ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ନେତୃତ୍ଵକୁ ଏକ୍ସପୋଜ କଲା କରୋନା ଭାଇରସ୍

Published By : Prameya-News7 Bureau | April 01, 2020 IST

ଇସଲାମାବାଦ ୦୧।୦୪: ଚୀନର ଉହାନରୁ ସୃଷ୍ଟି କରୋନା ଭାଇରସ୍‌ ବିଶ୍ଵର ଅନେକ ଦେଶରେ ନେତୃତ୍ଵ ସଙ୍କଟ ସୃଷ୍ଟି କରିଛି। ଏହି ସମୟରେ ପାକିସ୍ତାନରେ ମଧ୍ୟ ନେତୃତ୍ଵ ସଙ୍କଟ ସ୍ପଷ୍ଟ ଦେଖା ଯାଉଛି। ସେଠାକାର ଇମ୍ରାନ ସରକାର କରୋନା  ଭାଇରସ୍‌ ସମ୍ମୁଖରେ ଅସହାୟ ନଜର ଆସୁଛନ୍ତି। କରୋନା ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ନେତୃତ୍ଵକୁ ଏକ୍ସପୋଜ କରି ଦେଇଛି।

ପାକିସ୍ତାନରେ ଅଦ୍ୟାବଧି ୧୯୦୦ ସଂକ୍ରମିତ ଚିହ୍ନଟ ହେଲେଣି ଏବଂ ଏହି ଭାଇରସରେ ୨୫ ଜଣଙ୍କ ମୃତ୍ୟୁ ଘଟି ସାରିଛି। ଦକ୍ଷିଣ ଏସିଆରେ ପାକିସ୍ତାନ ସବୁଠୁ କରୋନା ପ୍ରଭାବିତ ଦେଶ ମଧ୍ୟରେ ରହିଛି। ତଥାପି ପାକିସ୍ତାନରେ ଲକ୍‌ଡାଉନ୍‌ ଜାରି କରାଯାଇ ନାହିଁ।

କାରଣ ଏ ପର୍ଯ୍ୟନ୍ତ ସେଠାକାର ପ୍ରଧାନମନ୍ତ୍ରୀ ଇମ୍ରାନ ସରକାର କରୋନାର ଅର୍ଥ ବୁଝି ପାରୁ ନାହାନ୍ତି। ପ୍ରଥମ ସେ ଲକ୍‌ଡାଉନ୍‌ ଓ କର୍ଫ୍ୟୁ ମଧ୍ୟରେ ପାର୍ଥକ୍ୟ କଣ ତାକୁ ନେଇ ତର୍କ ବାଢିଥିଲେ। ବର୍ତ୍ତମାନ ଇମ୍ରାନ ସରକାର ହୀନ ରାଜନୀତିରେ ସଂପୃକ୍ତ ଅଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାରତର ଉଦାହରଣ ଦେଇ କାହିଁକି ଦେଶରେ ଲକ୍‌ଡାଉନ୍‌ ଜାରି କରାଯିବ ବୋଲି ପ୍ରଶ୍ନ କରିଛନ୍ତି। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ମଧ୍ୟ ଏ ନେଇ ଟୁଇଟ୍ କରିଛି।

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ କହିଛି ଯେ, ଆମେ ଦେଖି ପାରୁଛୁ ଯେ ଭାରତ କିଭଳି ତରବରିଆ ଭାବେ ନିଷ୍ପତ୍ତି ନେଇ ପୂରା ଦେଶରେ ଲକ୍‌ଡାଉନ୍‌ ଲାଗୁ କରିଛି। ଏଥିପାଇଁ ସେଠାକାର ସରକାରଙ୍କୁ ନାଗରିକଙ୍କୁ କ୍ଷମା ମାଗିବାକୁ ପଡୁଛି। ଏଥିରୁ ଆମେ ଶିକ୍ଷା ଲାଭ କରି ମହାମାରୀର ମୁକାବିଲା କରିବା ବୋଲି ପାକିସ୍ତାନ PMO ମାଇକ୍ରୋ ବ୍ଲଗିଂ ସାଇଟ୍ ଲେଖିଛି।

ଭାରତରେ ଆମର ଲକ୍‌ଡାଉନ୍‌ ଦରକାର ନା ନାହିଁ ତାକୁ ନେଇ ବିତର୍କ ହେଉ ନାହିଁ। ସେଠାରେ ଲକ୍‌ଡାଉନ୍‌ ନେଇ ପ୍ରଶ୍ନ ଉଠୁଛି। କିଛି ପ୍ରଶ୍ନ ତ ନ୍ୟାୟୋଚିତ ରହିଥିବା ପାକିସ୍ତାନ ପିଏମଓ ପକ୍ଷରୁ କୁହାଯାଇଛି।

