Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

କରୋନାକୁ ନେଇ ଭବିଷ୍ୟବାଣୀ ! ୫୦୦ ବର୍ଷ ପୂର୍ବରୁ କରୋନା ସମ୍ପର୍କରେ ଚେତାବନୀ ଦେଇଥିଲେ କି ନାସତ୍ରେଦମସ୍ ?

2/06/2020 at 1:45 PM

ସ୍ପେନିସ ଫ୍ଲୁ ପରେ କରୋନା ଭାଇରସ ସାରା ଦୁନିଆରେ ତାଣ୍ଡବ ଲୀଳା ରଚି ଚାଲିଛି | ସାରା ଦୁନିଆର ଏନେକ ବୈଜ୍ଞାନିକ ଏହି ରୋଗର ଚିକିତ୍ସା ଖୋଜିବାକୁ ଉଦ୍ୟମ ଜାରି ରଖିଛନ୍ତି | ତେବେ ଏହି ଭୟାବହ ରୋଗ ସମ୍ପର୍କରେ ପୂର୍ବରୁ ଭବିଷ୍ୟବାଣୀ ହୋଇଥିବା ବର୍ତ୍ତମାନ ସାମ୍ନାକୁ ଆସିଛି | ଏହା କେତେ ସତ କେତେ ମିଛ ଆସନ୍ତୁ ଜାଣିବା

ଏହି ତାଲିକାରେ ସବୁଠାରୁ ଉପରେ ଅଛନ୍ତି ଫ୍ରେଞ୍ଚ ଭବିଷ୍ୟବକ୍ତା ନାସତ୍ରେଦମସ୍ | ଭବିଷ୍ୟବକ୍ତା ମାଇକଲ ନାସତ୍ରେଦମସ୍ ନିଜର ରହସ୍ୟମୟୀ ଅନ୍ଦାଜରେ ବହୁ ବର୍ଷ ପୂର୍ବରୁ ଭାଇରସ ସମ୍ପର୍କରେ ଚେତାବନୀ ଦେଇଥିଲେ | ସେ ନିଜ ବହି Les Propheties (The Prophecies) ରେ ଏକ ରୋଗ ସମ୍ପର୍କରେ କହିଥିଲେ ଯାହାର ଲକ୍ଷଣ ପ୍ରାୟତଃ କରୋନା ଭଳି |

ଫ୍ରେଞ୍ଚ ଭବିଷ୍ୟବକ୍ତା ନାସତ୍ରେଦମସ୍ ୧୫୦୩ ମସିହା ଡିସେମ୍ବର ମାସରେ ଫ୍ରାନ୍ସର ଏକ ଗାଁ Saint-Rémy-de-Provence ରେ ଜନ୍ମ ହୋଇଥିଲେ | ସେ ଏକାଧାରରେ ଜଣେ ଫିଜିସିଆନ ଓ କବି | ସେ ଭବିଷ୍ୟବାଣୀ ମଧ୍ୟ କରୁଥିଲେ | କିନ୍ତୁ ସେ କାହାର ବ୍ୟକ୍ତିଗତ ଜୀବନକୁ ନେଇ ଭବିଷ୍ୟବାଣୀ କରୁନଥିଲେ | ସେ ଦେଶ ଓ ଦୁନିଆକୁ ନେଇ ପୂର୍ବାନୁମାନ କରୁଥିଲେ | ସେ ନିଜର ପ୍ରସିଦ୍ଧ ବହି Les Prophéties ରେ ଦୁନିଆ, ରାଜନୀତି, ଆତଙ୍କବାଦ ଓ ପ୍ରାକୃତିକ ବିପର୍ଯୟ ସମ୍ପର୍କରେ ୯୫୦ଟି ଅଲଗା ଅଲଗା କଥା କହିଥିଲେ | ସେ କବିତା ଓ କୋଡ଼ ମାଧ୍ୟମରେ ଭବିଷ୍ୟବାଣୀ ଲେଖୁଥିଲେ | ନାସତ୍ରେଦମସ୍ ଙ୍କ ଅନେକ ଭବିଷ୍ୟବାଣୀ ସଠିକ ବୋଲି ବିଶ୍ୱାସ ରହିଛି | ସେ ନିଜ କୋଡ଼ ଭାଷାରେ ହିରୋସୀମା-ନାଗାସାକି ଉପରେ ବୋମା ବିସ୍ଫୋରଣ ସମ୍ପର୍କରେ ଭବିଷ୍ୟବାଣୀ କରିଥିଲେ | ଏହାଛଡା ଫ୍ରେଞ୍ଚ କ୍ରାନ୍ତି, ଗ୍ରେଟ ଫାୟାର ଅଫ ଲଣ୍ଡନ, ୯/୧୧ ଆତଙ୍କବାଦୀ ହମଲା ସମ୍ପର୍କରେ ମଧ୍ୟ ଚେତାବନୀ ଦେଇଥିଲେ | ସେ ହିଟଲର ଓ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମ୍ପର୍କରେ ମଧ୍ୟ କହିଥିଲେ | ସେଥିପାଇଁ ତାଙ୍କର ଅନେକ ଅନୁଗାମୀ ବିଶ୍ୱାସ କରନ୍ତି ଯେ ନାସତ୍ରେଦମସ୍ ୧୫୫୫ ମସିହାରେ କରୋନା ଭାଇରସକୁ ନେଇ ମଧ୍ୟ ସଂକେତ ଦେଇଥିଲେ |

ସେ ନିଜ ବହି Les Propheties ୪ଟି ଲାଇନରେ ସେ ଲେଖିଥିଲେ,

“There will be a twin year (2020) from which will arise a queen (corona)

who will come from the east (China)

and who will spread a plague (virus) in the darkness of night, on a country with 7 hills (Italy)

and will transform the twilight of men into dust (death),

to destroy and ruin the world.

