ଭୟଙ୍କର ହେଲାଣି କରୋନା ଭାଇରସ୍, ଏପର୍ଯ୍ୟନ୍ତ ୫୬ଜଣଙ୍କର ହେଲାଣି ମୃତ୍ୟୁ

Published By : Prameya-News7 Bureau | January 26, 2020 IST

ବେଜିଂ ୨୬।୧: ଚୀନରେ ଭୟଙ୍କର ରୂପ ନେଲାଣି କରୋନା ଭାଇରସ୍‌ । ଏପର୍ଯ୍ୟନ୍ତ କରୋନା ଭାଇରସ୍ ରେ ୫୬ ଜଣଙ୍କର ମୃତ୍ୟୁ ହେଲାଣି । ଏହା ବ୍ୟତୀତ ୨୦୦୦ରୁ ଅଧିକ ଲୋକ ଏହି ଭାଇରସ୍ ଦ୍ବାରା ପୀଡିତ ଥିବା ସୂଚନା ମିଳିଛି । ତେବେ ଯେଉଁଭଳି ଭାବେ ଏହି ଭାଇରସ୍ ବ୍ୟାପିବାରେ ଲାଗିଛି ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି ।

ଚୀନର ନ୍ୟାସନାଲ ହେଲଥ କମିଶନଙ୍କ ରିପୋର୍ଟ ଅନୁସାରେ ଗତ ଶୁକ୍ରବାର ଦିନ ୪୪୪ଟି ନୂଆ ରିପୋର୍ଟ ସାମ୍ନାକୁ ଆସିଛି । ଯେଉଁଥିରୁ ୨୩୭ ଜଣ ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା କୁହାଯାଉଛି ।

ଚୀନ ବ୍ୟତୀତ ଫ୍ରାନ୍ସରେ ୨ ଜଣ, ଅଷ୍ଟ୍ରେଲିଆରେ ଜଣେ, ଥାଇଲାଣ୍ଡରେ ୪ ଜଣ, ଜାପାନରେ ୨ ଜଣ, ଦକ୍ଷିଣ କୋରିଆରେ ୨ ଜଣ, ଆମେରିକାରେ ୨ ଜଣ, ଭିଏତନାମାରେ ୨ ଜଣ, ସିଙ୍ଗାପୁରରେ ୩ ଜଣ, ନେପାଳରେ ଜଣେ, ହଂକଂରେ ୫ଜଣ, ମକାଓରେ ୨ଜଣ ଏବଂ ତାଇଓ୍ବାନରେ ୩ଜଣ ଏହି ଊାଇରସ୍ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି ।

କରୋନା ଭାଇରସ୍ ର ଭୟବହତାକୁ ଦୃଷ୍ଟିରେ ରଖି ଚୀନରେ ଦୁଇ ଦିନରେ ୨ଟି ହସ୍ପିଟାଲ ନିର୍ମାଣ ପାଇଁ ଘୋଷଣା କରାଯାଇଛି । ଯେଉଁ ହସ୍ପିଟାଲର ନିର୍ମାଣ କର୍ଯ୍ୟ ମାତ୍ର ୧୫ଦିନ ମଧ୍ୟରେ ଶେଷ ହେବ । ଆଗାମୀ ୧୫ଦିନ ମଧ୍ୟରେ ୧୩୦୦ ବେଡ୍ ବିଶିଷ୍ଟ ହସ୍ପିଟାଲ ନିର୍ମାଣ ପାଇଁ ଶନିବାର ଦିନ ବୁହାନ ପ୍ରଶାସନ ଘୋଷଣା କରିଛନ୍ତି ।

ଏହା ପୂର୍ବରୁ ବୁହାନ ପ୍ରସାସନ କହିଥିଲା ଯେ, ୨୦୦୩ ମସିହାରେ ସାର୍ସ ଭାଇରସ୍ ର ମୁକାବିଲା ପାଇଁ ବେଜିଂ ୭ଦିନରେ ହସ୍ପିଟାଲ ନିର୍ମାଣ କରିଥିଲା । ସେହି ମଡେଲକୁ ତର୍ଜମା କରି ବୁହାର ପ୍ରଶାସନ କରୋନା ଭାଇରସର ମୁକାବିଲା ଲାଗି ହସ୍ପିଟାଲର ନିର୍ମାଣ କାର୍ଯ୍ୟ ଆରମ୍ଭ କରିସାରିଛି । ଯାହାର ନିର୍ମାଣ କାର୍ଯ୍ୟ ୩ ଫେବୃଆରୀରେ ଶେଷ ହୋଇଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.