Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଭାରତରେ କାୟା ବିସ୍ତାର କରୁଛି କରୋନା : ସଂକ୍ରମିତଙ୍କ ସଂଖ୍ୟା ୨୯କୁ ବୃଦ୍ଧି, ସୁରଟରେ ଦୁଇ ସନ୍ଦିଗ୍ଧ ଚିହ୍ନଟ

5/03/2020 at 7:23 AM

ନୂଆଦିଲ୍ଲୀ ୫।୩: କରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ୨୯କୁ ବୃଦ୍ଧି ପାଇଛି । ଗୁରୁଗ୍ରାମରେ ଜଣେ ବ୍ୟକ୍ତି କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି । ପେଟିଏମ୍ ର ଏହି କର୍ମଚାରୀ ଇଟାଲୀ ଗସ୍ତରୁ ଫେରିଥିଲେ । ଏଥିସହିତ ଏହି କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ ମଧ୍ୟ ସତର୍କ ରହିବା ଲାଗି କୁହାଯାଇଛି । 

ସେହିପରି ସୁରଟରେ ଦୁଇ ଜଣଙ୍କୁ କରୋନା ସନ୍ଦେହରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଦୁଇଜଣ ଥାଇଲ୍ୟାଣ୍ଡ ଏବଂ ମାଲେସିଆରୁ ଫେରିଥିଲେ । ତେବେ ଅସୁସ୍ଥ ହେବାରୁ ଏମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 

ସେପଟେ କରୋନାକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଭବନ ହୋଲି ପାଳନକୁ ରଦ୍ଦ ରଖିଛି । ସେହିପରି ସ୍କୁଲଗୁଡ଼ିକରେ ଛାତ୍ରଛାତ୍ରୀଙ୍କୁ କରୋନା ବାବଦରେ ସଚେତନ କରିବା ଲାଗି ଗୃହ ମନ୍ତ୍ରଣାଳୟ ଏକ ଆଡଭାଇଜରୀ ଜାରି କରିଛି ।

ଯେଉଁ ଅଭିଭାବକମାନେ ଫ୍ଲୁ ରୋଗରେ ଆକ୍ରାନ୍ତ ହୋଇଛନ୍ତି ସେମାନେ ସ୍କୁଲକୁ ସୂଚନା ଦେବାକୁ ସ୍କୁଲଗୁଡିକ ଅଭିଭାବକମାନଙ୍କୁ ସତର୍କ କରାଇଛନ୍ତି । ସେମିତି ରେଳ ବିଭାଗ ମଧ୍ୟ କର୍ମଚାରୀମାନଙ୍କୁ ସତର୍କ ରହିବା ଲାଗି ଆଡଭାଇଜୋରି ଜାରି କରିଛି ।

   Related Posts