ରୁଷର ହଟ୍ କରୋନା ନର୍ସ, ଟ୍ରାନ୍ସପରେଣ୍ଟ ପିପିଇ ତଳେ କେବଳ ଅନ୍ତବସ୍ତ୍ର: ଭିଡିଓ ଭାଇରାଲ୍, ସ୍ଵାସ୍ଥ୍ୟମନ୍ତ୍ରୀ କହିଲେ ହେବ ଆକ୍ସନ

Published By : Prameya-News7 Bureau | May 20, 2020 IST

ମସ୍କୋ ୨୦।୦୫: ମହାମାରୀ କରୋନା ଭୂତାଣୁ ସଂକ୍ରମଣ ପୂରା ଦୁନିଆକୁ ସଙ୍କଟଜନକ ସ୍ଥିତିରେ ଠେଲି ଦେଇଛି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଲକ୍ଷାଧିକ ସଂଖ୍ୟାରେ ସଂକ୍ରମିତଙ୍କ ଚିକିତ୍ସା ଜାରି ରହିଛି। କରୋନା ଲଢେଇରେ ଆଗ ଧାଡିର ଯୋଦ୍ଧା ସାଜିଛନ୍ତି ଡାକ୍ତର, ନର୍ସ ଓ ସ୍ଵାସ୍ଥ୍ୟକର୍ମୀ। ଏମାନେ ଦିନ ରାତି ଏକ କରି ସଂକ୍ରମିତଙ୍କ ଚିକିତ୍ସା କରୁଛନ୍ତି। ଏହି ସମୟରେ ଋଷର ରାଜଧାନୀ ମସ୍କୋର ଏକ  ହସ୍ପିଟାଲରେ ଜଣେ ନର୍ସଙ୍କ ଟ୍ରାନ୍ସପରେଣ୍ଟ ପିପିଇ ଓ ତାଙ୍କ ବେଶଭୂଷା ସହ କାମ କରିବାର ତରିକା ଭିଡିଓଟି ଭାଇରାଲ୍ ହୋଇଛି। ମସ୍କୋ ନିକଟ ଟୁଲା ସ୍ଥିତ କୋଭିଡ୍ ହସ୍ପିଟାଲର ପୁରୁଷ ଓ୍ଵାର୍ଡରେ ଏହି ସେମି ନ୍ୟୁଡ୍ ନର୍ସଙ୍କ ଫଟୋ ଉଠାଇଥଲେ ଜଣେ ରୋଗୀ। ଆଉ ତାହା ଏବେ ଭାଇରାଲ ହୋଇଛି।

ନର୍ସ ଜଣଙ୍କ ରୋଗୀଙ୍କ ଚିକିତ୍ସା ସମୟରେ ଆବଶ୍ୟକ ପ୍ରତିରକ୍ଷା କିଟ୍ ଲଗାଇଥିଲେ ମଧ୍ୟ ପିପିଇ ତଳେ  ୟୁନିଫର୍ମ ପିନ୍ଧିନଥିଲେ। ପିପିଇ ପୂରା ଟ୍ରାନ୍ସପରେଣ୍ଟ ଏବଂ ତା ତଳେ ନର୍ସଙ୍କ ଅନ୍ତ ବସ୍ତ୍ର ବେଶ୍ ଯାହାକୁ କି ଅର୍ଦ୍ଧ ଉଲଗ୍ନ କୁହାଯାଇ ପାରେ। ଏହି ପୋଷାକରେ ନର୍ସ ଜଣଙ୍କ ବହୁତ ହଟ୍‌ ଦେଖା ଯାଉଥିଲେ। ହସ୍ପିଟାଲରେ ସମସ୍ତଙ୍କ ଧ୍ୟାନ ତାଙ୍କ ପ୍ରତି ପଡିଥିଲା।

