ଅଣାୟତ୍ତ କରୋନା : ଦେଶରେ ମୃତ୍ୟୁ ସଂଖ୍ୟା ୬୦ପାର୍‌, ସେପଟେ ଦୁଇ ହଜାର ଡେଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

Published By : Prameya-News7 Bureau | April 03, 2020 IST

ନୂଆଦିଲ୍ଲୀ ୦୩।୦୪: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲଗାତାର ବଢ଼ିଚାଲିଛି । ସପ୍ତାହକ ମଧ୍ୟରେ ଏହି ସଂଖ୍ୟା ଦୁଇ ଗୁଣ ବଢ଼ିଯାଇଛି। ଦେଶର ୨୯ ରାଜ୍ୟରେ ଏବେ କରୋନା କାୟାବିସ୍ତାର କରୁଛି । ଏ ପର୍ଯ୍ୟନ୍ତ କରୋନା ଭାଇରସ୍ ରେ ମୃତକଙ୍କ ସଂଖ୍ୟା ୬୦ପାର୍‌ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ଟପିଛି । ଏମାନଙ୍କ ମଧ୍ୟରୁ ୧୫୫ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି ।

ମହାରାଷ୍ଟ୍ରରେ କରୋନାରେ ସର୍ବାଧିକ ୧୩ ଜଣଙ୍କ ମୃତ୍ୟୁ ଘଟିଛି । ଏପର୍ଯ୍ୟନ୍ତ ଆକ୍ରାନ୍ତ ସଂଖ୍ୟା ୩୩୫ରେ ପହଞ୍ଚିଥିବାରୁ ୨୪ଟି ଅଂଚଳକୁ ସିଲ୍ କରାଯାଇଛି। ସେହିପରି ଗୁଜୁରାଟରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ  ୮୨ ଜଣ ଆକ୍ରାନ୍ତ ଥିବା ଜଣାପଡ଼ିଛି । କର୍ଣ୍ଣାଟକରେ ଆକ୍ରାନ୍ତଙ୍କ ସଂଖ୍ୟ ୧୧୦ରେ ପହଞ୍ଚିଛି। ମଧ୍ୟପ୍ରଦେଶରେ ୯୯ ଜଣ ଆକ୍ରାନ୍ତ ହୋଇଥିବା ବେଳେ ପଂଜାବରେ ୪୬ ଜଣ, ତେଲେଙ୍ଗାନାରେ ୯୬ ଜଣ, ଦିଲ୍ଲୀରେ ୧୫୨ ଜଣ, ଜମ୍ମୁ କାଶ୍ମୀରରେ ୬୨ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ପଶ୍ଚିମବଂଗରେ ଆକ୍ରାନ୍ତଙ୍କ ସଂଖ୍ୟା ୩୭ରେ ପହଞ୍ଚିଥିବା ବେଳେ ତାମିଲନାଡ଼ୁରେ ଏହା ୧୨୪ରେ ପହଞ୍ଚିଛି ।

{"id":248231,"sizeSlug":"large"}

ଜମାତ କାର୍ଯ୍ୟକ୍ରମ ପାଇଁ ତାମିଲନାଡ଼ୁରେ ୧୧୦ ଜଣ ଭାଇରସ୍  ଆକ୍ରାନ୍ତ ହୋଇଛନ୍ତି। ଉତ୍ତର ପ୍ରଦେଶରେ ଆକ୍ରାନ୍ତ ସଂଖ୍ୟା ୧୧୩ ରହିଥିବା ବେଳେ ବିହାରରେ ୨୩ ଜଣ ଆକ୍ରାନ୍ତ ହୋଇଛନ୍ତି। ଆନ୍ଧ୍ର ପ୍ରଦେଶରେ କରୋନା ଭାଇରସ୍ ର ୬୫ଟି ନୂଆ ମାମଲା ସାମ୍ନାକୁ ଆସିଛି । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୧ ପହଞ୍ଚିଛି । ଏଥିରୁ ଅଧିକାଂଶ ମାମଲା ଜମାତ ସମ୍ମିଳନୀ ସହିତ ସଂପୃକ୍ତ। ରାଜ୍ୟରୁ ୧୦୮୫ ଜଣ ଦିଲ୍ଲୀରେ ଜମାତ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ ୱାଇ ଏସ୍  ଜଗନ ମୋହନ ରେଡ୍ଡି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.