କରୋନାକୁ ହାଲୁକାରେ ନିଅନ୍ତୁ ନାହିଁ, ସାମାଜିକ ଦୂରତା ନରଖିଲେ ଇଟାଲୀ-ଚୀନ ପରି ଅବସ୍ଥା ଭୋଗିବ ଭାରତ

Published By : Prameya-News7 Bureau | March 23, 2020 IST

ନୂଆଦିଲ୍ଲୀ ୨୩।୦୩: କରୋନା ଭୂତାଣୁ ମହାମାରୀକୁ ରୋକିବା ପାଇଁ କହିବାକୁ ଗଲେ ଦେଶର ଅର୍ଦ୍ଧେକ ଜନସଂଖ୍ୟା ସଂପ୍ରତି ଲକଡାଉନରେ ଅଛନ୍ତି। ମାତ୍ର ଏବେ ମଧ୍ୟ ଅନେକ ଲୋକ ଅଛନ୍ତି ଯେଉଁମାନେ ଗ୍ରୁପରେ ସଡକରେ ବୁଲୁଥିବା ଦେଖିବାକୁ ମିଳିଛି। ଦେଶର ସମସ୍ତ ଅଞ୍ଚଳରେ ଏମିତି ଚିତ୍ର ଦେଖିବାକୁ ମିଳିଛି। ସଉଦା ଓ ପରିବା ଦୋକାନରେ ଲୋକଙ୍କ ଭିଡ ଦେଖିବାକୁ ମିଳୁଛି। ରବିବାର ଦେଶରେ ଜନତାକର୍ଫ୍ୟୁ ଅଦ୍ଭୁତପୂର୍ଣ୍ଣ ରହିଥିଲା। ମାତ୍ର ସନ୍ଧ୍ୟା ୫ଟାରେ ଦେଖିବାକୁ ମିଳିଲା ଯେ ଲୋକେ କେଉଁ ଭଳି ଥାଳି, ଘଣ୍ଟ ବଜାଇ ଶୋଭାଯାତ୍ରା ପରି ସଡକରେ ଓହ୍ଲାଇଥିଲେ।

{"id":243135,"sizeSlug":"large"}

ଭାରତରେ ଏବେ କରୋନା କମ୍ୟୁନିଟି ଟ୍ରାନ୍ସମିଶନରେ ଆରମ୍ଭ ହୋଇ ସାରିଛି। ଅର୍ଥାତ ସ୍ଥାନୀୟ ସ୍ତରରେ କରୋନା ବ୍ୟାପିବା ଆରମ୍ଭ ହୋଇ ଯାଇଛି। ଏମିତି ମହତ୍ଵପୂର୍ଣ୍ଣ ସମୟରେ ସାମାଜିକ ଦୂରତାର ମଜାକ ଉଡାଇବା ବହୁତ ଭାରି ପଡିପାରେ। ଏମିତି ଭାରି ପଡିପାରେ ଯାହାକୁ କଳ୍ପନା କରିବା ମଧ୍ୟ ମୁସ୍କିଲ। ଏହି କାରଣରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମସ୍ତ ରାଜ୍ୟ ସରକାରଙ୍କୁ ଲକଡାଉନ କଠୋର ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦେଶରେ ଅଦ୍ୟାବଧି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦୦ ଟପି ସାରିଛି। ଏହା ସହିତ ୮ ଜଣଙ୍କ ମୃତ୍ୟୁ ଘଟି ସାରିଛି।

