ୍  ଜରିଆରେ ବ୍ୟାପିପାରେ।

ସରଳ ଭାଷାରେ କହିବାକୁ ଗଲେ ରୋଗୀଙ୍କୁ ନିବାରଣ ଉପାୟ ଅଭ୍ୟାସ୍ କରିବା ଏବଂ ଘରେ ସୁରକ୍ଷିତ ଭାବେ ରହିବାକୁ ପଡିବ। ସାଧାରଣତଃ ଏହି ସଂକ୍ରମଣ ୧୪ ଦିନ ପର୍ଯ୍ୟନ୍ତ ରହିଥାଏ ଯାହା ମଣିଷର ଶରୀରର କୋଷିକାରେ ଜଡିତ ରହିଥାଏ। ସାବଧାନପୂର୍ବକ ନିୟମିତ ଶରୀରର ତାପମାତ୍ରା ଯାଞ୍ଚ କରନ୍ତୁ ଓ ସଫାସୁତୁରା ରହିବାକୁ ଅଭ୍ୟାସ କରନ୍ତୁ।  ସଂକ୍ରମଣ ପ୍ରଭାବକୁ କମ କରିବା ଲାଗି ଉଦ୍ଦିଷ୍ଟ ଖାଦ୍ୟ ଗ୍ରହଣ କରନ୍ତୁ ଏବଂ ଆବଶ୍ୟକ ପଡିଲେ ଜ୍ଵର କମ କରିବା ପାଇଁ ଔଷଧ ସେବନ କରନ୍ତୁ।

ମାତ୍ର ଏହାର ଅର୍ଥ ଏହା ନୁହଁ ଯେ, ଆପଣଙ୍କୁ ଫୋନ ବ୍ୟବହାର କରିବାକୁ ମନା କରାଯିବ। ଯଦି ଆପଣ କୌଣସି ସ୍କୁଲରେ କାମ କରୁଛନ୍ତି ତେବେ ଆପଣ  ମୁହଁରେ ମାକ୍ସ ଲଗାନ୍ତୁ। ଏହା ସହିତ ଆପଣ ମିଳାମିଶା କମ କରନ୍ତୁ। ଏପରିକି ଆପଣଙ୍କୁ ଅଲଗା ଶୌଚାଳୟ ବ୍ୟବହାର କରନ୍ତୁ। କାରଣ ଭୂତାଣୁ ଶୌଚାଳୟରୁ ମଧ୍ୟ ବ୍ୟାପିବାର ଆଶଙ୍କା ରହିଥାଏ।

ଏଥିସହ ଆଖି, ନାକ, ମାଟିରେ ବାରମ୍ବାର ହାତ ନଦେବାକୁ ପରାମର୍ଶ ଦିଆଯାଇଛି। ହାତକୁ ସର୍ବଦା ସାବୁନରେ ଧୁଅନ୍ତୁ। ନିରାପଦ ସ୍ଥାନରେ  ଆପଣ  ଟେଲିଭିଜନ, ଇଣ୍ଟରନେଟ୍ ବ୍ୟବହାର କରି ପାରିବେ। କିଛି ବିଶେଷଜ୍ଞ ହାତ ମିଳାଇବା, ଚୁମ୍ବନ ଦେବା କିମ୍ବା ଯୌନ କାମରୁ ନିବୃତ୍ତ ରହିବାକୁ ପରାମର୍ଶ ଦେଇଛନ୍ତି। ମାକ୍ସ ତେବେ ପିନ୍ଧନ୍ତୁ ଯେବେ ଆପଣଙ୍କୁ କାଶ ହେଉଛି।   

ଯଦି ଲକ୍ଷଣ ଦେଖାଯାଉଛି କିମ୍ବା ଆପଣଙ୍କଠାରେ କରୋନା ସଂକ୍ରମିତ ହେବାର ଗମ୍ଭୀର ଲକ୍ଷଣ ଜଣା ପଡୁଛି ଯେପରିକି ନିଃଶ୍ଵାସ ପ୍ରଶ୍ଵାସରେ କଷ୍ଟ ଅନୁଭବ କରିବା, ମାଂସପେଶୀ ଯନ୍ତ୍ରଣା ହେବା, ଅଧିକ ମୁଣ୍ଡବ୍ୟଥା ହେବା, କାଶ ଲାଗି ରହିବା ତେବେ ତୁରନ୍ତ ଜରୁରୀକାଳୀନ ନମ୍ବରରେ କଲ କରନ୍ତୁ ଏବଂ ନିଜେ ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନାହିଁ। ଆପଣଙ୍କୁ ନେବା ପାଇଁ ଆମ୍ବୁଲାନ୍ସ ଆସିବ। ସଂକ୍ରମଣକୁ ରୋକିବା ଲାଗି ଆପଣଙ୍କୁ ମେଡିକାଲରେ ଭର୍ତ୍ତି କରାଯିବ। ଲୋକଙ୍କୁ ପ୍ରତ୍ୟେକ ସମୟ ଅନ୍ୟ ଲୋକଙ୍କଠୁ ୬ ଫୁଟ ଦୂରରେ ରହିବାକୁ ପଡିବ।

   Related Posts