Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଡାକ୍ତରଙ୍କ ଦାବି, ଫଳ ଓ ପନିପରିବାରୁ ବ୍ୟାପୁନି କରୋନା

16/10/2020 at 6:39 PM

ଇନ୍ଦୋର:  ଫଳ ଓ ପନିପରିବାରେ ବ୍ୟାପୁନି କରୋନା। ମଧ୍ୟପ୍ରଦେଶ ଇନ୍ଦୋରସ୍ଥିତ ଅରବିନ୍ଦୋ ମେଡିକାଲ କଲେଜର ଡାକ୍ତରମାନେ ଏହି ଦାବି କରିଛନ୍ତି। ପନିପରିବା ଓ ଫଳରୁ ଭୂତାଣୁ ସଂକ୍ରମଣ ହେଉଛି କି ନା ଜାଣିବା ଲାଗି ମେଡିକାଲ କଲେଜର ଡାକ୍ତର ଅଜୟ ସୋଡାନୀ, ଡା. ରାହୁଲ ଜୈନ ଓ ଡା.କପିଲ ତୈଲଙ୍ଗଙ୍କ  ମିଳିତ ଅନୁସନ୍ଧାନରୁ ଏହା ଜାଣିବାକୁ ପାଇଛନ୍ତି।

ଦେଶରେ କରୋନା ସଂକ୍ରମଣ ପୂର୍ବରୁ ଭୂତାଣୁକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଏପରିକି ଲକଡାଉନ କାଳରେ ସଂକ୍ରମଣ ବ୍ୟାପିବା ଆଶଙ୍କା କରି ପୋଲିସ ଫଳ ଓ ପନିପରିବା ଫିଙ୍ଗିଥିବାର ମଧ୍ୟ ନଜିର ରହିଛି। ହେଲେ ଡାକ୍ତରଙ୍କ ଟିମ୍‌ କରୋନା ଆକ୍ରାନ୍ତଙ୍କ ଦ୍ୱାରା ଫଳ ଓ ପନିପରିବା ବଛାଇ ଓ ସେସବୁର ଆରଟି ପିସିଆର ଯାଞ୍ଚ କରି ସେଥିରୁ ସଂକ୍ରମଣ ପାଇନଥିବା ଦାବି କରିଛନ୍ତି।

ଡାକ୍ତରଙ୍କ ଦଳ ଜଣେ କି ୨ ଜଣ ନୁହେଁ ୧୦ ଜଣ କରୋନା ପେଜିଟିଭ ଲୋକଙ୍କ ଦ୍ୱାରା ସମାନ କାର୍ଯ୍ୟ ବାରମ୍ବାର କରାଇ ଆରଟିପିସିଆର ପରୀକ୍ଷଣ ମଧ୍ୟ କରିଛନ୍ତି। ହେଲେ ଏଥିରୁ ଭୂତାଣୁର ସମାନ୍ୟ ଉପସ୍ଥିତି ବି ମିଳିନି। ଯେଉଁ ଲୋକଙ୍କ କରୋନା ପରୀକ୍ଷଣ ରିପୋର୍ଟ ୨ରୁ ୫ ଦିନ ମଧ୍ୟରେ ଆସିଥିଲା ସେମାନଙ୍କୁ ନେଇ ଡାକ୍ତରମାନେ ଏହି ପରୀକ୍ଷଣ କରିଥିଲେ। ସେମାନଙ୍କ ହାତରେ ଏହି ସବୁ ଫଳ ଓ ପନିପରିବାକୁ ଦୀର୍ଘ ସମୟ ରଖି ତା ପରେ ମଧ୍ୟ ପରୀକ୍ଷଣ କରିବାରେ ସେଥିରେ ଭୂତାଣୁ ଉପସ୍ଥିତି ମିଳିନଥିବା କହିଛନ୍ତି।

ତେବେ ଅରବିନ୍ଦୋ ମେଡିକାଲ କଲେଜର ଡାକ୍ତରଙ୍କ ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ) ମଧ୍ୟ ଫଳ ପନିପରିବାରୁ ଭୂତାଣୁ ସଂକ୍ରମଣ ହେଉନଥିବାର ପ୍ରଥମେ କହିଥିଲେ। ତେବେ ଏହି ସବୁ ସାମଗ୍ରୀ କିଣିବାକୁ  ବଜାରକୁ ଯାଇ ଲୋକେ ସଂକ୍ରମିତଙ୍କ ସଂସ୍ପର୍ସରେ ଆସିବା ଯୋଗୁ ସଂକ୍ରମିତ ହେଉଥିବା ଅନୁମାନ କରାଯାଉଛି। ବଜାରରେ ଶାରୀରିକ ଦୂରତା ପାଳନ ହେଉ ନଥିବାରୁ ସଂକ୍ରମଣର ଆଶଙ୍କା ବୃଦ୍ଧି ପାଇଛି।

   Related Posts