Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶୀତ ଖେଳୁଛି ଲୁଚକାଳି : ଆଜି ବଢିବ ଥଣ୍ଡା, କିନ୍ତୁ କାଲି କମିଯିବ
  • ||
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||
  • ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • କାମାକ୍ଷାନଗର : ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
  • ||
  • ବଲାଙ୍ଗୀର: ଆକ୍ସନ ମୋଡ୍‌ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ଆରମ୍ଭ କଲେ ନୂଆ ପ୍ରକଳ୍ପ
  • ||
  • ବରଗଡ : ବାଲି ବୋଝେଇ ଟ୍ରାକ୍ଟର ଓ ବାଇକ୍ ମୁହାଁମୁହିଁ ଧକ୍କା, ୨ ଜଣ ମୃତ
  • ||

ଦେଶରେ କମୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା, ସୁସ୍ଥ ହାର ୯୫ ପ୍ରତିଶତରୁ ଅଧିକ

16/12/2020 at 12:13 PM

ନୂଆଦିଲ୍ଲୀ ୧୬।୧୨: ଦେଶରେ ପ୍ରାୟ ୫ ମାସ ପରେ ମଙ୍ଗଳବାର ଦିନ କୋଭିଡ-୧୯ର ୨୩ ହଜାରରୁ କମ୍ ନୂତନ ମାମଲା ସାମ୍ନାକୁ ଆସିଛି । କରୋନାରେ ହାରାହାରି ଦୈନିକ ମାମଲା ଗତ ୫ ସପ୍ତାହ ଧରି ହ୍ରାସ ପାଇଛି । ସେହିଭଳି ରୋଗୀଙ୍କ ସୁସ୍ଥ ହାର ମଧ୍ୟ ୯୫ ପ୍ରତିଶତରୁ ଅଧିକ ହୋଇଛି । ବିଶ୍ବରେ ସର୍ବାଧିକ ସଂକ୍ରମିତ ଥିବା ଦେଶମାନଙ୍କ ମଧ୍ୟରେ ଏହି ହାର ସର୍ବାଧିକ ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଦୈନିକ କରୋନା ସଂକ୍ରମିତ ହାର ବୃଦ୍ଧି କ୍ରମାଗତ ଭାବେ ହ୍ରାସ ପାଉଛି । ୯ରୁ ୧୫ନଭେମ୍ବର ମଧ୍ୟରେ ପଜିଟିଭ୍ ହାର ୪.୩୨ ପ୍ରତିଶତ ଥିବାବେଳେ ୧୬ ରୁ ୨୨ ନଭେମ୍ବର ମଧ୍ୟରେ ଏହି ହାର ୪.୦୮ ପ୍ରତିଶତକୁ ଖସି ଆସିଛି । ଏହାସହ ନଭେମ୍ବର ୨୩ ରୁ ୨୯ମଧ୍ୟରେ ଏହା ୩.୮୨ ପ୍ରତିଶତ, ନଭେମ୍ବର ୩୦ ରୁ ଡିସେମ୍ବର ୬ ମଧ୍ୟରେ ୩.୩୬ ପ୍ରତିଶତ ଥିଲା । ଗତ ସପ୍ତାହରେ ଏହି ହାର ୩.୧୬ ପ୍ରତିଶତକୁ ଖସି ଆସିଛି ।

ମନ୍ତ୍ରଣାଳୟ ଅନୁଯାୟୀ, କୋଭିଡ-୧୯ର ୨୨୦୬୫ ନୂତନ ମାମଲା ଆସିବା ପରେ ଦେଶରେ ମୋଟ୍ ସଂକ୍ରମଣ ସଂଖ୍ୟା ୯୯.୦୬ ଲକ୍ଷକୁ ବୃଦ୍ଧି ପାଇଛି । ଏଥି ସହିତ ୩୫୪ ଜଣଙ୍କ ମୃତ୍ୟୁ ପରେ ମୃତକଙ୍କ ସଂଖ୍ୟା ୧,୪୩,୭୦୯ କୁ ବୃଦ୍ଧି ପାଇଛି । ସୂଚନା ଅନୁସାରେ ମୋଟ୍ ୯୪,୨୨,୬୩୬ ଲୋକ ସଂକ୍ରମଣମୁକ୍ତ ହେବା ସହିତ ଦେଶରେ ସୁସ୍ଥ ହାର ୯୫.୧୨ ପ୍ରତିଶତକୁ ବୃଦ୍ଧି ପାଇଛି । କୋଭିଡ୍-୧୯ ଜନିତ ମୃତ୍ୟୁ ହାର ୧.୪୫ ପ୍ରତିଶତ ରହିଛି ।

ଦେଶରେ କ୍ରମାଗତ ୯ ଦିନରୁ ଚିକିତ୍ସିତ ହେଉଥିବା ଲୋକଙ୍କ ସଂଖ୍ୟା ୪ ଲକ୍ଷରୁ କମ୍ ରହିଛି । ମୋଟ୍ ୩,୩୯,୮୨୦ ଲୋକଙ୍କର ଚିକିତ୍ସା ଚାଲିଛି । ଯାହା ମୋଟ୍ ୩.୪୩ ପ୍ରତିଶତ ଅଟେ ।

   Related Posts