ତରବରିଆ ଭାବେ କୌଣସି ନିଷ୍ପତ୍ତି ନେବା ଅପେକ୍ଷା କିଛି ନନେବା ଭଲ। ବିଶ୍ଵାସ ଜରିଆରେ ହିଁ କରୋନାର ମୁକାବିଲା କରିବା ବୋଲି ଏହି ପରି ଶବ୍ଦରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ପାକ୍ ନାଗରିକଙ୍କୁ କହୁଛନ୍ତି।

ତୁମ  ବିଶ୍ଵାସ ସହିତ ଏହା ଏକ ରଣନୀତି ଲଢେଇ କିନ୍ତୁ ଏହି  ଲଢେଇ କେମିତି ହେବ ଯେତେବେଳେ ସରକାରର ଏକ ଭ୍ରଷ୍ଟ ମନ୍ତ୍ରୀ ଏହାର ନେତୃତ୍ଵ ନେବେ। ଯିଏ ୨୦ ମିଲିୟନ ମାସ୍କର ଅନିୟମିତତାରେ ସାମିଲ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲକ୍‌ଡାଉନ୍‌ ନେଇ କ୍ଷମା ମାଗି ନାହାନ୍ତି ସେ ଜନତାଙ୍କୁ ହେଉଥିବା ଅସୁବିଧା ପାଇଁ କ୍ଷମା ମାଗିଛନ୍ତି। ଏହା କହିଛି WION ମିଡିଆ। ଫଳରେ ଇମ୍ରାନ ସରକାର WION ମିଡିଆକୁ ବୟକଟ୍ କରିଛି। କିନ୍ତୁ ସେ ଚାହିଁଲେ ସ୍ଥାନୀୟ ମିଡିଆ ଦେଖି ପାରିବେ ଏବଂ ଜାଣି ପାରିବେ ଯେ  ବାସ୍ତବରେ କଣ ଘଟୁଛି।

ଜିଓ ନ୍ୟୁଜ୍ ପାକିସ୍ତାନର ସବୁଠୁ ବଡ ଟିଭି ନେଟ୍‌ ଓ୍ଵର୍କ ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ନେଇ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମିଥ୍ୟା କହିଥିବା କହିଛି। ଆମେ କ୍ଷମା ମାଗିବା ନେଇ ଆଲୋଚନା କରୁଛେ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଏଠାରେ ଅଳ୍ପସଂଖ୍ୟକକୁ ଦାୟୀ କରୁଛନ୍ତି। ପାକିସ୍ତାନରେ ଶତାଧିକ ହିନ୍ଦୁ ଓ ଖ୍ରୀଷ୍ଟିୟାନ ପରିବାରକୁ କରୋନା ଭାଇରସ୍‌ ଚିକିତ୍ସା ଓ ଔଷଧ ପାଇବାରୁ ବଞ୍ଚିତ କରାଯାଉଛି। ସେମାନଙ୍କୁ ବଣ୍ଟନ ହେଉଥିବା ଅତ୍ୟାବଶ୍ୟକ ସାମଗ୍ରୀ ଛୁଇଁବା ମନା କରାଯାଇଛି।

ଭ୍ରମଣ ପ୍ରତିବନ୍ଧକ ଯୋଗୁଁ  ଅନେକ ଅଳ୍ପସଂଖ୍ୟକ ଶ୍ରମିକ ସେମାନଙ୍କର ଏକମାତ୍ର ଜୀବିକା ନିର୍ବାହ ଉତ୍ସ ହରାଇଛନ୍ତି। ଏହି ଶ୍ରମିକମାନଙ୍କୁ ଖାଦ୍ୟ ପ୍ରତ୍ୟାଖ୍ୟାନ କରୁଥିବା ପାକିସ୍ତାନୀ ଏନଜିଓଗୁଡ଼ିକର ଏକାଧିକ ରିପୋର୍ଟ ପ୍ରକାଶ ପାଇଛି। କଲ୍ୟାଣକାରୀ ସଂସ୍ଥା କେବଳ ମୁସଲମାନ ନାଗରିକମାନଙ୍କୁ ରାସନ-କାର୍ଡ ଦେଉଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.