{"id":273171,"sizeSlug":"large"}

ଋଷର ରାଜଧାନୀ ମସ୍କୋର ଟୁଲାରେ ସ୍ଥିତ ଏକ କୋଭିଡ୍-୧୯ ହସ୍ପିଟାଲରେ ଚିକିତ୍ସିତ ଜଣେ ସଂକ୍ରମିତ ନର୍ସଙ୍କ ଏହି ଫଟୋ ଉଠାଇଛନ୍ତି। ୨୦ ବର୍ଷୀୟ ଏହି ନର୍ସ କାର୍ଯ୍ୟରତ ଟୁଲା ରିଜିଓନାଲ କ୍ଲିନିକାଲ ହସ୍ପିଟାଲର ମ୍ୟାନେଜରଙ୍କୁ କହିଛନ୍ତି ଯେ, ସେ ପିନ୍ଧିଥିବା ପିପିଇ ଏତେ ପାରଦର୍ଶି ନଥିଲା। ସେ ଏହା ମଧ୍ୟ କହିଛନ୍ତି ଯେ, ସେ ପ୍ରଥମେ ୟୁନିଫର୍ମ ପିନ୍ଧିବାରୁ ବହୁତ ଗରମ ଲାଗିଥିଲା। ତେଣୁ ସେ କେବଳ ଅନ୍ତବସ୍ତ୍ର ଉପରେ ପିପିଇଟି ପିନ୍ଧିଥିଲେ। ଆଉ ସେହି ପୋଷାକ ସମସ୍ତଙ୍କ ଆଖି ତାଙ୍କ ଆଡକୁ ଟାଣିଥିଲେ ବି ସେଥି ପ୍ରତି ସେ ନଜର ଦେଇନଥିଲେ। ବରଂ ତାହାକୁ ସେ ଉପଭୋଗ କରୁଥିବା ଭିଡିଓରୁ ମନେ ହେଉଛି।

ଏହି ଘଟଣାରେ ସ୍ଥାନୀୟ ସ୍ଵାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ, ହସ୍ପିଟାଲରେ କରୋନା ସଂକ୍ରମିତଙ୍କ ଚିକିତ୍ସା ସମୟରେ ନର୍ସଙ୍କ ପାଇଁ ୟୁନିଫର୍ମକୁ ନେଇ ସ୍ଵତନ୍ତ୍ର ଗାଇଡ୍‌ଲାଇନ୍‌ ଜାରି ହୋଇଛି। ଯିଏ ଏହାର ଉଲ୍ଲଂଘନ କରିବ ତାଙ୍କ ପ୍ରତି ଦଣ୍ଡ ବିଧାନ ରହିଛି। ଏହି ଘଟଣାରେ ନର୍ସଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ।

ହସ୍ପିଟାଲର କର୍ତ୍ତୃପକ୍ଷ ପ୍ରଥମେ କହିଛନ୍ତି  ଯେ, ନର୍ସ ଜଣଙ୍କ ଅଧବସ୍ତ୍ର ପିନ୍ଧିଥିଲେ। କିନ୍ତୁ ପରେ କହିଛନ୍ତି, ମହିଳାଙ୍କ ପାଖରେ ସୁଇମିଂ ସୁଟ୍ ଗାଉନ ଥିଲା। ନର୍ସ ଜଣକ ସର୍ବସାଧାରଣରେ ଏହି ଘଟଣା ବିଷୟରେ ମୁହଁ ଖୋଲି ନାହାନ୍ତି ଏବଂ ତାଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ହୋଇଛି ସେ ବିଷୟରେ କିଛି କହି ନାହାନ୍ତି। ଜଣେ ରୋଗୀ କହିଛନ୍ତି କରୋନା ଓ୍ଵାର୍ଡରେ ଏହାକୁ ନେଇ କାହାରି କିଛି ଆପତ୍ତି ନଥିଲା। କିନ୍ତୁ ସମସ୍ତେ ନର୍ସଙ୍କୁ ଦେଖି ଲଜ୍ଜିତ ଅନୁଭବ କରୁଥିଲେ। ଅନ୍ୟ ଜଣେ କହିଛନ୍ତି, ସମସ୍ତେ ନର୍ସଙ୍କ ଉପରେ ଚିତ୍କାର କରୁଛନ୍ତି, ମାତ୍ର କେହି ଏହା ଉପରେ ଧ୍ୟାନ ଦେଇ ନାହାନ୍ତି ଯେ, ସେ ଗରମ କାରଣରୁ ଏମିତି କରିଥିଲେ। କାରଣ ହସ୍ପିଟାଲରେ ଏୟାର କଣ୍ଡିସନର ବ୍ୟବସ୍ଥା ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.