Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ଗୃହ ମନ୍ତ୍ରଣାଳୟର ନୂତନ ଗାଇଡ୍ ଲାଇନ୍: ୧୦ ଦିନ ଭିତରେ ଜ୍ଵର ନ ହେଲେ, ୧୭ ଦିନରେ ଶେଷ କରି ପାରିବେ କ୍ଵାରେଣ୍ଟାଇନ୍

11/05/2020 at 6:01 PM

ନୂଆଦିଲ୍ଲୀ ୧୧।୦୫: କେନ୍ଦ୍ର ସରକାର ସୋମବାର କରୋନା ଭାଇରସ୍‌ର ହାଲୁକା ଲକ୍ଷଣ ଓ ଲକ୍ଷଣ ଦେଖାଯାଉନଥିବା ସଂକ୍ରମିତଙ୍କ ଲାଗି ନୂତନ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ଏବେ ଯାଞ୍ଚ ଲାଗି ନମୂନା ଦେବା ତାରିଖର ୧୦ ଦିନ ଭିତରେ ଯଦି ଜ୍ଵର ନଆସେ ତେବେ ୧୭ ଦିନ ପରେ କରୋନା ଭାଇରସ୍‌ ଯାଞ୍ଚ ବିନା କ୍ଵାରେଣ୍ଟାଇନ୍ ସମାପ୍ତ କରି ପାରିବେ।

ଗୃହ ମନ୍ତ୍ରଣାଳୟର ସଂଶୋଧିତ ଗାଇଡ୍‌ ଲାଇନ୍‌ରେ କହିଛି, ଯେଉଁ ଲୋକଙ୍କ ନିଜକୁ ଅଲଗା ରଖିବାର ଉଚିତ୍ ସୁବିଧା ରହିଛି, ସେମାନେ ନିଜର ପରିବାର ସଦସ୍ୟଙ୍କଠୁ ଦୂରରେ ରହି କ୍ଵାରେଣ୍ଟାଇନ୍‌ରେ ରହି  ପାରିବେ। ଚିକିତ୍ସା ଅଧିକାରୀ ତାଙ୍କୁ ହାଲୁକା ଲକ୍ଷଣ କିମ୍ବା ବିନା ଲକ୍ଷଣ ଦେଖାଯାଉଥିବା ଘୋଷିତ କରିବା ବାଧ୍ୟତାମୂଳକ। ଉକ୍ତ ବ୍ୟକ୍ତିଙ୍କୁ ନିୟମିତ ଜିଲ୍ଲା ନୀରିକ୍ଷଣ ଅଧିକାରୀଙ୍କୁ ନିଜର ସ୍ଵାସ୍ଥ୍ୟ ସେବା ସମ୍ବନ୍ଧିତ ସୂଚନା ଦେବା ମଧ୍ୟ ଜରୁରୀ ଅଟେ।

୧୭ ଦିନରେ ଶେଷ କରି ପାରିବେ କ୍ଵାରେଣ୍ଟାଇନ୍

ସଂଶୋଧିତ ଗାଇଡ୍‌ ଲାଇନ୍‌ ଅନୁଯାୟୀ, ପୃଥକବାସରେ ରହୁଥିବା ବ୍ୟକ୍ତି ନମୂନା ଦେବାର ୧୦ ଦିନ ସୁଦ୍ଧା ଯଦି ଜ୍ଵର ନଆସେ ତେବେ ସେ ୧୭ ଦିନ ପରେ ନିଜର କ୍ଵାରେଣ୍ଟାଇନ୍ ଶେଷ କରି ପାରିବେ। କ୍ଵାରେଣ୍ଟାଇନ୍ ସମାପ୍ତ ହେବା ପରେ ଯାଞ୍ଚ କରାଇବା ଆଉ  କୌଣସି ଆବଶ୍ୟକତା ନାହିଁ।

   Related Posts