It will be the end of the world economy as you know it.”

ଭବିଷ୍ୟବାଣୀ ଉପରେ ବିଶ୍ୱାସ କରୁଥିବା ଏବଂ ବିଶେଷକରି ନାସତ୍ରେଦମସ୍ ଙ୍କୁ ଅନୁସରଣ କରୁଥିବା ଲୋକେ କହିଛନ୍ତି ଯେ, ଟ୍ୱିନ ଈଶ୍ୱର ଅର୍ଥାତ ୨୦୨୦, ଇଷ୍ଟ ଅର୍ଥାତ ଚୀନ, ପ୍ଲେଗ ଅର୍ଥାତ ଭାଇରସ ଏବଂ ମେନ ଇନଟୁ ଡଷ୍ଟ ଅର୍ଥାତ ମୃତ୍ୟୁ |

କିନ୍ତୁ ରାଇଟର୍ସଙ୍କ ଫ୍ୟାକ୍ଟ ଚେକ ଟିମ ନିଜ ଅନୁସନ୍ଧାନରେ ଜାଣିବାକୁ ପାଇଛନ୍ତି ଯେ, ନାସତ୍ରେଦମସ୍ ଙ୍କ ବହିରେ ଏହିସବୁ କଥା କେଉଁଠି ମଧ୍ୟ ଲେଖାଯାଇନାହିଁ | ଏ ସମ୍ପର୍କରେ ନ୍ୟୁୟର୍କ ୟୁନିଭର୍ସିଟିରେ ଫ୍ରେଞ୍ଚ ଷ୍ଟଡ଼ିଜ ଓ ଇତିହାସ ପଠାଇଥିବା ପ୍ରଫେସର ଷ୍ଟିଫନ ଗେସର୍ନ କହିଛନ୍ତି ଯେ, ଏହି କବିତାଯୁକ୍ତ ଭବିଷ୍ୟବାଣୀ ନାସତ୍ରେଦମସ୍ ଙ୍କ ବହିର ନୁହଁ | କିମ୍ବା ତାଙ୍କ ଦ୍ୱାରା କରାଯାଇଥିବା ଭବିଷ୍ୟବାଣୀ ମଧ୍ୟରେ ଏ ସମ୍ପର୍କରେ କିଛି ଉଲ୍ଲେଖ ନାହିଁ | ଗେସର୍ନଙ୍କ ଅନୁଯାୟୀ, ଷୋଡଶ ଶତାବ୍ଦୀରେ ପ୍ଲେଗ ଏକ ସାଧାରଣ ରୋଗ ଥିଲା | ସେଥିପାଇଁ ନାସତ୍ରେଦମସ୍ ଙ୍କ ବହିରେ ୩୫ ଥର ପ୍ଲେଗ ରୋଗ ସମ୍ପର୍କରେ କୁହାଯାଇଛି କିନ୍ତୁ ଏହି ୪ଟି ଲାଇନ ଉଲ୍ଲେଖ ନାହିଁ |

ବହିରେ ଟ୍ୱିନ ଈଶ୍ୱର, ଇଷ୍ଟ ଓ କ୍ୱିନ ଭଳି ଶବ୍ଦ ବ୍ୟବହାର ହୋଇଥିବା କି-ୱାର୍ଡ ଖୋଜିବାକୁ ଚେଷ୍ଟା କରାଯାଇଥିଲା | କିନ୍ତୁ ଏହି ଶବ୍ଦ କେଉଁଠାରେ ମଧ୍ୟ ମିଳିନଥିଲା | ଏଥିରୁ ସ୍ପଷ୍ଟ ହୋଇଛି ଯେ ୫୦୦ ବର୍ଷ ପୂର୍ବରୁ କରୋନା ସମ୍ପର୍କରେ ଭବିଷ୍ୟବାଣୀ କରାଯାଇନଥିଲା |

ଆହୁରି କିଛି ଭବିଷ୍ୟବକ୍ତା ମଧ୍ୟ କରୋନା ଭାଇରସ ସମ୍ପର୍କରେ ପୂର୍ବାନୁମାନ କରିଥିବା କୁହାଯାଇଛି | ସାଇନ୍ସ ଫିକ୍ସନ ଲେଖୁଥିବା ବିଖ୍ୟାତ ଆମେରିକୀୟ ଲେଖକ Deal Koontz ସାମିଲ ରହିଛନ୍ତି | ସେ ନିଜର The Eyes of Darkness ବହିରେ କରୋନା ସମ୍ପର୍କରେ ଲେଖିଥିଲେ | ଏହି ବହି ୧୯୮୧ ମସିହାରେ ପ୍ରକାଶ ପାଇଥିଲା | ଏହି ବହିକୁ ବହୁତ ଲୋକ ପଢ଼ିଛନ୍ତି | ଏଥିରେ ବୁହାନ ୪୦୦ ନାମକ ଏକ ଭାଇରସ ସମ୍ପର୍କରେ ଲେଖାଯାଇଛି ଯାହା ଜୈବିକ ଅସ୍ତ୍ର ଭଳି ଚୀନରେ ତିଆରି କରାଯାଇଛି | ଏହାକୁ ମଧ୍ୟ କରୋନା ସହ ଜଡିତ ଥିବା କୁହାଯାଉଛି | ଏଥିପାଇଁ ଅଭୁତ ଲୋକ ଚୀନକୁ ଦୋଷ ମଧ୍ୟ ଦେଇଛନ୍ତି |

   Related Posts