Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ଗତ ସପ୍ତାହରେ ଭର୍ତ୍ତି ହୋଇଥିଲେ ହସ୍ପିଟାଲରେ, ବସ ଷ୍ଟାଣ୍ଡରୁ ମିଳିଲା କରୋନା ସଂକ୍ରମିତଙ୍କ ମୃତ ଶରୀର, ତଦନ୍ତ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର

17/05/2020 at 9:59 PM

ଅହମ୍ମଦାବାଦ ୧୭।୦୫:  ଗତ ସପ୍ତାହରେ କରୋନା ଭାଇରସ୍‌ ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣେ ବ୍ୟକ୍ତିଙ୍କ ଗୁଜରାଟର ଅହମ୍ମଦାବାଦ ବସଷ୍ଟାଣ୍ଡରେ ମୃତ୍ୟୁ ଘଟିଛି। ବ୍ୟକ୍ତିଙ୍କ ନାମ ଛଗନ ମକଓ୍ଵାନା। ବୟସ୍ ୬୭ ବର୍ଷ।

ଶୁକ୍ରବାର ଅହମ୍ମଦାବାଦର ଡାନିଲିମଡା ସ୍ଥିତ ବସ୍‌ ଷ୍ଟାଣ୍ଡରେ ସନ୍ଦିଗ୍ଧ ଅବସ୍ଥାରେ ତାଙ୍କ ମୃତ ଶରୀର ପଡି ରହିଥିବା ପୋଲିସ କହିଛି। ହସ୍ପିଟାଲ କର୍ତ୍ତୃପକ୍ଷ ଓ ପୋଲିସ୍ ଠିକ୍ ସମୟରେ ସୂଚନା ଦେଇନଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।

ଏହି ଘଟଣାକୁ ଗମ୍ଭିରତାର ସହ ନେଇ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ସ୍ଵାସ୍ଥ୍ୟ ବିଭାଗର ପୂର୍ବତନ ମୁଖ୍ୟ ସଚିବ ଜେପି ଗୁପ୍ତାଙ୍କୁ ଘଟଣାର ତଦନ୍ତ କରି ୨୪ ଘଣ୍ଟାରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ବ୍ୟକ୍ତି ଜଣକ କୋଭିଡ୍ ୧୯ ପଜିଟିଭ୍ ଚିହ୍ନଟ ହେବା ପରେ ମେ ୧୩ରେ  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା କୋଭିଡ୍ ୧୯ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏହା ସହିତ ତାଙ୍କ ପରିବାର ଲୋକଙ୍କୁ କ୍ଵାରେଣ୍ଟାଇନ୍‌ରେ ରଖାଯାଇଥିଲା।

ଶୁକ୍ରବାର ସକାଳେ BRTS ବସ୍ ଷ୍ଟାଣ୍ଡରେ ବ୍ୟକ୍ତିଙ୍କ ଶବ ପରିତ୍ୟକ୍ତ ଅବସ୍ଥାରେ ପଡିଥିବା ଜଣେ ସୁରକ୍ଷାକର୍ମୀ ଦେଖିବାକୁ ପାଇଥିଲେ। ସେ ପୋଲିସକୁ ଏହାର ସୂଚନା ଦେଇଥିଲେ। ପୋଲିସ୍ ମୃତ ଶରୀର ଜବତ କରି ଶବ ବ୍ୟବଚ୍ଛେଦ ଲାଗି ଅନ୍ୟ ହସ୍ପିଟାଲକୁ ପଠାଇଛନ୍ତି। ବ୍ୟକ୍ତିଙ୍କ ପକେଟ୍‌ରୁ ତାଙ୍କ ପୁଅଙ୍କ ନମ୍ବର ପାଇବା ପରେ ପୋଲିସ ଆମକୁ ସୂଚନା ଦେଇଥିବା ମକଓ୍ଵାନାଙ୍କ ଭାଇ ଗୋବିନ୍ଦ କହିଛନ୍ତି।

ଗୋବିନ୍ଦ କହିଛନ୍ତି ଆମେ କ୍ଵାରେଣ୍ଟାଇନ୍‌ରେ ଥିବା ପରେ ବି ହସ୍ପିଟାଲ କର୍ତ୍ତୃପକ୍ଷ ଆମକୁ ଭାଇଙ୍କ ମୃତ ଶରୀର ଏକ ବସଷ୍ଟାଣ୍ଡରୁ ମିଳିଥିବାର ସୂଚନା ଦେଇ ନଥିଲେ। ପୋଷ୍ଟମର୍ଟମ କରିବା ପୂର୍ବରୁ ପୋଲିସ୍ ଘଟଣାର ଯାଞ୍ଚ କରିବାକୁ ଉଚିତ୍ ମଧ୍ୟ ଭାବି ନାହିଁ।  ସେ କହିଛନ୍ତି ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଏହି ମାମଲାର ଏସଆଇଟି ଯାଞ୍ଚ କରିବାକୁ ଅନୁରୋଧ କରିଛି।

   Related Posts