{"id":243136,"sizeSlug":"large"}

କେବଳ ଜଣେ ସଂକ୍ରମିତ ୫୯ ହଜାରଙ୍କୁ କରିପାରେ ପ୍ରଭାବିତ

ଭୟଭୀତ କରିବା ଆମର ଉଦ୍ଦେଶ୍ୟ ନୁହଁ। ମାତ୍ର କରୋନା ଭୂତାଣୁ କେତେ ବିପଦଜ୍ଜନକ ଓ ମାରାତ୍ମକ ଏହା ଜାଣିବା ସମସ୍ତଙ୍କୁ ଅତି ଜରୁରୀ। ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଜାନୁଆରୀ ୨୩ରେ ଆକଳନ କରିଥିଲା ଯେ, କରୋନା ଭୂତାଣୁରେ ସଂକ୍ରମିତ ଜଣେ ବ୍ୟକ୍ତିଙ୍କଠୁ ହାରାହାରି ୧.୪ ରୁ ୨.୫  ଲୋକଙ୍କ ମଧ୍ୟରେ କରୋନା ବ୍ୟାପିପାରେ। ଆଉ ଏକ ଅଧ୍ୟୟନରେ ସଂକ୍ରମଣ ହାର ୩.୬ ରୁ ୫.୮ ପ୍ରତିଶତ ଦର୍ଶାଯାଇଛି। ଯଦି ଜଣଙ୍କଠୁ ୩ ଜଣଙ୍କୁ ବ୍ୟାପେ ତେବେ ଚେନ୍ ସିଷ୍ଟମରେ ଏହା ହଜାର ହଜାର ଲୋକଙ୍କୁ ସଂକ୍ରମିତ କରିପାରେ।

{"id":243137,"sizeSlug":"large"}

ଅନ୍ୟପଟେ କରୋନା ବହୁତ ଦ୍ରୁତ ଗତିରେ ବ୍ୟାପିଥାଏ। ଏହା ବହୁତ ସଂକ୍ରାମକ ମଧ୍ୟ। ଏଥିରେ ସଂକ୍ରମିତ ଜଣେ ବ୍ୟକ୍ତିଠୁ ହାରାହାରି ଆହୁରି ୩ ଜଣ ବ୍ୟକ୍ତିଙ୍କଠାରେ ସଂକ୍ରମଣ ବ୍ୟାପିଥାଏ। ଶୁଣିବାକୁ ଏହି ସଂଖ୍ୟା କମ ଲାଗୁଛି ମାତ୍ର ବାସ୍ତବରେ ଏହା ବହୁତ ଭୟାନକ। ଏକରୁ ୩, ୩ ରୁ ୯, ୯ ରୁ ୨୭, ୨୭ ରୁ ୮୧… ଯଦି ଏମିତି ଶୃଙ୍ଖଳା ୧୦ ଥର ଚାଲେ ତେବେ ଜଣେ ବ୍ୟକ୍ତିଙ୍କଠୁ ୫୯୦୦୦ ଲୋକଙ୍କଠାରେ କରୋନା ସଂକ୍ରମଣ ହେବାର ସମ୍ଭାବନା ଅଧିକ ରହିଛି।

{"id":243138,"sizeSlug":"large"}

ଏଥିପାଇଁ ଘରେ ରୁହନ୍ତୁ

ଭାରତରେ ୧୨ ହଜାରରୁ ଅଧିକ କରୋନା ସଂକ୍ରମିତ ଲୋକ ଟ୍ରେନରେ ଯାତ୍ରା କରିଥିବା ସୂଚନା ମିଳିଛି। କିଏ ଦିଲ୍ଲୀରୁ ତେଲେଙ୍ଗାନା ଏବଂ ଆଉ  କିଏ ମୁମ୍ବାଇରୁ ଜବଲପୁର। ଏହି  ଲୋକ ଗୋଟିଏ ଟ୍ରେନରୁ ଓହ୍ଲାଇ ଅନ୍ୟ ଟ୍ରେନରେ ଯାତ୍ରା କରିଛନ୍ତି। ଗନ୍ତବ୍ୟ ଷ୍ଟେସନରୁ ଓହ୍ଲାଇ ନିଜ ନିଜର ଘରକୁ ଯାଇଥିବେ। ଏହି ସମୟରେ ଶତାଧିକ କିମ୍ବା ହଜାର ସଂଖ୍ୟକ ଲୋକ ତାଙ୍କ ସଂପର୍କରେ ଆସିଥିବେ।

ତେଣୁ ଏମିତି ସ୍ଥିତିରେ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି। ଅନାବଶ୍ୟକ ଯାତ୍ରା ନକରିବାକୁ କୁହାଯାଇଛି। ଥଣ୍ଡା, ବ୍ୟଥା ଓ ଜ୍ଵର ହେଲେ ତୁରନ୍ତ ସ୍ଥାନୀୟ ଡାକ୍ତରଙ୍କ ପାଖକୁ  ଯାଆନ୍ତୁ। ଲକଡାଉନର ପାଳନ କରନ୍ତୁ। ସତର୍କ ରୁହନ୍ତୁ ଏବଂ ଅନ୍ୟଙ୍କୁ ସଚେତନ କରାନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.