୫୦୦ବର୍ଷ ପୂର୍ବରୁ ମିଳିଥିଲା କରୋନା ଭାଇରସ୍‌ର ସଙ୍କେତ : ଜାଣନ୍ତୁ କିଏ କହିଥିଲେ ଓ କ’ଣ କହିଥିଲେ...

Published By : Prameya-News7 Bureau | March 26, 2020 IST

ନୂଆଦିଲ୍ଲୀ୨୬/୩: ଏବେ ଭୟଙ୍କର କରୋନା ଭାଇରସ୍‌ ଯୋଗୁଁ ସାରା ବିଶ୍ବ ଥରହର। ମହାମାରୀ ରୂପ ନେଇଥିବା ଏହି ରୋଗ ଔଷଧ ବାହାରି ପାରି ନାହିଁ। ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ଡାକ୍ତର, ବିଶେଷଜ୍ଞ ଓ ବୈଜ୍ଞାନୀକ ଏବଂ ଧନୀ, ଗରିବ ରାଷ୍ଟ୍ର ସମସ୍ତେ କରୋନା ତଥା କୋଭିଡ-୧୯ ପାଇଁ ଆତଙ୍କିତ। କିନ୍ତୁ ଏହି ଭାଇରସ୍‌ ସଂପର୍କରେ ଏକ ଚମଦାର ତଥ୍ୟ ଆସିଛି। ୫୦୦ ବର୍ଷ ତଳୁ ଏହି ଭୟଙ୍କର ରୋଗ ନେଇ ଜାଣିଥିଲେ ଭବିଷ୍ୟତ ବ୍ୟକ୍ତି। ସେପରି ଜଣେ ହେଲେ ଫ୍ରାନ୍ସର ମହାନ୍ ଜ୍ୟୋତିଷ ଏବଂ ଭବିଷ୍ୟବକ୍ତା ନାଷ୍ଟ୍ରେଡମ୍ସ। ସେ ୫୦୦ ବର୍ଷ ତଳେ କହିଥିଲେ ଯେ, ୨୦୨୦ମସିହାରେ ଏକ ମହାମାରୀ ବିଶ୍ବକୁ ଗ୍ରାସ କରିବ। ସେ ଏହି ରୋଗର ନାଁ କହିନଥିଲେ କିନ୍ତୁ ଲୋକେ ତାହାକୁ କରୋନା ସହ ଯୋଡ଼ୁଛନ୍ତି। ତାଙ୍କ ପୁସ୍ତକର ନାଁ ‘ଲେସ୍ ପ୍ରଫେସିସ୍’। ସେ ୨୦୨୦ମସିହାକୁ ଧ୍ବଂସ ବର୍ଷ ବୋଲି କହିଥିଲେ।

{"id":244506,"sizeSlug":"large"}

ଏହା ବ୍ୟତୀତ ଡିନ୍ କୁଣ୍ଟଜ୍ ମଧ୍ୟ ନିଜ ପୁସ୍ତକରେ ଏ ବିଷୟରେ ଉଲ୍ଲେଖ କରିଥିଲେ ଯେ ସମୁଦ୍ର କୂଳରେ ଥିବା ଏକ ସହରରୁ ଏକ ଭାଇରସ୍ ବ୍ୟାପିବ। ଚୀନ୍‌ର ଉହାନ ଏକ ନଦୀ କୂଳରେ ଅବସ୍ଥିତ। ତାଙ୍କ ପୁସ୍ତକରେ ଉହାନ-୪୦୦ ନାମକ ଏକ ଭାଇରସର ନାଁ ଦିଆଯାଇଛି। ସମ୍ଭବତଃ ଏହା ସେହି ଭାଇରସ ଯାହାକୁ ସମଗ୍ର ବିଶ୍ବ କରୋନା ନାଁରେ ଜାଣି ପାରିଛି।

{"id":244508,"width":573,"height":861,"sizeSlug":"large"}

ନାଷ୍ଟ୍ରେଡମ୍ସଙ୍କ ପୁସ୍ତକରେ ୨୦୨୦କୁ ଧ୍ବଂସର ବର୍ଷ ବୋଲି କୁହାଯାଇଛି। ଏହା ପୂର୍ବରୁ ନାଷ୍ଟ୍ରେଡମ୍ସଙ୍କ ଅନେକ ଭବିଷ୍ୟବାଣୀ ସତ ହୋଇ ସାରିଛି। ତାଙ୍କ ପୁସ୍ତକରେ ଉଲ୍ଲେଖ କରାଯାଇଥିଲା ଯେ ଋତୁ ପରିବର୍ତ୍ତନ ଯୋଗୁଁ ବିଶ୍ବକୁ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.